Posted inଖେଳ

ଗୋପାଳସ୍ବାମୀ ବିସିସିଆଇ ନିର୍ବାଚନ ଅଧିକାରୀ

ମୁମ୍ବାଇ,୮।୬(ପି.ଟି.)- ଆସନ୍ତା ଅକ୍ଟୋବର ୨୨ ତାରିଖରେ ଆୟୋଜନ ହେବାକୁଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିର୍ବାଚନ ପାଇଁ ପ୍ରାକ୍‌ ପସ୍ତୁତି ଆରମ୍ଭ ହୋଇଛି। ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏନ୍‌. ଗୋପାଳସ୍ବାମୀ ଏହି ହାଇପ୍ରୋଫାଇଲ ନିର୍ବାଚନର ସୁପରିଚାଳନା ତଥା ତଦାରଖ ପାଇଁ ଇଲେକ୍ଟୋରାଲ ଅଫିସର ବା ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି। ଦେଶର ମୁଖ୍ୟ ନିର୍ବାଚନ କମିଶନଙ୍କ ଉପଦେଶ କ୍ରମେ ମାନ୍ୟବର ସୁପ୍ରିମକୋର୍ଟ ଏକ କମିଟ ଅଫ୍‌ ଆଡମିନିଷ୍ଟ୍ରେଟର ନିଯୁକ୍ତି କରିଛନ୍ତି। ଏହି କ୍ରମରେ ଗୋପାଳସ୍ବାମୀଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ବିସିସିଆଇ ତରଫରୁ କୁହାଯାଇଛି।
ମୁମ୍ବାଇ ସ୍ଥିତ ବିସିସିଆଇ ହେଡ୍‌କ୍ୱାର୍ଟରରେ ଗୋପାଳସ୍ବାମୀ କାର୍ଯ୍ୟକରିବା ସହିତ ର୍ନିବାଚନ ତଦାରଖ କରିବେ। ପ୍ରଶାସକ କମିଟି (ସିଓଏ) ଗତମାସ ଅକ୍ଟୋବର ୨୨ ତାରିଖରେ ବହୁପ୍ରତିକ୍ଷୀତ ବିସିସିଆଇ ନିର୍ବାଚନ ଆୟୋଜନ କରାଯିବ ବୋଲି ଘୋଷଣା କରିଥିଲା। ଉଲ୍ଲେଖଥାଉ କି, ସୁପ୍ରିମକୋର୍ଟ ୨୦୧୭ ଜାନୁୟାରୀରେ ସିଓଏ ନିଯୁକ୍ତି କରିଥିଲା। ଜଷ୍ଟିସ୍‌ ଆର.ଏମ୍‌. ଲୋଧା ପ୍ୟାନେଲଙ୍କ ସଂସ୍କାରମୂଳକ ପ୍ରସ୍ତାବ ଲାଗୁ କରିବା ଓ ଏହାର ତଦାରଖ କରିବା ପାଇଁ ସିଓଏ ଗଠନ କରାଯାଇଥିଲା। ଶୁକ୍ରବାର ବୈଠକରେ ବସି ସିଓଏ କିପରି ନିର୍ବାଚନ ସୂଚାରୁରୂପେ ପରିଚାଳନା କରାଯିବ ସେ ନେଇ ରୋଡ ମ୍ୟାପ୍‌ ପ୍ରସ୍ତୁତ କରିଥିଲା। ବିସିସିଆଇ ନିର୍ବାଚନ ପରେ ରାଜ୍ୟ ଆସୋସିଏଶନ ଗୁଡିକ ମଧ୍ୟ ସେପ୍ଟେମ୍ବର ୧୪ ସୁଦ୍ଧା ସେମାନଙ୍କୁ ନିର୍ବାଚନ ଶେଷ କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ମ୍ୟାଚ୍‌ରେ ୬୪ ରନ୍‌ ଦେଇ ସାରିଥିଲି, ତା’ ପରେ ମାହି ଭାଇ ମୋତେ କହିଥିଲେ …

ନୂଆଦିଲ୍ଲୀ,୨।୨: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଭାବକୁ କେହି ପ୍ରତ୍ୟାଖ୍ୟାନ କରିପାରିବେ...

ବଡ଼ ଉପଲବ୍ଧି ହାସଲ କଲେ ଅଶ୍ୱିନ୍‌

ଇନ୍ଦୋର,୨।୩: ବର୍ଡର-ଗାଭାସ୍କର ଟ୍ରଫି ୨୦୨୩ର ତୃତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଆର ଅଶ୍ୱିନ ଏକ ବଡ଼ ସଫଳତା ଅର୍ଜନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ...

ସିରିଏଲୋ ହକି ଏକାଡେମୀ ଖେଳାଳି ଭୁବନେଶ୍ୱର ଗସ୍ତରେ

ଭୁବନେଶ୍ୱର,୨୩।୧(ସ୍ପୋଟର୍‌ସ ବ୍ୟୁରୋ)- ଅଷ୍ଟ୍ରେଲିଆର ସିରିଏଲୋ କୋଚିଂ ଏକାଡେମୀର ୧୯ ବର୍ଷରୁ କମ୍‌ ବର୍ଗର ହକି ଖେଳାଳି ଗୋଟିଏ ସପ୍ତାହ ଭୁବନେଶ୍ୱର ଗସ୍ତରେ ଆସି ଏକ ଭିନ୍ନ...

ଏହି କ୍ରିକେଟରଙ୍କ ଗୋଟିଏ ଶର୍ଟରେ କଣା ହେଲା ବଲ୍‌: ମାତ୍ର ୩ ଓଭରରେ…

ପୁଣେ,୨୩।୩: ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଭାରତୀୟ ଟିମ୍‌ ବ୍ୟାଟିଂ...

ଅପାଠୁଆ କ୍ରିକେଟର୍ସଙ୍କ ପାଠୁଆ ସ୍ତ୍ରୀ

ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଖେଳ ମାଧ୍ୟମରେ ସାରା ବିଶ୍ୱରେ ନାଁ କମାଇଛନ୍ତି। ଖେଳରେ ପ୍ରଭାବ ବିସ୍ତାର କରିଥିବା ଖେଳାଳିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଶୁଣିଲେ...

ଆଇପିଏଲ୍‌ ୨୦୨୨: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି କେଉଁ ଖେଳାଳି ଜାଣନ୍ତୁ

ପୁଣେ,୫।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାରିଥର ଚାମ୍ପିଅନ୍‌ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୩ ରନ୍‌ରେ ପରାସ୍ତ କରିଛି। ଏହା ଆରସିବିର...

ସିରିଜ ବରାବର ସ୍ଥିତିକୁ ଆଣିଲା ଶ୍ରୀଲଙ୍କା

କୁଲିଜ୍‌ (ଆଣ୍ଟିଗୁଆ), ୭ା୩ (ଏପି)- ଶ୍ରୀଲଙ୍କା ସ୍ପିନରଙ୍କ ପ୍ରଭାବୀ ବୋଲିଂ ଯୋଗୁ ଏଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚକୁ ଶ୍ରୀଲଙ୍କା ୪୩...

ଖାଲି ଷ୍ଟାଡିୟମରେ ଖେଳାଯାଇପାରେ ଲକ୍ଷ୍ନୌ, କୋଲକାତା ଦିନିକିଆ ମ୍ୟାଚ୍‌

ନୂଆଦିଲ୍ଲୀ,୧୨।୩(ପି.ଟି.)- ଭାରତ ଓ ଦକ୍ଷିଣ ଦିନିକଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇସାରିଥିବାବେଳେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ଖେଳାଯାଇପାରେ।...

Advertisement
Archives

Model This Week