Posted inଜାତୀୟ

ଗୋଟିଏ ହସ୍ପିଟାଲରେ ଭର୍ତ୍ତି ଥାଇ ବି ଶେଷ ସମୟରେ ବାପାଙ୍କୁ ଭେଟିପାରିଲେନି ପୁଅ

ଥିରୁଭାନନ୍ତପୁରମ,୧୪।୩: ସାରା ବିଶ୍ୱରେ କରୋନା ଭାଇରସ୍‌ କାୟା ବିସ୍ତାର କରିଚାଲିଛି। ଦିନକୁ ଦିନ ଭାରତରେ କରୋନା ମାମଲା ବୃଦ୍ଧି ପାଇଥିବା ବେଳେ ସଂକ୍ରମିତ ସଂଖ୍ୟା ୮୬ ଓ ୧୧୪ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ସଂକ୍ରମିତଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କରୋନା ଏବେ ଏତେ ଭୟଙ୍କର ହୋଇଯାଇଛି ଯେ, ଲୋକମାନେ ନିଜ ପରିବାରଠାରୁ ମଧ୍ୟ ଦୂରେଇ ଯାଉଛନ୍ତି। କରୋନା ଯୋଗୁ କେତେକ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଥିବାରୁ ନିଜ ଲୋକଙ୍କୁ ଭେଟି ମଧ୍ୟ ପାରୁ ନାହାନ୍ତି। ଏଭଳି ସ୍ଥିତିରେ କେରଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, କେରଳ ଇଡୁକିର ଥୋଡୁପୁଝା ନିକଟସ୍ଥ ଅଲେକୋଡ ଗାଁର ଜଣେ ବ୍ୟକ୍ତି ନିଜ ବାପାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିନଥିଲେ। ଏନେଇ ସେ ଫେସ୍‌ବୁକ୍‌ରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ଉକ୍ତ ବ୍ୟକ୍ତି ଇଟାଲିର କତାରରେ ଥିବା ଏକ ଘରୋଇ ଫାର୍ମରେ କାର୍ଯ୍ୟ କରୁଥିବା ବେଳେ ମାର୍ଚ୍ଚ ୭ରେ ବାପାଙ୍କ ଅସୁସ୍ଥତା ନେଇ ଖବର ପାଇଥିଲେ। ଏହାପରେ ସେ ତୁରନ୍ତ କତାରରୁ କେରଳ ଅଭିମୁଖେ ବାହାରିଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍କ୍ରିନିଂ କରାଯାଇଥିଲା। ହେଲେ ତାଙ୍କଠାରେ କରୋନା ସମ୍ବନ୍ଧୀୟ କୌଣସି ଲକ୍ଷଣ ନ ମିଳିବାରୁ ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ମିଳିଥିଲା। କୋଟୟାମ ଯିବା ପରେ ତାଙ୍କୁ ଅସୁସ୍ଥ ଅନୁଭବ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ସେ କୋଟୟାମ ମେଡିକାଲ କଲେଜ୍‌ରେ ଥିବା କରୋନା ସେଲ୍‌ରେ ନିଜର ଯାଞ୍ଚ କରାଇଥିଲେ। ଯେହେତୁ କତାରର ବିଭିନ୍ନ ସ୍ଥାନ କରୋନା ଭାଇରସ୍‌ ସଂକ୍ରମିତ ହୋଇଛି। ତେଣୁ ଆଗୁଆ ସତର୍କତା ଯୋଗୁ ଉକ୍ତ ବ୍ୟକ୍ତିଙ୍କୁ ଆଇସୋଲେଶନ୍‌ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ୯ଦିନ ବିତାଇବା ପରେ ତାଙ୍କୁ ଅଚାନକ ବାପାଙ୍କ ମୃତ୍ୟୁ ଖବର ମିଳିଥିଲା। ଯଦିଓ ଗୋଟିଏ ହସ୍ପିଟାଲରେ ବାପା ଓ ପୁଅ ଭର୍ତ୍ତି ହୋଇଥିଲେ, କିନ୍ତୁ ଆଇସୋଲେଟେଡ୍‌ ପ୍ରୋଟୋକଲ ଯୋଗୁ ଦୁହେଁ ଦୁହିଁଙ୍କୁ ଭେଟି ପାରି ନ ଥିଲେ। ପରଦିନ ହସ୍ପିଟାଲର ମୃତଦେହ ବ୍ୟବଚ୍ଛେଦ ଗୃହକୁ ବାପାଙ୍କ ମୃତଦେହକୁ ଅଣାଯାଇଥିଲା। ଉକ୍ତ ବ୍ୟକ୍ତି ଆଇସୋଲେଶନ୍‌ ଓ୍ବାର୍ଡର ଝରକାରୁ ବାପାଙ୍କୁ ଅନ୍ତିମ ଦର୍ଶନ କରିଥିଲେ। ଯଦି ସ୍ବେଚ୍ଛାକୃତ ଭାବେ କରୋନା ସେଲ୍‌ରେ ଭର୍ତ୍ତି ହୋଇ ନ ଥାନ୍ତେ ତେବେ ସେ ବାପାଙ୍କୁ ଦେଖିପାରିଥାନ୍ତେ ବୋଲି ବ୍ୟକ୍ତି ଜଣଙ୍କ ଦୁଃଖ ପ୍ରକାଶ କରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଯଦି ସତକର୍ତା ଅବଲମ୍ବନ ନ କରିଥାନ୍ତେ ତେବେ ସବୁଦିନ ପାଇଁ ପରିବାରଠାରୁ ଦୂରେଇ ଯାଇଥାନ୍ତେ। ତାଙ୍କର ଏହି ବଳିଦାନ ଓ ସାହସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri