ବାରିପଦା ଅଫିସ/ରାଇରଙ୍ଗପୁର,୧ା୧୧(ଡି.ଏନ୍.ଏ.)-ମୟୂରଭଞ୍ଜ ଜିଲାର ବିଭିନ୍ନ ଥାନାରେ ଗୋଟିଏ ଦିନରେ ୪ଟି ବଳାତ୍କାର ମାମଲା ରୁଜୁ ହୋଇଛି। ବୁଧବାର ଠାକୁରମୁଣ୍ଡା, କରଞ୍ଜିଆ, ଗୋରୁମହଷାଣି ଓ ଝାରପୋଖରିଆ ଥାନାରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି। ଏନେଇ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ସୂଚନା ଦେଇଛନ୍ତି।
ଠାକୁରମୁଣ୍ଡା ଥାନା ଅଧୀନ ଏକ ଗ୍ରାମରେ ଘରେ କେହି ନ ଥିବା ସୁଯୋଗ ନେଇ ତୁରି ହୋ ନାମକ ଜଣେ ଯୁବକ ଜନୈକା ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୬୯/୧୯) ରୁଜୁ କରିଛି। ଅଭିଯୁକ୍ତଙ୍କୁ ପୋଲିସ ଗିିରଫ କରିପାରି ନାହିଁ।
କରଞ୍ଜିଆ ଥାନାରେ ରୁଜୁ ହୋଇଥିବା ମାମଲା (ନଂ.୧୫୬/୧୯) ଅନୁୟାୟୀ କରଞ୍ଜିଆ ଏନଏସିରେ ସୁପରଭାଇଜର ଭାବେ କାର୍ଯ୍ୟରତ କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳର କୁମାରସାନୁ କରୁଆ ନାମକ ଜଣେ ଯୁବକଙ୍କ ସହ ଜନୈକା ୧୩ ବର୍ଷିୟା ନାବାଳିକାଙ୍କ ପ୍ରେମ ସମ୍ପର୍କ ଥିଲା। ନାବାଳିକାଙ୍କ ଘରେ କେହି ନ ଥିବା ବେଳେ ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ଗଢ଼ି ଉଠିଥିଲା। ଏନେଇ ନାବାଳିକା ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତ କରୁଆଙ୍କୁ ପୋଲିସ ଅଟକ ରଖିଛି।
ଗୋରୁମହିଷାଣୀ ଥାନାରେ ରୁଜୁ ହୋଇଥିବା ମାମଲା (ନଂ.୪୭/୧୯) ଅନୁସାରେ ଏହି ଥାନା ଅଧୀନସ୍ଥ ଜଣେ ୧୩ ବର୍ଷିୟା ନାବାଳିକାଙ୍କ ସହିତ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ କରକଚିଆ ଗ୍ରାମର ପିର୍ଥି ମୁର୍ମୁଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ତେବେ ପିର୍ଥି ଜଣେ ବିବାହିତ ପୁରୁଷ ହୋଇଥିବା ବେଳେ ତାଙ୍କର ଗୋଟିଏ ପିଲା ମଧ୍ୟ ରହିଛି। ଏନେଇ ନାବାଳିକା ଜାଣିବା ପରେ ତାଙ୍କୁ ବିରୋଧ କରି ସମ୍ପର୍କ କାଟି ଦେଇଥିଲେ। ପରେ ପିର୍ଥି ତାଙ୍କୁ ଜୋରଦବରଦସ୍ତ ବଳାତ୍କାର କରିବା ସହିତ ଏନେଇ କାହାରି ନ ଜଣାଇବାକୁ କହି ହତ୍ୟା ଧମକ ଦେଇଥିଲେ। ଏହି ମାମଲାରେ ପିର୍ଥିଙ୍କୁ ପୋଲିସ ଗିରଫ କରିଛି।
ସେହିପରି ଝାରପୋଖରିଆ ଥାନାରେ ରୁଜୁ ହୋଇଥିବା ମାମଲା (ନଂ.୧୨୫/୧୯) ଅନୁଯାୟୀ ଏହି ଥାନା ଅଧୀନ ଜଣେ ଯୁବତୀ ଏକ କଲେଜରେ ଅଧ୍ୟାପିକା ଅଛନ୍ତି। ଗତ ୨୬ ତାରିଖରେ କେନ୍ଦୁଝର ସ୍ଥିତ ତାଙ୍କ ଭାଉଜଙ୍କ ଘରକୁ ଯାଇଥିଲେ। ସେହି ଦିନ ରାତିରେ ତାଙ୍କ ଭାଉଜଙ୍କ ଭାଇ ଶ୍ୟାମରଞ୍ଜନ ସାହୁ ତାଙ୍କ ଶୋଇବା ଘରକୁ ଆସି ବଳାତ୍କାର କରିଥିଲେ। ଏହି ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ। ଅଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
Posted inଆମ ଜିଲା ଖବର, ମୟୂରଭଞ୍ଜ View All

ମହିଳାଙ୍କ ଆତ୍ମହତ୍ୟା: ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ
ଭଣ୍ଡାରିପୋଖରୀ,୧୨ା୮(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ଦାଣ୍ଡକୂଳ ଗ୍ରାମରେ ବୁଧବାର ଜଣେ ମହିଳା ତାଙ୍କ ଶୋଇବା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା...

ସରିନି ଧାନକିଣା, କଟକଣା ଆରମ୍ଭ
ବରଗଡ଼ ଅଫିସ୍,୧୭।୬: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟକୁ ଆଉ ସପ୍ତାହକ ପରେ ଦେଢ଼ମାସ ବିତିବ । ଏହି ପ୍ରକ୍ରିୟାରେ ଜିଲାରେ ଖୋଲା ଯାଇଥିବା...

ମାଓବାଦୀଙ୍କ ଲ୍ୟାଣ୍ଡ୍ମାଇନ ବିସ୍ଫୋରଣରେ ଆଖିବୁଜିଲେ ‘ଧରିତ୍ରୀ’ ଖବରଦାତା
ଏମ୍.ରାମପୁର,୫ା୨(ଡି.ଏନ୍.ଏ.): ଖବର ସଂଗ୍ରହ କରିବାକୁ ଯାଇ ଶନିବାର ମାଓବାଦୀଙ୍କ ଲ୍ୟାଣ୍ଡ୍ମାଇନ ବିସ୍ଫୋରଣରେ ଆଖି ବୁଜିଛନ୍ତି ‘ଧରିତ୍ରୀ’ର ଖବରଦାତା ତଥା ଓଜେୟୁର ସକ୍ରିୟ ସଭ୍ୟ ରୋହିତ ବିଶ୍ୱାଳ...

ବ୍ରାଉନ୍ସୁଗାର କାରବାର: ଖୋର୍ଦ୍ଧାର ବିଟେକ୍ ଛାତ୍ରଙ୍କୁ ବାନ୍ଧିଲା ଏସ୍ଟିଏଫ୍
ଖୋର୍ଦ୍ଧା ଅଫିସ,୪।୯ : ଖୋର୍ଦ୍ଧା ପାଲଟିଛି ବ୍ରାଉନସୁଗାରର ପେଣ୍ଠସ୍ଥଳୀ। ଯେତିକି ଧରପଗଡ ଚାଲିଛି, ସେତିକି କାରବାର ବଢିଚାଲିଛି। ବାଲେଶ୍ବର ଜଳେଶ୍ବରଠାରୁ ଚେର ଖୋର୍ଦ୍ଧା ପର୍ଯ୍ୟନ୍ତ ଲମ୍ବିଛି।...

ଆଜିଠୁ ମାଟ୍ରିକ ସାର୍ଟିଫିକେଟ୍ ତ୍ରୁଟି ସଂଶୋଧନ
କଟକ,୫।୭(ସୁପ୍ରିୟା ପ୍ରିୟଦର୍ଶିନୀ): ଚଳିତବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ସାର୍ଟିଫିକେଟରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିପାଇଁ ବୁଧବାରଠାରୁ ଆସନ୍ତା...

ସାନିଟାଇଜ ହେଲା ଗୋପାଳପୁର ବଜାର
ବାହାନଗା, ୨୩ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ବଜାରକୁ ଗୁରୁବାର ସାନିଟାଇଜ୍ କରାଯାଇଛି। ଏହାସହ ପାଇକାସ୍ତା ତହସିଲ କାର୍ଯ୍ୟାଳୟ, ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟ, ପୋଷ୍ଟାଲ କାର୍ଯ୍ୟାଳୟ...

ବଜ୍ରପାତରେ ମହିଳା ମୃତ, ଯୁବକ ଗୁରୁତର
ପାଟଣା,୨୫ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାବାଳିପଶି ପଞ୍ଚାୟତ କେତାଙ୍ଗ ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରପାତରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳା ଜଣକ...

ପ୍ରତିଶ୍ରୁତିରେ ବିତିଲାଣି ୨୨ ବର୍ଷ
କେନ୍ଦୁଝର, ୨୭।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଶିବନାରାୟଣପୁର ଗୋଡା ପଞ୍ଚାୟତର ତମାଙ୍ଗ ଗ୍ରାମର କାଞ୍ଜିଆଝରଣ ସାହିରେ ବସବାସ କରୁଥିବା ପାହାଡିଆ ଭୂୟାଁ ଆଦିବାସୀମାନେ ଦୀର୍ଘ...