ଗୋଟିଏ ରାତିରେ ୫ ଘରୁ ଲୁଟ୍‌

ଦିଗପହଣ୍ଡି,୯ା୯(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ଶନିବାର ବିଳମ୍ବିତ ରାତିରେ ଏହି ଥାନା ଅଞ୍ଚଳର ୫ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିଲେ ମଧ୍ୟ ଲୁଟେରାଙ୍କ ଟେର୍‌ ପାଉନାହିଁ।
ପ୍ରକାଶ ଯେ, କଇଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମ ମୁଖ୍ୟରାସ୍ତାରେ ଥିବା ଦିବାକର ବିଷୋୟୀଙ୍କ ଘରୁ ଶନିବାର ରାତିରେ ପ୍ରାୟ ୧ ଭରି ଓଜନର ସୁନା ମାଳି, ୫ ଭରି ଓଜନର ରୂପା ଅଳଙ୍କାର ଓ ନଗଦ ୨୫ ହଜାର ଏବଂ ବୃନ୍ଦାବନ ସାହୁଙ୍କ ଘରୁ ସୁନା ମୁଦି, ନଗଦ ୨୨ ହଜାର ଟଙ୍କା ସହ ପିତ୍ତଳ ବାସନ ଚୋରି ହୋଇଛି। ଦୁର୍ବୃତ୍ତମାନେ ଉଭୟଙ୍କ ଘରର ବାରିପଟ କବାଟ ତାଡ଼ି ଘରେ ପଶି ଲୁହା ଟ୍ରଙ୍କ ଭାଙ୍ଗି ଚୋରି କରିଛନ୍ତି। ସକାଳୁ ଉଭୟ ପରିବାର ଏହାଦେଖି ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଚକାତେନ୍ତୁଳି ଗ୍ରାମରେ ପହଞ୍ଚତ୍ ତଦନ୍ତ କରି ଫେରିଛି। ସେହିପରି ଶନିବାର ରାତିରେ ଦିଗପହଣ୍ଡି ସହର ଉପକଣ୍ଠ ଅନଙ୍ଗପୁର ଗ୍ରାମ ମୁଖ୍ୟରାସ୍ତାର ବୁନା ରେଡ୍ଡୀ, ଶଙ୍କର ଗୌଡ ଓ ଧନୁ ରେଡ୍ଡୀଙ୍କ ଘରୁ ମୋବାଇଲ ଫୋନ, ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୨ ରାତିରେ ପେଣ୍ଡୁରାବାଡ଼ି ଗ୍ରାମର ସୁରେନ୍ଦ୍ର ପଣ୍ଡାଙ୍କ ଘର କବାଟ ଭାଙ୍ଗି ଦୁର୍ବୃତ୍ତମାନେ ପ୍ରାୟ ୩ ଲକ୍ଷ ଟଙ୍କା ମୂଲ୍ୟର ୨ଟି ସୁନା ହାର, ୪ କାନଫୁଲ, ୭ଟି ମୁଦି, ୫ ଶହ ଗ୍ରାମ ଓଜନର ରୂପା ଥାଳି, ୭୦ ଗ୍ରାମ ଓଜନର ରୂପା ଅଳଙ୍କାର ଚୋରି କରିନେଇଥିଲେ। ସୁରେନ୍ଦ୍ରଙ୍କ ଏତଲାକ୍ରମେ ନଂ.୧୭୧/୧୯ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲେ ମଧ୍ୟ ଚୋରି ସାମଗ୍ରୀ କିମ୍ବା ଚୋରଙ୍କ ସନ୍ଧାନ ମିଳିପାରିନାହିଁ। ବାରମ୍ବାର ଅଞ୍ଚଳରେ ଏପରି ଚୋରି ହେଉଥିବାରୁ ସାଧାରଣରେ ଆତଙ୍କ ଖେଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରି ଏନ୍‌ଏସିର ବିଭିନ୍ନ ବୁଥରେ ବିଳମ୍ବରେ ମତଦାନ

ଜି.ଉଦୟଗିରି,୧୮ା୪(ଡି.ଏନ୍‌.ଏ.) : ଜି. ଉଦୟଗିରି ଓ କନ୍ଧମାଳ ଲୋକ ସଭା ନିର୍ବାଚନ ମଣ୍ଡଳୀ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହେବାକୁ ଥିବାବେଳେ ବିଳମ୍ବରେ ମତଦାନ...

କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ୍‌ କୋର୍ଟରେ ହେବ ଶୁଣାଣି

ବଲାଙ୍ଗୀର ଅଫିସ, ୨୬ା୨: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ଶୁଣାଣି ଖୁବ ଶୀଘ୍ର ଆରମ୍ଭ ହେବ। କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ୍‌ କୋର୍ଟରେ ଏହି ଶୁଣାଣି ପ୍ରକ୍ରିୟା...

ଏଥର ବାଲିଯାତ୍ରାରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ

କଟକ ଅଫିସ, ୨ା୧୧- ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ପ୍ରଥମଥର ଲେଜର...

ଜାହାଜରୁ ଖସିପଡ଼ିଲେ ୩ ନାବିକ

ପାରାଦୀପ,୨୩ା୧୦(ସ୍ବ.ପ୍ର.):ପାରାଦୀପ ବନ୍ଦର ନିକଟସ୍ଥ ଆଙ୍କରେଜ ଅଞ୍ଚଳ ସମୁଦ୍ରରେ ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ମାଲ୍ଟା ଫ୍ଲାଗ୍‌ ବହନକାରୀ ଲୁହାପଥର ପରିବହନ କରିବାକୁ ବାଂଲାଦେଶରୁ...

ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସୋନପୁର,୨୦ା୮(ନି.ପ୍ର.): ଗଡଜାତ ପରମ୍ପରା ଅନୁସାରେ ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳର ଜନସାଧାରଣଙ୍କ ପାଇଁ ନୂଆଁଖାଇ ଲଗ୍ନ ଶୁକ୍ରବାର ସନ୍ଧ୍ୟାରେ ସୋନପୁର ଗଡଭିତର ଜଗନ୍ନାଥ ମନ୍ଦିର...

ପାନୀୟ ଜଳ ପାଇଁ ତେଜିଲା ଆନ୍ଦୋଳନ: ରାସ୍ତାକୁ ଓହ୍ଲାଇଲେ ମହିଳା

ଲାଞ୍ଜିଗଡ଼,୧୬।୧(ଡି.ଏନ୍‌.ଏ.): ଜାନୁୟାରୀ ମାସ ନ ସରୁଣୁ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବନ୍ଧପାରି ଗାଁଠାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଏହାକୁ ନେଇ ପ୍ରଶାସନ ତଥା...

୧୪ ଭକ୍ତଙ୍କୁ ନେଇ ଚଡ଼କମେଳା

ଭୋଗରାଇ, ୧୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କମେଳାର ଶନିବାର ଥିଲା...

ବନ୍ଧୁକ ସହ ଖେଳ: ଫୁଟିଲା ଗୁଳି, ୫ ଗିରଫ

କଟକ ଅଫିସ,୨୮।୨: ଜଣେ କର୍ତ୍ତବ୍ୟରତ ପୋଲିସ କନଷ୍ଟେବଳ ଗତ ମଙ୍ଗଳବାର ଅପରାହ୍ନରେ ନିଜ ସର୍ଭିସ ପିସ୍ତଲର ବ୍ୟବହାର ସମ୍ପର୍କରେ ସାଙ୍ଗମାନଙ୍କୁ ବୁଝାଉଥିବାବେଳେ ହଠାତ୍‌ ଗୁଳି ଫୁଟିଥିଲା।...

Advertisement
Archives

Model This Week