ଗୋଟିଏ ଦିନରେ ୪ ବଳାତ୍କାର ମାମଲା ରୁଜୁ

ବାରିପଦା ଅଫିସ/ରାଇରଙ୍ଗପୁର,୧ା୧୧(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲାର ବିଭିନ୍ନ ଥାନାରେ ଗୋଟିଏ ଦିନରେ ୪ଟି ବଳାତ୍କାର ମାମଲା ରୁଜୁ ହୋଇଛି। ବୁଧବାର ଠାକୁରମୁଣ୍ଡା, କରଞ୍ଜିଆ, ଗୋରୁମହଷାଣି ଓ ଝାରପୋଖରିଆ ଥାନାରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି। ଏନେଇ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ସୂଚନା ଦେଇଛନ୍ତି।
ଠାକୁରମୁଣ୍ଡା ଥାନା ଅଧୀନ ଏକ ଗ୍ରାମରେ ଘରେ କେହି ନ ଥିବା ସୁଯୋଗ ନେଇ ତୁରି ହୋ ନାମକ ଜଣେ ଯୁବକ ଜନୈକା ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୬୯/୧୯) ରୁଜୁ କରିଛି। ଅଭିଯୁକ୍ତଙ୍କୁ ପୋଲିସ ଗିିରଫ କରିପାରି ନାହିଁ।
କରଞ୍ଜିଆ ଥାନାରେ ରୁଜୁ ହୋଇଥିବା ମାମଲା (ନଂ.୧୫୬/୧୯) ଅନୁୟାୟୀ କରଞ୍ଜିଆ ଏନଏସିରେ ସୁପରଭାଇଜର ଭାବେ କାର୍ଯ୍ୟରତ କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳର କୁମାରସାନୁ କରୁଆ ନାମକ ଜଣେ ଯୁବକଙ୍କ ସହ ଜନୈକା ୧୩ ବର୍ଷିୟା ନାବାଳିକାଙ୍କ ପ୍ରେମ ସମ୍ପର୍କ ଥିଲା। ନାବାଳିକାଙ୍କ ଘରେ କେହି ନ ଥିବା ବେଳେ ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ଗଢ଼ି ଉଠିଥିଲା। ଏନେଇ ନାବାଳିକା ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତ କରୁଆଙ୍କୁ ପୋଲିସ ଅଟକ ରଖିଛି।
ଗୋରୁମହିଷାଣୀ ଥାନାରେ ରୁଜୁ ହୋଇଥିବା ମାମଲା (ନଂ.୪୭/୧୯) ଅନୁସାରେ ଏହି ଥାନା ଅଧୀନସ୍ଥ ଜଣେ ୧୩ ବର୍ଷିୟା ନାବାଳିକାଙ୍କ ସହିତ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ କରକଚିଆ ଗ୍ରାମର ପିର୍ଥି ମୁର୍ମୁଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ତେବେ ପିର୍ଥି ଜଣେ ବିବାହିତ ପୁରୁଷ ହୋଇଥିବା ବେଳେ ତାଙ୍କର ଗୋଟିଏ ପିଲା ମଧ୍ୟ ରହିଛି। ଏନେଇ ନାବାଳିକା ଜାଣିବା ପରେ ତାଙ୍କୁ ବିରୋଧ କରି ସମ୍ପର୍କ କାଟି ଦେଇଥିଲେ। ପରେ ପିର୍ଥି ତାଙ୍କୁ ଜୋରଦବରଦସ୍ତ ବଳାତ୍କାର କରିବା ସହିତ ଏନେଇ କାହାରି ନ ଜଣାଇବାକୁ କହି ହତ୍ୟା ଧମକ ଦେଇଥିଲେ। ଏହି ମାମଲାରେ ପିର୍ଥିଙ୍କୁ ପୋଲିସ ଗିରଫ କରିଛି।
ସେହିପରି ଝାରପୋଖରିଆ ଥାନାରେ ରୁଜୁ ହୋଇଥିବା ମାମଲା (ନଂ.୧୨୫/୧୯) ଅନୁଯାୟୀ ଏହି ଥାନା ଅଧୀନ ଜଣେ ଯୁବତୀ ଏକ କଲେଜରେ ଅଧ୍ୟାପିକା ଅଛନ୍ତି। ଗତ ୨୬ ତାରିଖରେ କେନ୍ଦୁଝର ସ୍ଥିତ ତାଙ୍କ ଭାଉଜଙ୍କ ଘରକୁ ଯାଇଥିଲେ। ସେହି ଦିନ ରାତିରେ ତାଙ୍କ ଭାଉଜଙ୍କ ଭାଇ ଶ୍ୟାମରଞ୍ଜନ ସାହୁ ତାଙ୍କ ଶୋଇବା ଘରକୁ ଆସି ବଳାତ୍କାର କରିଥିଲେ। ଏହି ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ। ଅଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri