ଘରେ ଏସି ଲଗାଉଥିଲେ…

ଖରାଦିନେ ଗରମରୁ ମୁକ୍ତି ପାଇଁ ଅଧିକାଂଶ ଏସି ବ୍ୟବହାର କରନ୍ତି। କିନ୍ତୁ ଅଧିକ ବିଜୁଳି ଖର୍ଚ୍ଚ ହେଉଥିବାରୁ ବିଲ୍‌ ପାଇଁ ସମସ୍ତଙ୍କର ଚିନ୍ତା ରହିଥାଏ। ତେଣୁ କିପରି ବ୍ୟବହାର କଲେ ଶକ୍ତି ସଂରକ୍ଷଣ କରିହେବ ଜାଣିରଖନ୍ତୁ…
ଆଜିକାଲି ପ୍ରାୟ ସବୁ ପ୍ରକାର ଏସିରେ ବିଭିନ୍ନ ମୋଡ୍‌ ରହିଛି। ତେଣୁ ଖରାଦିନେ ଏସି କୁଲିଂ ମୋଡ୍‌ରେ ଅଛି କି ନାହିଁ ନିଶ୍ଚିତ କରନ୍ତୁ। କୁଲିଂ ମୋଡ୍‌ରେ ରହିଲେ ହିଁ ଥଣ୍ଡା ପବନ ରହିବ।
ବାରମ୍ବାର ଏସିର ତାପମାତ୍ରାକୁ କମ୍‌ କିମ୍ବା ବେଶି କରନ୍ତୁ ନାହିଁ। ବରଂ ଏକ ନିର୍ଦ୍ଦିଷ୍ଟ ତାପମାତ୍ରା ସେଟ୍‌ କରି ଦିଅନ୍ତୁ। ଏପରି କରିବା ଫଳରେ ଘର ଭିତର ଥଣ୍ଡା ରହିବ ଓ ଇଲେକ୍ଟ୍ରି ବିଲ୍‌ ମଧ୍ୟ କମ୍‌ ରହିବ।
ଏସି ଚଲାଇବା ପୂର୍ବରୁ ପ୍ରଥମେ ଘରର ଝରକା ଓ କବାଟ ସବୁ ଭଲଭାବେ ବନ୍ଦ କରନ୍ତୁ। ନଚେତ୍‌ ଘର ଭିତରର ଥଣ୍ଡା ପବନ ବାହାରକୁ ବାହାରିଯିବ ଓ ଘରର ତାପମାତ୍ରା ଥଣ୍ଡା ହେବ ନାହିଁ। ଏହାଫଳରେ ଏସିର ଲୋଡ୍‌ ବଢ଼ିଯିବ ଏବଂ ଅଧିକ ବିଜୁଳି ଖର୍ଚ୍ଚ ହେବ।
ଏସିକୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ସଫାକରନ୍ତୁ। କାରଣ ଲଗାତର ଏସି ବ୍ୟବହାର ଫଳରେ ପବନରେ ଥିବା ଧୂଳିକଣା ସବୁ ଏସି ଭିତରେ ଜମାହୋଇ ରହିଯାଏ। ଏହା ଫଳରେ ଏସିରୁ ଠିକ୍‌ ଭାବେ ଥଣ୍ଡା ପବନ ବାହାରି ନ ଥାଏ। ଏହା ବ୍ୟତୀତ ଏସିର ଫିଲ୍‌ଟରକୁ ମଧ୍ୟ ଠିକ୍‌ ସମୟରେ ବଦଳାଇବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଏଭଳି ଉପାୟରେ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଜୀବନରେ କେବେ ମିଳେନାହିଁ ଶାନ୍ତି: ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ

କ୍ୟାରିୟର, ପଦୋନ୍ନତି, ବୈବାହିକ ଜୀବନ, ଅର୍ଥ, ଶିକ୍ଷା ଏବଂ ବ୍ୟବସାୟ ସହ ଜୀବନର ଅନେକ ସମସ୍ୟା ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ କହିଛନ୍ତି। ତାଙ୍କ...

ପାଟିର ବ୍ୟାକ୍ଟେରିଆ ନଷ୍ଟ କରିବାର ସହଜ ଉପାୟ

ଆମ ପାଟିରେ କେତେକ କାରଣରୁ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଆନ୍ତି। ଏପରି କି ଏମାନେ ବଂଶବିସ୍ତାର କଲେ ଆମେ ପାଟିଜନିତ ରୋଗର ସମ୍ମୁଖୀନ ହୋଇଥାଉ। ଏହାକୁ ନଷ୍ଟ...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ସୋୟାବିନ୍‌

ସୋୟାବିନରେ କାର୍ବୋହାଇଡ୍ରେଟ୍‌, କ୍ୟାଲସିୟମ, ଆଇରନ୍‌ ଏବଂ ଫରଫରସ ପ୍ରଚୁର ପରିମାଣରେ ଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ପାଚନ ତନ୍ତ୍ରକୁ ମଜଭୁତ କରେ ଏବଂ...

ଅକାଳ ବାର୍ଦ୍ଧକ୍ୟଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ…

ସପୁରୀ କେବଳ ସୁସ୍ବାଦୁ ନୁହେଁ ଏହା ଔଷଧୀୟ ଗୁଣରେ ମଧ୍ୟ ଭରପୁର। ସପୁରୀରେ ଭିଟାମିନ ବି-୧, ବି-୨, ବି-୩, ବି-୫, ଭିଟାମିନ-ସି ପ୍ରଚୁର ପରିମାଣରେ ଅଛି।...

ଲକ୍‌ଡାଉନ୍‌ରେ ବ୍ରେକ୍‌ଅପ୍‌ ହୋଇଗଲେ, ଏହି ୪ ପନ୍ଥା ଆପଣାଇ ସମ୍ଭାଳନ୍ତୁ ନିଜକୁ

ବ୍ରେକଅପ ଯନ୍ତ୍ରଣାରୁ ବାହାରିବା ଏତେ ସହଜ କାମ ନୁହେଁ। ଯେତେବେଳେ ପ୍ରେମ ସମ୍ପର୍କ ହଠାତ୍‌ ସମାପ୍ତ ହୁଏ, ନିଜକୁ ସମ୍ଭାଳିବା କଷ୍ଟକର ହୋଇଯାଏ। ବିଶେଷ ଭାବରେ,...

୪୯୯ ବର୍ଷ ପରେ ଏଥର ଦୀପାବଳିରେ ଘଟିବାକୁ ଯାଉଛି ଏମିତି, ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ

ଚଳିତ ବର୍ଷ ନଭେମ୍ବର ୧୪ ଦୀପାବଳି ପର୍ବ ପାଳନ କରାଯିବ। ଚଳିତବର୍ଷ ଦୀପାବଳିର ଶୁଭ ଅବସରରେ ଗ୍ରହମାନଙ୍କର ଏକ ଚମତ୍କାର ସଂଯୋଗ ସୃଷ୍ଟି ହେଉଛି। ଦୀପାବଳିରେ...

ଡେଙ୍ଗୁର କାରଣ ଓ ନିରାକରଣ

ଡେଙ୍ଗୁ ହେଉଛି ଏକ ମଶାବାହିତ ଭୂତାଣୁଜନିତ ରୋଗ। ଏହା ସଂକ୍ରମିତ ମାଈ ଏଡିଶ ମଶା ସୁସ୍ଥ ଲୋକକୁ କାମୁଡିବା ଦ୍ୱାରା ବ୍ୟାପିଥାଏ। ସଂକ୍ରମିତ ମଶା କାମୁଡ଼ିବାର...

ହୋଲିର ରଙ୍ଗ ବି ଆଣିଥାଏ ଖୁସି

ହୋଲିରେ ଖେଳାଯାଉଥିବା ଫଗୁ, ଅବିରକୁ ବି ବାସ୍ତୁଶାସ୍ତ୍ରରେ ସୁଖ, ସୌଭାଗ୍ୟର ପ୍ରତୀକ ଭାବେ ବିବେଚନା କରାଯାଇଥାଏ। ଯେହେତୁ ନାଲି ରଙ୍ଗ ହେଉଛି ଊର୍ଜା ଓ ଶକ୍ତିର...

Advertisement
Archives

Model This Week