ଘଡ଼ି ଭାଙ୍ଗି ଟଙ୍କା ଦାନକଲେ ଭାଇଭଉଣୀ

ଜୟପୁର: ଘଡ଼ିରେ ଟଙ୍କା ସଞ୍ଚୟ କରିବା ପିଲାମାନଙ୍କ ଏକ ସଉକ ହୋଇଥାଏ। ଏହି ସଞ୍ଚୟ ଅର୍ଥକୁ ନେଇ ସେମାନେ କେତେ କ’ଣ ସ୍ବପ୍ନ ଦେଖିଥାନ୍ତି। କିନ୍ତୁ ଏବେ ଲକ୍‌ଡାଉନ ପାଇଁ ଏହି ଅର୍ଥକୁ ବି ପିଲାମାନେ ଦେବାକୁ ପଛାଉ ନାହାନ୍ତି। ଏମିତି ଏକ କାମ କରି ଉଦାହରଣ ସାଜିଛନ୍ତି ରାଜସ୍ଥାନ ଜୟପୁରର ଚୁରୁରେ ଥିବା ଦୁଇ ଭାଇଭଉଣୀ। ଏମାନେ ହେଉଛନ୍ତି ତୃପ୍ତା ପୁରୋହିତ ଏବଂ ଚିରାଗ ପୁରୋହିତ। ଏହି ଦୁଇ ଭାଇଭଉଣୀ ଅନେକ ଦିନ ଧରି ନିଜ ଘଡ଼ିରେ ସଞ୍ଚୟ କରି ରଖିଥିବା ସମସ୍ତ ଟଙ୍କାକୁ ସ୍ଥାନୀୟ ପ୍ରଶାସନକୁ ଦେଇଛନ୍ତି। ଏଥିପାଇଁ ସେମାନେ ପ୍ରଥମେ ସ୍ଥାନୀୟ କଲେକ୍ଟରଙ୍କୁ ଦେଖାକରି ତାଙ୍କ ପାଖରେ ଥିବା ୪ହଜାର ୧୧୫ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଦେବା ପାଇଁ ନିବେଦନ କରିଥିଲେ। ତାଙ୍କର ଏହି ଅର୍ଥ ରାଶି କରୋନା ଲାଗି ହୋଇଥିବା ଲକ୍‌ଡାଉନରେ ପ୍ରଭାବିତ ଗରିବ ଲୋକଙ୍କ କାମରେ ଲଗାଇବା ପାଇଁ ସେମାନେ ନିବେଦନ କରିଛନ୍ତି।
ଚିରାଗ ପଞ୍ଚମ ଶ୍ରେଣୀରେ ପଢୁଥିବାବେଳେ ତାଙ୍କ ଭଉଣୀ ତୃପ୍ତା ସପ୍ତମ ଶ୍ରେଣୀର ଛାତ୍ରୀ। ଏବେ କରୋନା ଭାଇରସ୍‌ ପାଇଁ ଲକ୍‌ଡାଉନ୍‌ ହେବା କାରଣରୁ ସେମାନେ ଗରିବ ଦିନ ମଜୁରିଆଙ୍କ କଷ୍ଟ ସମ୍ପର୍କରେ ଗଣମାଧ୍ୟମରୁ ଜାଣିପାରି ନିଜ ପାଖରେ ଥିବା ସଞ୍ଚିତ ଅର୍ଥକୁ ଦାନ କିରବା ଲାଗି ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେଦିନର ହୋଲି…

ପ୍ରତିବର୍ଷ ହୋଲି ଆସେ, ରଙ୍ଗ ବି ଉଡ଼େ। ଅବିର ରଙ୍ଗରେ ମନ ବି ରଙ୍ଗେଇ ହୋଇଯାଏ। ଏମିତି ରଙ୍ଗର ପର୍ବ ହୋଲିକୁ ନେଇ ରହିଛି ବିଭିନ୍ନ...

ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ: ଆସିବ ରେଡି ଟୁ ୟୁଜ୍‌ ଅକ୍ସିଜେନ୍‌ ପ୍ଲାଣ୍ଟ୍‌…

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହୋଇଥିବାବେଳେ ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ଅକ୍ସିଜେନ୍‌ ଅଭାବ ଯୋଗୁ ସଙ୍କଟ ଅଧିକ ଜଟିଳ ହେବାରେ ଲାଗିଛି।...

ଆମେରିକାରେ ନୂଆ ପ୍ରବାସନ ନେଇ କଟକଣା: ଟୁଇଟ୍‌ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୧।୪: ପୃଥିବୀ ସାରା କରୋନା ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନା ଯୋଗୁ ଆମେରିକାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ...

ସୁସ୍ଥତା ହାର ୯୮.୨୦ ପ୍ରତିଶତ…

ନୂଆଦିଲ୍ଲୀ,୩୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୨...

ଭାରତୀୟଙ୍କୁ ଭାଗ୍ୟବାନ ବୋଲି କହିଲେ ଆମେରିକା ଡାକ୍ତର

ଓ୍ବାଶିଂଟନ,୧୮।୪: ଆମେରିକାର ନ୍ୟୁଜର୍ସିରେ ଏବେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଭାରତୀୟ ଡାକ୍ତର କ୍ରିତି ଅଗ୍ରଓ୍ବାଲ କୁହନ୍ତି ପ୍ରତିଦିନ ସେ ଚିକିତ୍ସା କରୁଥିବା ହସ୍ପିଟାଲରେ ଶହ...

ମହାକାଶରେ ବିବାହ କରିବେ ବେଜୋସ୍‌

ପ୍ୟାରିସ୍‌: ଆମାଜନ୍‌ର ସମ୍ପାଦକ ୫୯ ବର୍ଷୀୟ ଜେଫ ବେଜୋସ୍‌ ନିଜ ରିଲେଶନକୁ ନେଇ ଚର୍ଚ୍ଚାରେ ରହୁଥିବାବେଳେ ଏବେ ସେ ବିବାହ କରିବାକୁ ଯାଉଥିବା ଖବର ମିଳିଛି।...

୭୭ ବର୍ଷର ମଡେଲ

ଆର୍ଥିକ ପରିସ୍ଥିତି କେବେ କାହାକୁ କେଉଁଠି ପହଞ୍ଚାଇଥାଏ ତାହା କହିବା ମୁସ୍କିଲ। ତେବେ ଦକ୍ଷିଣ କୋରିଆର ୭୭ ବର୍ଷୀୟା ମହିଳା ଚୋଇ ସୁନ ଏବେ ଯୁବବର୍ଗଙ୍କ...

ନିଖୋଜ କୁମ୍ଭୀରଙ୍କୁ ଖୋଜିବା ପାଇଁ ଚିନ୍ତାରେ ସରକାର

ଦକ୍ଷିଣ ଆଫ୍ରିକାରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ମଣିଷଖିଆ କୁମ୍ଭୀରଙ୍କୁ ଧରିବା ପାଇଁ ଏକ ବଡ ଅଭିଯାନ ଆରମ୍ଭ କରାଯାଇଛି। ଆଫ୍ରିକାର କେପ୍‌ ଫାର୍ମରୁ...

Advertisement
Archives

Model This Week