ଗୋଠ ଛଡା ଦନ୍ତା ଉତ୍ପାତ, ବ୍ୟାପକ ଫସଲ ନଷ୍ଟ

କେନ୍ଦୁଝର/ଝୁମ୍ପୁରା,୧୭ା୧(ସ୍ବ.ପ୍ର.) ବମୋରୀ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମଲଦା ଗ୍ରାମରେ ଏକ ଗୋଠ ଛଡା ଦନ୍ତା ଉତ୍ପାତ ଚଳାଇ ଥିବାରୁ ଲୋକେ ଭୟଭୀତ ହୋଇ ପଡିଛନ୍ତି। ହାତୀଟି ଗୁରୁବାର ରାତିରେ ମିତ୍ରଭାନୁ ବାରିକଙ୍କ ପାଚେରୀ ଭାଙ୍ଗି ଦେଇଥିବା ବେଳେ ଆଖପାଖ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଛି। ଲୋକେ ନିଆଁ ଜଳାଇ ଓ ବାଜା ବଜାଇ ଘଉଡାଉ ଥିଲେ ମଧ୍ୟ ହାତୀଟି ପାଖ ଜଙ୍ଗଲରେ ଲୁଚି ରହୁଛି। ଦୁଇ ମାସ ପରେ ଏହି ଦନ୍ତାଟି ଫେରିଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ହାତୀଟି ପାଖ କାଳିଆପାଳ ଜଙ୍ଗଲରେ ରହୁଛି। ସା ହେଲେ ପଦାକୁ ବାହାରି ଉପଦ୍ରବ ଚଳାଇଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏନେଇ ବନ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ରାସ୍ତା, ଇଟାଭାଟି ନିର୍ମାଣକୁ ବିରୋଧ କଲେ ମହିଳା

ମହାକାଳପଡ଼ା,୬।୧(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଉପକୂଳ ଅଞ୍ଚଳର ପାର୍ଶ୍ୱ ଗ୍ରାମ ମଧ୍ୟରେ ବେଆଇନ ରାସ୍ତା ଏବଂ ଇଟାଭାଟି ନିର୍ମାଣକୁ ସ୍ଥାନୀୟ ମହିଳାମାନେ...

ଅନ୍‌ଲାଇନରେ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ: ୬୫ ଅଧ୍ୟାପିକା, ଅଧ୍ୟାପକ ନିଯୁକ୍ତ

କଟକ ଅଫିସ,୧।୬: ଯୁକ୍ତଦୁଇ ପରୀକ୍ଷାର ଉତ୍ତର ଖାତାଦେଖା ସୋମବାରଠାରୁ ଆରମ୍ଭ ହୋଇଛି। କେବଳ ଅନ୍‌ଲାଇନରେ ଭୁବନେଶ୍ୱର ଏବଂ କଟକରେ ଖାତା ଦେଖାଯାଉଛି। କଟକ ଲିଙ୍କ୍‌ରୋଡ଼ସ୍ଥିତ ଏକ...

ଦେୱାନ ମହମ୍ମଦଙ୍କ ନାମାନୁଯାୟୀ ମହମ୍ମଦିଆ ବଜାର

କଟକ ଅଫିସ,୧୦ା୧: ପ୍ରାଚୀନ ସହର କଟକ। ଏହି ସହରର ପ୍ରତ୍ୟେକ ଗଳିକନ୍ଦିରେ ଲୁଚି ରହିଛି ସାହିତ୍ୟ, ସଂସ୍କୃତି, ଐତିହ୍ୟର ଅଲିଭା ଛିଟା। ବାଉନ ବଜାର ତେପନ...

ବିଭିନ୍ନ ଦାବି ନେଇ ଏଲଆଇସିର ଏଜେଣ୍ଟଙ୍କ ଧାରଣା

ରାୟଗଡ଼ା ଅଫିସ,୨୧।୧: ରାୟଗଡ଼ାର କସ୍ତୁରୀନଗରଠାରେ ଥିବା ଏଲଆଇସିର ମୁଖ୍ୟଶାଖାରେ ଏଲଆଇସିର ଏଜେଣ୍ଟଙ୍କ ପକ୍ଷରୁ ଲାଇଫ ଇନସ୍ୟୁରାନ୍ସ ଅଫ ଫେଡ଼େରେଶନ ଅଫ ଇଣ୍ଡିଆର ନିର୍ଦ୍ଦେଶ କ୍ରମେ ଏଲଆଇସିର...

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ସ୍ବାମୀ ଗିରଫ

ଡାବୁଗାଁ,୨।୯(ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ସରଗୁଡା ଗ୍ରାମରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ଟାଙ୍ଗିଆରେ ହାଣି ରବିବାର ବିଳମ୍ବିତ ରାତିରେ ହତ୍ୟା...

କୋଇଲା ବୋଝେଇ ଗାଡ଼ି ଜବତ: ଚାଳକ ଫେରାର

ପଦ୍ମପୁର, ୨୯।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକ ନିଦିହି ପୋଲିସ ଶୁକ୍ରବାର ଏକ ଚୋରା କୋଇଲା ବୋଝେଇ ପିକ୍‌ଅପ ଗାଡ଼ି ଜବତ କରିଛି।...

ମଡ଼େଲିଂରେ ରିଷିତା, ଶାଶ୍ୱତ ପ୍ରଥମଭାଗ ନେଲେ ୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ

ବାଲେଶ୍ୱର ଅଫିସ, ୨୭।୫- ବାଲେଶ୍ୱର ଜିଲା ରେମୁଣାସ୍ଥିତ ନୋସି ଉତ୍କଳା ମଞ୍ଚରେ ଏକ ଭିନ୍ନ ଧରଣର ର଼୍ୟାମ୍ପ ଶୋ’ (ଗ୍ଲାମର ଲେନ୍‌) ଅନୁଷ୍ଠିତ ହୋଇଯାଇଛି। ଏହି...

ହାଇଓ୍ବା ଧକ୍କାରେ ଇନୋଭା ଚୁର୍‌ମାର: ଡ୍ରାଇଭର ମୃତ, ୭ ଗୁରୁତର

କେନ୍ଦୁଝର/ଚମ୍ପୁଆ,୧ା୭(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଧୀନ ନାରଦପୁର ନିକଟ ୫୨୦ ନମ୍ବର ଜାତୀୟ ରାଜପଥରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ...


Coronavirus Update

Archives

Model This Week

Why Dharitri