ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ଦିଗହରା: ଭଙ୍ଗା ଘରେ ଅସହାୟ ମହିଳା

କପ୍ତିପଦା,୯ା୮(ଡ଼ି.ଏନ୍‌.ଏ.)- ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ହିତାଧିକାରୀମାନଙ୍କୁ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ପକ୍କା ଘର ଯୋଗାଇ ଦେବାକୁ ନିୟମ କରିଛନ୍ତି। ପ୍ରକୃତ ହିତାଧିକାରୀ କିପରି ଏହି ଯୋଜନାରେ ସାମିଲ ହେବେ ସେଥିନେଇ ପ୍ରତି ପଞ୍ଚାୟତରେ ଗ୍ରାମସଭା ଓ ପଲ୍ଲିସଭା ମାଧ୍ୟମରେ ତାଲିକା ପ୍ରସ୍ତୁତ କରାଯାଉଛି। ମାତ୍ର ଏହି ଯୋଜନା କପ୍ତିପଦା ବ୍ଲକ୍‌ରେ ସମ୍ପୂର୍ଣ୍ଣ ଦିଗହରା ହୋଇଛି। ଏହି ବ୍ଲକର ଅଧିକାଂଶ ପଞ୍ଚାୟତରେ ହିତାଧିକାରୀଙ୍କ ନାମ ଗ୍ରାମସଭା ସଭା ତାଲିକାରେ ଥିଲେ ମଧ୍ୟ ଘର କରିଦେବୁ କହି ସେମାନଙ୍କଠାରୁ ୧୦ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିବା ଜଣେ ହିତାଧିକାରୀ ନାମ ଗୋପନ ରଖି କହିଛନ୍ତି। ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବାଦ ପଡୁଥିବା ବେଳେ ଥିଲାବାଲା ଏହି ଯୋଜନାର ଫାଇଦା ନେଉଛନ୍ତି। ଏଥିରେ କେତେକ ସରକାରୀ ଅଧିକାରୀଙ୍କ ପ୍ରଚ୍ଛନ୍ନ ହାତଥିବା ଅଭିଯୋଗ ହେଉଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ୍‌ ଅଧୀନ ଲାବଣ୍ୟଦେଈପୁର ପଞ୍ଚାୟତ ଢିପାସାହି ଗ୍ରାମରେ ା ଏହି ଗ୍ରାମର ବିଧବା ମହିଳା ଦଶମା ବେୱା (୭୦) ଅସହାୟ ଭାବେ ଜୀବନ ବିତାଉଛନ୍ତି। ତାଙ୍କ ପୁଅ ଥିଲେ ମଧ୍ୟ ସେ ପରିବାର ନେଇ ଅନ୍ୟତ୍ର ରହୁଛନ୍ତି। ମାସକୁ ରାଶନକାର୍ଡରେ ୫ କିଲୋ ଚାଉଳ ଓ ୫୦୦ଟଙ୍କା ଭତ୍ତା ହିଁ ତାଙ୍କର ସାହାରା ା ଏହା ସରିଗଲେ ପରିଣତ ବୟସରେ ପର ଘରେ ମୂଲ ନ ଲାଗିଲେ ଦଶମାଙ୍କ ଚୁଲି ଜଳେ ନାହିଁ। ଭଙ୍ଗା କାନ୍ଥ ଓ ନଡା ଛପର ଘରେ ସେ ବିପଦସଙ୍କୁଳ ଅବସ୍ଥାରେ ବସବାସ କରୁଛନ୍ତି। ଭଙ୍ଗା ଘର ସମ୍ପର୍କରେ ତାଙ୍କୁ ପଚାରିବାରୁ ସେ କୁହନ୍ତି, ପ୍ରତିବର୍ଷ ପଞ୍ଚାୟତରେ ହେଉଥିବା ଗ୍ରାମସଭା ଓ ପଲ୍ଲିସଭାରେ ଘର ପାଇଁ ତାଙ୍କ ନାମ ଦିଅନ୍ତି ା ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କୁ କାହିଁକି ଘର ମିଳୁ ନାହିଁ ତାହା ସେ ଜାଣିପାରୁ ନାହାନ୍ତି। ଘର ବାବଦରେ ଯାହାକୁ ଯେତେ କାକୁତିମିନତି ହେଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନ ଥିବା ସେ ପ୍ରକାଶ କରିଛନ୍ତି ା ଏ ସଂକ୍ରାନ୍ତରେ ସେ ଜିଲାପାଳ, ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଆବଶ୍ୟକ ପଡ଼ିଲେ ବ୍ଲକ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏଥିନେଇ କପ୍ତିପଦା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ମୁଁ ଜାଣିନି ଓ ସରପଞ୍ଚଙ୍କ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଧିମେଇଛି ଚାଷୀ ପଞ୍ଜିକରଣ : ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅବଧି ବୃଦ୍ଧି ଦାବି

ଛତ୍ରପୁର,୨୬।୮(ଡି.ଏନ୍‌.ଏ.): ଧାନ ବିକିବା ନେଇ ଚାଷୀଙ୍କ ନାମ ଅନଲାଇନ୍‌ ପଞ୍ଜିକରଣ ଅବଧି ଚଳିତ ମାସ ୩୧ ତାରିଖରେ ସରିବ । ଅପରପକ୍ଷରେ କରୋନା କଟକଣା ନେଇ...

ବଢ଼ିଲା ଝୁଲା ବ୍ରିଜ୍‌ର ସୁରକ୍ଷା ଚିନ୍ତା

ବାଲିଗୁଡ଼ା,୨୪।୧୧(ଡି.ଏନ.ଏ): ବାଲିଗୁଡା ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ବୁଡୃକିଆ ପଞ୍ଚାୟତ ଓ କୁଟିକିଆ ପଞ୍ଚାୟତକୁ ଯାତାୟତ ନିମନ୍ତେ ଚିରସ୍ରୋତା ଖଡ୍‌ଗ ନଦୀ ପଡେ। ସେହି ନଦୀ...

ବରୀରେ ୨ ଏଡ୍‌ସ ରୋଗୀ ଚିହ୍ନଟ

ବରୀ,୫ା୩(ଡି.ଏନ.ଏ.): ବରୀ ବ୍ଲକ ଅଞ୍ଚଳରେ ଶୁକ୍ରବାର ୨ ଏଡ୍‌ସ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନେ ଏକ ଦମ୍ପତି ବୋଲି ଜଣାପଡ଼ିଛି। ଏହି ଖବର ପ୍ରଚାରିତ ହେବାପରେ...

ବଲାଙ୍ଗୀର ଜିଲା: ଜୁନ୍‌ ୧ରୁ ଚାଲିବ ଘରୋଇ ବସ୍‌

ବଲାଙ୍ଗୀର ଅଫିସ, ୨୯।୫-ବଲାଙ୍ଗୀର ଜିଲାରେ ଜୁନ ୧ତାରିଖରୁ ଘରୋଇ ବସ୍‌ ଚଳାଚଳ ଆରମ୍ଭ କରିବ। ଜିଲା ଘରୋଇ ବସ୍‌ ମାଲିକ ସଂଘର ଏକ ଗୁରୁତ୍ୱପୂର୍ଣ ସାଧାରଣ...

ଖେଳୁ ଖେଳୁ ବୁଡ଼ି ଗଲେ ଦୁଇ ଭଉଣୀ

କେନ୍ଦୁଝର, ୧୨।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଜଗମୋହନପୁର ଗ୍ରାମ ମଣ୍ଡା ସାହିରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ଦୁଇ ଭଉଣୀ ଖେଳୁଥିବା ବେଳେ...

ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ପ୍ରଜାମେଳି

ମାଲକାନଗିରି/ ଚିତ୍ରକୋଣ୍ଡା/କୋରୁକୋଣ୍ଡା, ୪।୧୨ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ପୁଣି ଆଦିବାସୀଙ୍କ ପ୍ରଜାମେଳି ଦେଖିବାକୁ ମିଳିଛି। ଜୋଡାମ୍ବ ପଞ୍ଚାୟତର ହନ୍ତାଳଗୁଡାଠାରେ ମଙ୍ଗଳବାର ୫ଶହରୁ ଊର୍ଦ୍ଧ୍ୱ ଆଦିବାସୀ...

ରାସ୍ତା ଭାଙ୍ଗି ଅଡ଼ୁଆରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌

ଯାଜପୁର ଅଫିସ,୧୨ା୧୧: ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (ଏମ୍‌ଏମ୍‌ଏସ୍‌ୱାଇ) କ୍ଷେତ୍ରରେ ଯାଜପୁର ଜିଲାରେ ଏକ ଅଜବ ଘଟଣା ଘଟିଛି। ପଞ୍ଚାୟତିରାଜ ବିଭାଗର...

ବଦଳୁନି ଶହୀଦ ପୀଠ ଭାଗ୍ୟ

ବାସୁଦେବପୁର,୨୮ା୯(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁରର ଇରମ ସ୍ଥିତ ଐତିହାସିକ ମେଳଣ ପଡ଼ିଆରେ ୧୯୪୨ ସେପ୍ଟେମ୍ବର ୨୮ରେ ଲୋମହର୍ଷଣକାରୀ ଗୁଳିକାଣ୍ଡ ଘଟିଥିଲା। ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିବା...

Advertisement
Archives

Model This Week