Posted inଭଦ୍ରକ

ଘଣ୍ଟେଶ୍ୱର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି: ୪୦ କି.ମି. ଚାଲି ଅଭିଯୋଗ ପରେ ଚେତିଲା ପ୍ରଶାସନ

ଭଦ୍ରକ ଅଫିସ, ୧୮।୧-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଘଣ୍ଟେଶ୍ୱର ଅଞ୍ଚଳବାସୀ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ଗୁରୁବାର ୪୦ କି.ମି. ଚାଲି ଚାଲି ଆସି ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ସେମାନେ ଜିଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଏହାପରେ ପ୍ରଶାସନର ଚେତା ପଶିଛି। ଶୁକ୍ରବାର ଘଣ୍ଟେଶ୍ୱର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନୂଆ ଡାକ୍ତର ଯୋଗ ଦେଇଛନ୍ତି। ଘଣ୍ଟେଶ୍ୱର ଅଞ୍ଚଳବାସୀଙ୍କ ଦୀର୍ଘବର୍ଷର ଦାବି ପୂରଣ ହୋଇଛି। ନୂଆ ଡାକ୍ତର ରାକେଶ ରଞ୍ଜନ ପାଢ଼ୀଙ୍କୁ ଅଞ୍ଚଳବାସୀ ଫୁଲତୋଡ଼ା ଦେଇ ସ୍ବାଗତ କରିଛନ୍ତି। ଏଥିପାଇଁ ଘଣ୍ଟେଶ୍ୱର ଅଞ୍ଚଳବାସୀଙ୍କ ପକ୍ଷରୁ ଆନ୍ଦୋଳନରେ ନେତୃତ୍ୱ ନେଉଥିବା ଯୁବଗୋଷ୍ଠୀଙ୍କୁ ସାଧୁବାଦ ଜଣାଯାଇଛି।
ପ୍ରାୟ ୧୦ବର୍ଷ ଧରି ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ଖାଲି ପଡ଼ିଥିଲା। କିଏ କେବେ ଡେପୁଟେଶନରେ ଆସୁଥିଲେ ଓ ଫେରି ଯାଉଥିଲେ କାହାରିକୁ ଜଣା ନ ଥିଲା। ଏହି ଅଞ୍ଚଳର ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ଉଲ୍ଲେଖନୀୟ ଯେ, ଡାକ୍ତର ନିଯୁକ୍ତି ପାଇଁ ଏହି ଅଞ୍ଚଳର ୫୦ରୁ ଊର୍ଦ୍ଧ୍ୱ ଯୁବଗୋଷ୍ଠୀ ଦସ୍ତଖତ ଅଭିଯାନଠାରୁ ଆରମ୍ଭ କରି ଦାବିପତ୍ର ପ୍ରଦାନ କରିଥିଲେ। ଏ ସମ୍ପର୍କରେ ଜିଲାପାଳଙ୍କଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ। କୌଣସି ପଦକ୍ଷେପ ନିଆ ନ ଯିବାରୁ ପ୍ରାୟ ୫୦ଜଣ ଯୁବତୀ ଯୁବକ ଘଣ୍ଟେଶ୍ୱରଠାରୁ ଚାଲି ଚାଲି ଆସି ପ୍ରଶାସନକୁ ଜଣାଇଥିଲେ। ଜିଲା ଚିକିତ୍ସାଧିକାରୀଙ୍କ ଅଫିସ୍‌ ଆଗରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଧାରଣାରେ ବସିରହିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ନୂଆ ଡାକ୍ତର ନିଯୁକ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ଆଗରେ କିରୋସିନ ଢାଳି ମହିଳାଙ୍କ ଆତ୍ମାହୂତି ଉଦ୍ୟମ

ବାସୁଦେବପୁର,୧ା୫: ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରି ଭଦ୍ରକ ଜିଲା ଅରଣ୍ଡୁଆ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ତାରାମଣି ବିଶ୍ୱାଳ ବାସୁଦେବପୁର ଥାନା ସମ୍ମୁଖରେ ଦେହରେ କିରୋସିନ...

CORONAVIRUS UPDATE: ଭଦ୍ରକରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ରେ ପହଞ୍ଚିଲା

ଭୁବନେଶ୍ୱର, ୮।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଶୁକ୍ରବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ସେ ଭଦ୍ରକ ଜିଲାର ୩୩ ବର୍ଷୀୟ ଯୁବକ। ନିକଟରେ ସେ...

ଟାଟା ମ୍ୟାଜିକ୍‌କୁ ୧୭,୫୦୦ ଜରିମାନା

ଭଦ୍ରକ ଅଫିସ,୧୫।୨-ଭଦ୍ରକ ଆର୍‌ଟିଓ ପକ୍ଷରୁ ଶନିବାର ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ଏକ ଟାଟା ମ୍ୟାଜିକ୍‌କୁ ଜରିମାନା କରାଯାଇଛି। ସୂଚନା ଅନୁଯାୟୀ, ଟାଟା ମ୍ୟାଜିକ୍‌...

ମେଡିକାଲରୁ ଆଉ ୨ ଦଲାଲ ଗିରଫ

ଭଦ୍ରକ ଅଫିସ, ୨୮ା୯: ଭଦ୍ରକ ଜିଲା ଚିକିତ୍ସାଳୟରୁ ଶନିବାର ଆଉ ୨ ଦଲାଲଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ରାଜ୍ୟ ସରକାର ମେଡିକାଲ ଓ...

ସଂଗଠିତ ହେଲେ ଦାବି ହାସଲ କରିପାରିବେ ଚାଷୀ

ତିହିଡ଼ି,୧୮।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ସ୍ଥିତ ଦୀନଦୟାଲ ଭବନରେ ବୁଧବାର ମଧ୍ୟାହ୍ନରେ ନବ ନିର୍ମାଣ କୃଷକ ସଂଗଠନର ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋଡକ...

୧୧ ଗ୍ରାମ ବ୍ରାଉନସୁଗାର ଜବତ: ୨ ଗିରଫ

ଭଦ୍ରକ ଅଫିସ,୧୬ା୧୨: ଭଦ୍ରକ ସହରର ଜାତୀୟ ରାଜପଥ ଗେଲପୁର ନିକଟରେ ଗୁରୁବାର ରାତିରେ ଗ୍ରାମାଞ୍ଚଳ ପୋଲିସ ୧୧ ଗ୍ରାମ୍‌ ବ୍ରାଉନସୁଗାର ଜବତ ସହ ୨ ଜଣ...

ବିଧାୟକ ବିଷ୍ଣୁବ୍ରତ ରାଉତରାୟ କରୋନା ସଂକ୍ରମିତ

ବାସୁଦେବପୁର/ପଦ୍ମପୁର,୭।୫(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ତୃତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। ବିଧାୟକଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ କରୋନା...

ଯୋଗଦେଲେ ନୂତନ ଜିଲାପାଳ

ଭଦ୍ରକ ଅଫିସ,୨୦।୬: ଭଦ୍ରକର ନୂତନ ଜିଲାପାଳ ଭାବେ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ପ୍ରଥମ ଦିନରେ ଜିଲାପାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ...

Advertisement
Archives

Model This Week