ଗୋଟିଏ ଶିଫ୍ଟ ଖୋଲିବ ବିମାନବନ୍ଦର

ଭୁବନେଶ୍ୱର,୧।୫(ବ୍ୟୁରୋ): ଏଣିକି ଆଉ ୨୪ ଘଣ୍ଟା ନୁହେଁ, ଗୋଟିଏ ଶିଫ୍ଟରେ ଚାଲିବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ଲକ୍‌ଡାଉନ୍‌ ଉଠିବା ପରେ ବିମାନବନ୍ଦର ଦିନକୁ ଗୋଟିଏ ଶିଫ୍ଟ ଯାତ୍ରୀଙ୍କୁ ସେବା ଯୋଗାଇବ। ପୂର୍ବଭଳି ଏକାସଙ୍ଗେ ୩/୪ଟି ବିମାନ ଆସିବନି କି ଯିବନି। ଗୋଟିଏ ପରେ ଗୋଟିଏ ବିମାନ ଉଡ଼ାଣ ଭରିବେ ଏବଂ ଅବତରଣ କରିବେ। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାତ୍ରୀମାନେ ଯିବାଆସିବା କରିପାରିବେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯିବ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଭି. ଭି. ରାଓ ସୂଚନା ଦେଇଛନ୍ତି।
ଗୁରୁବାର ସକାଳେ ସମସ୍ତ ଷ୍ଟେକ୍‌ ହୋଲ୍ଡର ଓ ଏୟାରଲାଇନ୍ସ ସହ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଆଲୋଚନା ହୋଇଥିବାବେଳେ ଆଗାମୀ ଦିନରେ ବିମାନ ଚଳାଚଳ ପାଇଁ ସ୍ବତନ୍ତ୍ର ଏସ୍‌ଓପି ପ୍ରସ୍ତୁତ ହେବ। ହେଡ୍‌କ୍ୱାର୍ଟର ଦ୍ୱାରା ପ୍ରସ୍ତୁତ ଗାଇଡ୍‌ଲାଇନ୍‌କୁ ଅନୁକରଣ କରାଯିବ। ସରକାରଙ୍କ ଅନୁମତି ପରେ ବିମାନ ଚଳାଚଳ ଆରମ୍ଭ ହେବ ଏବଂ ବିମାନବନ୍ଦରରେ ସାମାଜିକ ଦୂରତ୍ୱକୁ ପ୍ରାଥମିକତା ଦିଆଯିବ। ବିଭିନ୍ନ ସ୍ଥାନରେ ଧାଡ଼ିରେ ଛିଡ଼ାହେବା ପାଇଁ ମାର୍କିଂ କରାଯିବ। ଯାତ୍ରୀମାନେ ଯେପରି ପରସ୍ପରଠାରୁ ୧ରୁ ୧.୫ ମିଟର ଦୂରତା ରକ୍ଷା କରିବେ ସେଥିଲାଗି ସିଟ୍‌ଗୁଡ଼ିକୁ ରିଆରେଞ୍ଜ କରାଯିବ। ବିମାନବନ୍ଦର ପରିସରକୁ ଲଗାତର ସାନିଟାଇଜ୍‌ କରାଯିବା ସହ ସଫାସୁତୁରା ରଖାଯିବ। ଯାତ୍ରୀଙ୍କ ଲଗେଜ୍‌ଗୁଡ଼ିକୁ ମଧ୍ୟ ସାନିଟାଇଜ୍‌ କରାଯିବ। ହାତ ଧୋଇବା ପାଇଁ ଏୟାରପୋର୍ଟରେ ପର୍ଯ୍ୟାପ୍ତ ୱାଶ୍‌ବେସିନ୍‌ ରଖାଯିବ ବୋଲି ରାଓ ସୂଚନା ଦେଇଛନ୍ତି। ସେହିଭଳି ଅଧିକ ଗହଳି ନ କରିବାକୁ ଘଣ୍ଟାକୁ ୨ଟି ବିମାନ ଆସିପାରିବ ଓ ଯାଇପାରିବ। ଭୁବନେଶ୍ୱର ବିମାନବନ୍ଦରରେ ପୂର୍ବରୁ ଦିନକୁ ୧୦ରୁ ୧୨ ହଜାର ଯାତ୍ରୀ ଯାତାୟାତ କରୁଥିବାବେଳେ ୨୪ ଘଣ୍ଟା ବିମାନ ଚଳାଚଳ କରୁଥିଲା। ହେଲେ ଏବେ ଯାତ୍ରୀଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ପରେ ଗୋଟିଏ ବିମାନ ଯେପରି ଯାତାୟାତ କରିବ ତାହାଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ପାଇଁ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଲକ୍‌ଡାଉନ୍‌ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ମେଡିକାଲ ଉପକରଣର ପରିବହନ ପାଇଁ କାର୍ଗୋ ବିମାନ ଚଳାଚଳ କରୁଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri