Posted inଜାତୀୟ

ଗୋଟିଏ ମଣ୍ଡପରେ ସ୍ତ୍ରୀ ଓ ଗର୍ଲଫ୍ରେଣ୍ଡକୁ ବିବାହ କଲେ ଯବାନ

ଜୈସପୁର,୨୧।୫: ଛତିଶଗଡ଼ର ଜୈସପୁର ଜିଲାର ବ।ଘଡୋଲରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଉକ୍ତ ଗାଁର ଜଣେ ସିଆରପିଏଫ୍‌ ଯବାନ ୨ଜଣ ମହିଳାଙ୍କ ସହ ଏକା ସାଙ୍ଗରେ ବିବାହ କରିଥିବା ଜଣାପଡ଼ିଛି। ଏକା ସାଙ୍ଗରେ ବିବାହ ମଣ୍ଡପରେ ଜଣେ ତାଙ୍କର ଗର୍ଲଫ୍ରେଣ୍ଡ ଓ ଅନ୍ୟଜଣକ ପୂର୍ବରୁ ବିବାହିତା ପତ୍ନୀ ରହିଛନ୍ତି। ଅର୍ଥାତ୍‌ ଯବାନ ଜଣଙ୍କ ନିଜ ପତ୍ନୀଙ୍କୁ ଦ୍ୱିତୀୟ ଥର ବିବାହ କରିଥିବା ଜଣାପଡ଼ିଛି। ଅନିନ ପାଇକରା ନିଜ ପତ୍ନୀ ଓ ଗର୍ଲଫ୍ରେଣ୍ଡଙ୍କୁ ପୁରା ରୀତିନୀତିରେ ବିବାହ କରିଥିଲେ। ଏହି ବିବାହକୁ ନେଇ ଆଖପାଖ ଅଞ୍ଚଳର ଲୋକେ ଆଶ୍ଚର୍ଯ୍ୟ ହେବା ସହ ସମାଲୋଚନା ମଧ୍ୟ କରିଥିଲେ। ସୂଚନାଯୋଗ୍ୟ, ଅନିନଙ୍କ ବିବାହ ଗତ ୪ ବର୍ଷରୁ ହୋଇସାରିଛି। କିନ୍ତୁ ଏହାରି ଭିତରେ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ଏହି ବିବାହର ପଛରେ ଅନ୍ୟ କାରଣ ଦର୍ଶାଇଛନ୍ତି ଅନିନ। ସେ କହିଛନ୍ତି, ପ୍ରଥମ ବିବାହରୁ ତାଙ୍କୁ କୌଣସି ସନ୍ତାନ ହୋଇ ନ ଥିବାରୁ ସେ ଦ୍ୱିତୀୟ ବିବାହ କରିଛନ୍ତି। ଆଉ ଏଥିପାଇଁ ତାଙ୍କ ପ୍ରଥମ ପତ୍ନୀ ମଧ୍ୟ ସହମତି ଥିବା ସେ କହିଛନ୍ତି। ଅପରପକ୍ଷରେ ନିୟମ ଅନୁସାରେ, ସରକାରୀ କର୍ମଚାରୀଙ୍କ ପାଇଁ ବିବାହିତା ରହି ଦ୍ୱୀତିୟ ବିବାହ କରିବା ମିସ୍‌କଣ୍ଡକ୍ଟ ବୋଲି କୁହାଯାଇଥାଏ। ନିୟମ ଅନୁସାରେ ଏକା ସାଙ୍ଗରେ ଦୁଇ ଜଣ ସ୍ତ୍ରୀଙ୍କ ସହ ଯବାନ ରହି ପାରିବେନି। କାରଣ ଯବାନଙ୍କ ପାଇଁ ଏହା ସମସ୍ୟାର କାରଣ ହୋଇପାରେ ବୋଲି ସିଆରପିଏଫ୍‌ର ପ୍ରବକ୍ତା ବିସି ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri