ଗୋଷ୍ଠୀ କେନ୍ଦ୍ରକେ ରାସ୍‌ତା ତିଆରି ଦାବି

ଲାଠୋର, ୨୨।୨ (ଡି.ଏନ୍‌.ଏ.)-
ବଲାଙ୍ଗାରୀ ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗଁ। ରେ ୨୦୧୩-୧୪ ସାଲେ ଲକ୍ଷାଧିକ୍‌ ଟଁକା ଖରଚ୍‌ରେ ଗୁଟେ ଗୋଷ୍ଠୀ କେନ୍ଦ୍ର ତିଆର ହେଇଛେ। ହେଲେ କେନ୍ଦ୍ରକେ ଯିବାର ଲାଗି ଆଏଜ୍‌ତକ ରାସ୍‌ତା ଖଁଡ଼େ ନଁ। ଇଁନ। ଏନ୍‌ତାଥି କେନ୍ଦ୍ରକେ ଲୋକ୍‌ ଯିବାର ଆଏବାର ଲାଗି ହଇରାନ ହରକତ ହେଉଥିବାର ଅଭିଯୋଗ ହେଉଛେ।
ସୂଚନା ଅନ୍‌ସାରେ ଲାଠୋର ଗଁ। ରେ ପାଖାପାଖି ୮ ହଜାର ଲୋକ୍‌ ବାସ କରୁଛନ୍‌। ଥାନୀଅ ଲୁକ୍‌କର ସୁବିଧା ଲାଗି ଲାଠୋର ସେଣ୍ଟ୍ରାଲ ବ୍ୟାଙ୍କ ପାସେ ଲକ୍ଷାଧିକ୍‌ ଟଁକା ଖରଚ୍‌ରେ ଗୁଟେ ଗୋଷ୍ଠୀ କେନ୍ଦ୍ର ତିଆର କରାଯାଇଛେ। ହେଲେ କେନ୍ଦ୍ର ତିଆର ହେବାର ଆଏଜ୍‌କେ ୫ ବଛର ବିତିଯାଇଥିଲେ ବି ଆଏଜ୍‌ତକ ରାସ୍‌ତା ଖଁଡ଼େ ତିଆର ନାଇଁ ହେଇପାରି। ଏନ୍‌ତାଥି କେନ୍ଦ୍ରରଟା ଲୁକ୍‌କର କାମ୍‌ରେ ନାଇଁ ଲାଗିପାରବାର। ଇଆଡ଼େ ଏଡ଼େ ବଡ଼ ଗଁାରେ ଗୁଟେ ନ ଗୋଷ୍ଠୀ କେନ୍ଦ୍ର ଥିଲାବେଲେ ଅନେକ ସମିଆରେ ଲୋକ୍‌ ଇ କେନ୍ଦ୍ର ଉପରେ ନିରଭର କରୁଛନ୍‌। ହେଲେ କେନ୍ଦ୍ରକେ ରାସ୍‌ତା ଅଭାବୁ ଲୋକ୍‌ ବଡ଼ା ହଇରାନ ହରକତ ହେଉଥିବାର ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଗଁାବାସୀ ବାରବାର ପଁଚେତ୍‌ କତୁରପକ୍ଷକୁଁ ଜନେଇ ନିରାଶ ହେଇଥିବାର କହିଛନ୍‌। ଗୋଷ୍ଠୀ କେନ୍ଦ୍ରରେ ବିଦ୍ୟୁତ୍‌, ପିଇଲା ପାଏନ୍‌, ରାସ୍‌ତା ସମସିଆ ରହିଛେ। ହେଲେ ଏଭେ ପଁଚେତ୍‌ ତରଫୁ ବିଦ୍ୟୁତ୍‌ ଆର ପିଇଲା ପାଏନ୍‌ ସମିଆର ସମାଧାନ କରାଯାଇଥିଲାବେଲେ ରାସ୍‌ତାର ବେବସ୍‌ତା ନାଇଁ କରାଯାଇ। ଇ ବାବ୍‌ଦେ ଲାଠୋର ସରପଁଚ୍‌ ପ୍ରବିଣ କୁମାର ଅଗ୍ରଓ୍ବାଲକୁଁ ପଚ୍‌ରାଲାରୁ କେତେ ଲୋକ୍‌ କେନ୍ଦ୍ରର ରାସ୍‌ତାକେ ଜବରଦଖଲ କରିଛନ୍‌। ଆଏବାର ଦିନେ ଖପ୍ରାଖୋଲ ତହସିଲଦାରକଁର ସଂଗେ ଯୋଗାଯୋଗ କରାଯିବା ଆର କେନ୍ଦ୍ରକେ ରାସ୍‌ତା ତିଆରବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ମହୁଲ ଗଛରେ ଝୁଲୁଛି…

ପାଟଣା, ୨୯/୬ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଡାଳପକା ପଞ୍ଚାୟତର କେନ୍ଦୁଯୋଡା ଗ୍ରାମରେ ଜଣେ ୧୮ ବର୍ଷୀୟା ବିବାହିତା ମହିଳାଙ୍କ ସନ୍ଦେହଜନକ…

୩ ଜିଲାର ସୀମାରେ ପହଞ୍ଚିଲେ ଭାଜପାର ନେତା, ବିଧାୟକ ଉଦଘାଟନ କଲେ …

ଦାରିଙ୍ଗବାଡି,୨୯।୬(ଅରୁଣ ସାହୁ): କନ୍ଧମାଳ ଜିଲା ଭାଜପା ସଂଗଠନକୁ ସୁଦୃଢ଼ କରିବା ପାଇଁ ନେତା ଏବଂ କର୍ମୀମାନେ ଅଣ୍ଟା ଭିଡିଛନ୍ତି । ସମସ୍ତ ବୁଥ ସ୍ତରରେ କର୍ମୀମାନେ ପ୍ରତେକ…

ରାଜଧାନୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା: ପରିବାର ଲୋକଙ୍କ ଆଗରେ ପିଟିପିଟି …

ଭୁବନେଶ୍ୱର,୨୯।୬: ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆ ଛକ ନିକଟରେ ବିଳମ୍ବିତ ରାତିରେ ତିନିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଜଣେ ଯୁବକଙ୍କୁ…

ଟ୍ରାକ୍ଟର ଧକ୍କାରେ ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହସ୍ପିଟାଲ ଛକ ମୁଖ୍ୟରାସ୍ତାରେ ସୋମବାର ପୂର୍ବାହ୍ନ  ପ୍ରାୟ ୧୦ ଟାରେ ଏକ ବାଲି ବୋଝେଇ ଟ୍ରାକ୍ଟର (ନଂ. ଓଡ଼ି୦୭…

୧୩ ଜୁଆଙ୍ଗଙ୍କ ମୃତ୍ୟୁ, କେନ୍ଦୁଝରରେ କଂଗ୍ରେସର ପ୍ରତିବାଦ

କେନ୍ଦୁଝର,୨୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଦାଦନ ଖଟିବାକୁ ତାମିଲନାଡୁ ଯାଇ କେନ୍ଦୁଝର ଜିଲାର ୧୩ ଜଣ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଯୁବତୀଙ୍କ ମୃତ୍ୟୁ ଘଟଣାକୁ କଂଗ୍ରେସ ପକ୍ଷରୁ…

ଜି ଉଦୟଗିରିରେ ମହାପ୍ରଭୁଙ୍କ ହାତୀବେଶ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ…

ଜି ଉଦୟଗିରି, ୨୯ା୬(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ଆଜି ଅର୍ଥାତ୍‌ ସୋମବାର ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା।  ସୋମବାର ଦିନ ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ…

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା: ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି, ଭକ୍ତଙ୍କ ପ୍ରବଳ ଭିଡ଼

କୋରାପୁଟ,୨୯ା୬(ଅମିତାଭ ବେହେରା): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସୋମବାର କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ପୂର୍ବାହ୍ନ ୧୦ଟା ୩୦ ମିନିଟ…

ପୁରୁଷୋତ୍ତମପୁରରେ ସ୍ନାନଯାତ୍ରା; ସ୍ନାନବେଦିରେ କଳାଠାକୁରଙ୍କୁ ପାଇ ଭାବବିହ୍ବଳ ଭକ୍ତ, ପରିଚାଳନା ତଦାରଖ କଲେ ତହସିଲଦାର

ପୁରୁଷୋତ୍ତମପୁର,୨୯।୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି ।ରଥସାହି ଜଗନ୍ନାଥ ମନ୍ଦିରରେ ସେବାୟତମାନେ ଶ୍ରୀଜୀଉଙ୍କୁ ରତ୍ନବେଦିରୁ ପହଣ୍ଡିକରାଇ ଆଣି ସ୍ନାନବେଦିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri