ଗ୍ରୀନ୍‌ ଟି ଫେସ୍‌ ପ୍ୟାକ୍‌

ସ୍ବାସ୍ଥ୍ୟ ପାଇଁ ଗ୍ରୀନ୍‌ ଟି’ର ଉପକାରିତା ସମ୍ପର୍କରେ ପ୍ରାୟ ସମସ୍ତଙ୍କୁ ଜଣା। କେବଳ ଏତିକି ନୁହେଁ,ଏଥିରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟବର୍ଦ୍ଧକ ଗୁଣ। ଏହାକୁ ପିଇବା ଦ୍ୱାରା ତ୍ୱଚାର କୁଞ୍ଚନ, ଦାଗ, ବ୍ରଣ, ସନ୍‌ଟ୍ୟାନ୍‌ ଭଳି ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ହେଲେ ଆପଣ ଜାଣନ୍ତିକି ଏହାକୁ କେବଳ ପିଇବା ନୁହେଁ ଫେସ୍‌ପ୍ୟାକ୍‌ ଭାବେ ଲଗାଇବା ଦ୍ୱାରା ମଧ୍ୟ ତ୍ୱଚାର ଗ୍ଲୋ ବଢ଼ିବା ସହ ରଙ୍ଗ ଗୋରା ହୋଇଥାଏ। ଜାଣନ୍ତୁ ଏହାକୁ ବ୍ୟବହାର କରିବାର ଉପାୟ…

ଅମୃତଭଣ୍ଡା- ଗ୍ରୀନ୍‌ ଟି ପ୍ୟାକ୍‌: ପାଚିଲା ଅମୃତଭଣ୍ଡା ସହିତ ଗ୍ରୀନ୍‌ ଟି ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ସଫା ମୁହଁରେ ଲଗାଇ ୧୫ ମିନିଟ୍‌ ରଖିବା ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହାଦ୍ୱାରା ଟ୍ୟାନ୍‌ ସମସ୍ୟା ଦୂର ହୋଇଯିବ।
ଅଦା- ଗ୍ରୀନ୍‌ ଟି ପ୍ୟାକ୍‌: ୩ଟି ଗ୍ରୀନ୍‌ ଟି ପ୍ୟାକ୍‌ ସହ ଖଣ୍ଡେ ଅଦାକୁ ଭଲ ଭାବେ ଛେଚି ପାଣିରେ ଭଲ ଭାବେ ଫୁଟାଇ ଦିଅନ୍ତୁ। ପାଣି ଫୁଟି ଅଧା ହୋଇଗଲେ ଏହାକୁ କାଢ଼ି ଥଣ୍ଡା କରନ୍ତୁ। ଏହାକୁ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ ଉପକୃତ ହେବେ।
ଚାଉଳ ଗୁଣ୍ଡ- ଗ୍ରୀନ୍‌ ଟି ପ୍ୟାକ୍‌: ଚାଉଳକୁ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ। ସେଥିରେ ୨ଟି ଗ୍ରୀନ୍‌ ଟି ବ୍ୟାଗ୍‌ ଖୋଲି ମିଶାନ୍ତୁ। ସେଥିରେ ଅଳ୍ପ ଲେମ୍ବୁରସ ଏବଂ ଆବଶ୍ୟକ ମାତ୍ରାରେ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ମିନିଟ୍‌ ରଖିବା ପରେ ଧୀରେ ଧୀରେ ସ୍କ୍ରବ୍‌ କରି ମୁହଁ ଧୋଇ ଦିଅନ୍ତୁ। ଏହାଦ୍ୱାରା ସ୍କିନ୍‌ ଅଧିକ ବ୍ରାଇଟ୍‌ ଲାଗିବା ସହ ଗ୍ଲୋ ମଧ୍ୟ ବଢ଼ିବ।
ଷ୍ଟ୍ରବେରୀ- ଗ୍ରୀନ୍‌ ଟି ପ୍ୟାକ୍‌: ୩ଟି ଷ୍ଟ୍ରବେରୀକୁ ଭଲ ଭାବେ ପେଷ୍ଟ କରି ସେଥିରେ ଅଧା ଚାମଚ ମହୁ ଏବଂ ୧ ପ୍ୟାକ୍‌୍‌ ଗ୍ରୀନ୍‌ ଟି ଖୋଲି ମିଶାଇ ଦିଅନ୍ତୁ। ଏହି ପେଷ୍ଟ୍‌କୁ ମୁହଁରେ ଲଗାଇ ତଳୁ ଉପରକୁ ଘଷନ୍ତୁ। ଅଧ ଘଣ୍ଟା ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହି ପ୍ୟାକ୍‌ ଲଗାଇବା ଦ୍ୱାରା ରିଙ୍କଲ୍‌ ମାର୍କ ଦୂର ହେବା ସହ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

ନ୍ୟାୟ ଦାବିରେ ଶ୍ୱଶୁର ଦ୍ୱାରଦେଶରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri