ଘରକୁ ଯାଇ ନ ପାରି ଓପାସରେ ୧୭ ଶ୍ରମିକ

ବଇଣ୍ଡା, ୨୨ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁରୁମଟାପ ପଞ୍ଚାୟତ ମନ୍ଦରବାହାଳ ଗ୍ରାମରେ ଚେକଡ୍ୟାମ କେନାଲ ନିର୍ମାଣରେ ନିୟୋଜିତ ୧୭ ଜଣ ଶ୍ରମିକ ଘରକୁ ଯାଇ ନ ପାରି ସେଠାରେ ଅଟକି ରହିଛନ୍ତି। ଏଥିସହ ୨ ଦିନ ହେଲା ସେମାନେ ଓପାସରେ ଥିବା ଅଭିଯୋଗ କରି ଶୁକ୍ରବାର ପଞ୍ଚାୟତ ସମ୍ମୁଖରେ ଧାରଣା ଦେଇଛନ୍ତି।
ଅଭିଯୋଗ ମୁତାବକ, ଭୁବନେଶ୍ୱରର ଏକ ଠିକାସଂସ୍ଥା କେନ୍ଦୁଝରରୁ ୧୭ ଜଣ ମହିଳା ପୁରୁଷ ଶ୍ରମିକଙ୍କୁ ଆଣି କେନାଲ ନିର୍ମାଣ କାମରେ ନିୟୋଜିତ କରିଥିଲା। ମଙ୍ଗଳବାରଠାରୁ ସମ୍ପୃକ୍ତ ଠିକାଦାର କାମ ବନ୍ଦ କରାଇ ଦେଇଛନ୍ତି। ସେମାନଙ୍କ ମଜୁରି ୫୨ ହଜାର ହେଉଥିବାବେଳେ ସପ୍ତାହେ ତଳେ ଠିକାଦାର ମାତ୍ର ୮ ହଜାର ଟଙ୍କା ଦେଇଛନ୍ତି। ବକେୟା ମଜୁରି ପ୍ରଦାନ ନ କରିବା ସହ ରହିବା ଖାଇବାର ବ୍ୟବସ୍ଥା ନ କରି ସମ୍ପୃକ୍ତ ଠିକାଦାର ପଳାଇଛନ୍ତି। ପାଖରେ ଟଙ୍କା କିମ୍ବା ଖାଦ୍ୟ ପଦାର୍ଥ ନ ଥିବାରୁ ସେମାନେ ଉପାସ ଥିବା ଅଭିଯୋଗ କରିଛନ୍ତି। ଏ ଦିଗରେ ତୁରନ୍ତ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।
ସରପଞ୍ଚ ସୁମନ୍ତ ବେହେରା କୁହନ୍ତି, ଶ୍ରମିକମାନଙ୍କୁ ଆଣିଥିବା ଠିକାଦାର ମଜୁରି ନ ଦେଇ କେଉଁଆଡେ ପଳାଇଛନ୍ତି। ସେମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ପଞ୍ଚାୟତ ପକ୍ଷରୁ ଠାକୁରଗଡ ଥାନା ଓ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଛି। ରାତିରେ ସେମାନଙ୍କୁ ପଞ୍ଚାୟତ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯିବ। ଏ ସମ୍ପର୍କରେ ଆଠମଲ୍ଲିକ ବିଡିଓ ସଞ୍ଜୟ ଆଚାର୍ଯ୍ୟ କୁହନ୍ତି, ଶ୍ରମିକମାନେ ଘରକୁ ଯିବାର ବ୍ୟବସ୍ଥା ସମ୍ପୃକ୍ତ ଠିକାଦାର କରିବେ। ଯଦି ସେ ଏଥିରେ ଅବହେଳା କରନ୍ତି, ଶ୍ରମିକମାନେ ଥାନାରେ ଅଭିଯୋଗ କଲେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri