ଗ୍ରାହକଙ୍କୁ ଲୁଟୁଛନ୍ତି ଖୁଚୁରା ବ୍ୟବସାୟୀ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ରାଜ୍ୟରେ ପିଆଜ ଦର ବଢ଼ିଚାଲିଛି। ଗତ ଦୁଇ ସପ୍ତାହ ମଧ୍ୟରେ ପିଆଜ କିଲୋରେ ୧୦ରୁ ୧୫ ଟଙ୍କା ବୃଦ୍ଧି ହେଲାଣି। ଆଗକୁ ଦର ଆହୁରି ଆକାଶଛୁଆଁ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଗୋଦାମରେ ପିଆଜ କୁଇଣ୍ଟାଲ ୨୫୦୦ ଟଙ୍କା ହୋଇଥିବା ବେଳେ ଖୁଚୁରା ବଜାରରେ କିଲୋ ପିଛା ୩୦ରୁ ୩୫ ଟଙ୍କାରେ ଦରରେ ବିକ୍ର ହେଉଛି। ପିଆଜ ପାଇଁ ଓଡ଼ିଶାକୁ ମହାରାଷ୍ଟ୍ରର ନାସିକ ଉପରେ ନିର୍ଭର କରିବାକୁ ପଡୁଛି। ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପିଆଜ ଦର ବୃଦ୍ଧି ପାଇଛି। ବାଙ୍ଗାଲୋର, ଆନ୍ଧ୍ର ଓ କର୍ନାଟକରେ ପିଆଜ ଅମଳ ହୋଇ ନ ଥିବାରୁ ଦରରେ ବୃଦ୍ଧି ହୋଇଛି। ନୂଆ ପିଆଜ ଆସିବାକୁ ଆହୁରି ଦୁଇ ସପ୍ତାହ ଲାଗିଯିବ। ତେଣୁ ତାହାର ଭରପୂର ଫାଇଦା ଉଠାଇବାରେ ଲାଗିଛନ୍ତି ଖୁଚୁରା ବ୍ୟବସାୟୀ। ଆଳୁ ଓ ପିଆଜ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ କିଣା ମୂଲ୍ୟଠାରୁ କିଲୋ ପିଛା ୨ରୁ ୩ ଟଙ୍କା ଅଧିକ ଦରରେ ଖୁବୁରା ବ୍ୟବସାୟୀମାନେ ବିକ୍ରି କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ଏହି ନିର୍ଦ୍ଦେଶନାମାକୁ ବ୍ୟବସାୟୀମାନେ ବେଖାତିର କରି ମନଇଚ୍ଛା ଚଢ଼ା ଦରରେ ବିକ୍ରି କରୁଛନ୍ତି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।
ରାଜ୍ୟକୁ ବାର୍ଷିକ ୨.୯୭ ଲକ୍ଷ ଟନ ପିଆଜ ଆବଶ୍ୟକ ଥିବା ବେଳେ ଉତ୍ପାଦନ ହେଉଛି ୩.୯୭ ଲକ୍ଷ ଟନ। ଉତ୍ପାଦନ ସମୟରେ ପିଆଜକୁ ରଖିବା ପାଇଁ ବ୍ୟବସ୍ଥା ନ ଥିବାରୁ ଚାଷୀଙ୍କୁ ଅନେକ ସମୟରେ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ପଡୁଛି। ରାଜ୍ୟ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଉତ୍ପାଦନ ବୃଦ୍ଧି ପାଇଁ ୨୦୧୭ରେ ପିଆଜ ମିଶନ କାର୍ଯ୍ୟକାରୀ କରିଥିଲେ। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୨୪୮୫ ହେକ୍ଟର ଜମିରେ ୩୮ ହଜାର ଟନ ଉତ୍ପାଦନ ପାଇଁ ଯୋଜନା କରାଯାଇଥିଲା। ସେଥିପାଇଁ ୫୦ ହେକ୍ଟର ଜମିରେ ରିହାତି ଦିଆଯାଇଥିଲା। ତେବେ ସେହି ମିଶନ ସଫଳ ହୋଇ ପାରି ନ ଥିଲା। ଫଳରେ ରାଜ୍ୟ ପୁଣି ପିଆଜ ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଛି।
ଆଇଗିଣିଆ ପିଆଜ ବ୍ୟବସାୟୀ ସଂଘର ଆବାହକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି ଯେ, ଓଡ଼ିଶା ପଡୋଶୀ ରାଜ୍ୟ ଉପରେ ଆଳୁ ଓ ପିଆଜ ପାଇଁ ନିର୍ଭର କରୁଛି। ସେଠାରେ କୌଣସି ସମସ୍ୟା ହେଲେ ଦର ବୃଦ୍ଧି ଘଟୁଛି। ଗୋଦାମରୁ କିଲୋ ପିଛା ୨୫ ଟଙ୍କାରେ ପିଆଜ ଯୋଗାଇ ଦିଆଯାଉଛି। କିନ୍ତୁ ଖୁଚୁରା ବଜାରରେ ୧୦ରୁ ୧୫ ଟଙ୍କା ଅଧିକ ବିକ୍ରି ହେବା କଥା ନୁହେଁ। ରାଜ୍ୟ ସରକାରଙ୍କ କୌଣସି ନିୟନ୍ତ୍ରଣ ନ ଥିବାରୁ ଗ୍ରାହକଙ୍କୁ ଏହାର ଦୁର୍ଦ୍ଦଶା ଭୋଗିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପ-ଝିଅଙ୍କୁ ଗୋଡେଇ ଗୋଡେଇ ହାଣିଲେ

ଭଦ୍ରକ ଅଫିସ, ୧୬।୭: ଭଦ୍ରକ ଟାଉନ ଥାନା ଅଧୀନ ଏଲଖା ଗାଁରେ ଗୁରୁବାର ରାତିରେ ସାମାନ୍ୟ କଥାକୁ କେନ୍ଦ୍ରକରି ବାପ-ଝିଅଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି। ଏଥିରେ...

କଟକ ସହର ପାଇଁ ହେଲ୍ପଲାଇନ ଜାରିକଲା ସିଏମସି

କଟକ ଅଫିସ,୪। ୪- ସଟ୍ ଡାଉନ୍ ଯୋଗୁଁ କଟକ ସହର ସଂପୂର୍ଣ୍ଣ ବନ୍ଦ ରହିଛି। ଘରୁ ନ ବାହାରିବା ପାଇଁ ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି।...

୧୫ରୁ ହାଇକୋର୍ଟରେ ସିଧାସଳଖ ଶୁଣାଣି

କଟକ ଅଫିସ,୧୨।୨: ଆସନ୍ତା ୧୫ ତାରିଖରୁ ହାଇକୋର୍ଟ ସ୍ବାଭାବିକ ଭାବେ କାର୍ଯ୍ୟ କରିବ। କରୋନା ମହାମାରୀ ଯୋଗୁ ହାଇକୋର୍ଟରେ ବିଭିନ୍ନ ମାମଲାର ଶୁଣାଣି ଭର୍ଚୁଆଲ ମାଧ୍ୟମରେ...

ନିଶା ପାଇଁ ନେଉଛନ୍ତି ନିଷିଦ୍ଧ ଇଞ୍ଜେକ୍ସନ

ଆଶିଷ ରଞ୍ଜନ ପଣ୍ଡା ରାୟଗଡ଼ା, ୫।୫: ନିଦ୍ରାହୀନତା, ବାନ୍ତି, ମୁଣ୍ଡବ୍ୟଥା, ଶରୀରରେ ହେଉଥିବା ଅସହ୍ୟ ଯନ୍ତ୍ରଣା ଉପଶମ ପାଇଁ ବ୍ୟବହାର କରାଯାଏ ଫୋର୍ଟୱିନ ଏବଂ ଫେନରଗାନ୍‌...

ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ୍‌ ନଂ ଜାରି କଲା ଭାଜପା

ଭୁବନେଶ୍ୱର, ୨ା୩(ବ୍ୟୁରୋ): ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛି ରୁଷିଆ। ଏହି କାରଣରୁ ବହୁ ସଂଖ୍ୟାରେ ଓଡ଼ିଆଙ୍କ ସମେତ ଭାରତୀୟ ଛାତ୍ରୀଛାତ୍ର ୟୁକ୍ରେନ୍‌ର ବିଭିନ୍ନ ସହରରେ...

ପୂର୍ବ ଶତ୍ରୁତାରୁ ବୋମାମାଡ଼

ଗଞ୍ଜାମ,୨୩ା୭(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଧିନସ୍ଥ ନୂଆଗାଁସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଜେନେରାଲ ଷ୍ଟୋର ଉପରକୁ ଶନିବାର ସାରେ ୪ଟି ବୋମାମାଡ଼...

ଶୋଇଥିବା ବେଳେ ଘରେ ଲଗାଇ ଦେଲେ ନିଆଁ: ଦମ୍ପତି ଗୁରୁତର

ବାରିପଦା ଅଫିସ,୨୮।୧୧: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନୂଆସାହି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ ନେଇ ପଡ଼ୋଶୀ ଜଣକ ସ୍ଥାନୀୟ ଅର୍ଜୁନ...

CORONAVIRUS UPDATE: ୩୦ ଜିଲାରୁ ୨୭୫୨ ନୂଆ ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୩୦ ଜିଲାରୁ ୨୭୫୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୪୨୩୧କୁ ବୃଦ୍ଧି...

Advertisement
Archives

Model This Week