Posted inଖେଳ

ଗୋଟିଏ ଓଭରରେ ୫ ଉଇକେଟ ନେଲେ ଭାରତୀୟ ପେସର

ନୂଆଦିଲ୍ଲୀ,୨୯।୧୧- ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ହରିୟାଣା ଓ କର୍ନାଟକ ମଧ୍ୟରେ ସୁରଟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍‌ରେ ପୂର୍ବତନ ଭରତୀୟ ତଥା କର୍ନାଟକର ଅଭିଜ୍ଞ ପେସର ଅଭିମନ୍ୟୁ ମିଥୁନ ହ୍ୟାଟ୍ରିକ ସହ ଗୋଟିଏ ଓଭରରେ ୫ ଉଇକେଟ ନେଇ ଇତିହାସ ସୃଷ୍ଟି କରିଛନ୍ତି। ଚଳିତବର୍ଷ ଅଭିମନ୍ୟୁଙ୍କ ଏହା ଦ୍ୱିତୀୟ ହ୍ୟାଟ୍ରିକ। ପୂର୍ବରୁ ସେ ବିଜୟ ହଜାରେ ଟ୍ରଫିରେ ତାମିଲନାଡୁ ବିପକ୍ଷରେ ହ୍ୟାଟ୍ରିକ ଉଇକେଟ ନେଇଥିଲେ। ହରିୟାଣା ଇନିଂସର ଅନ୍ତିମ ଓଭର ବୋଲିଂ କରିଥିଲେ ଅଭିମନ୍ୟୁ। ସେ ପ୍ରଥମ ବଲରେ ସେଟ ବ୍ୟାଟ୍ସମ୍ୟାନ ହିମାଂଶୁ ରାନା (୬୧)ଙ୍କୁ ମୟଙ୍କ ଅଗ୍ରଓ୍ବାଲଙ୍କ ହାତରେ କ୍ୟାଚ୍‌ ଆଉଟ କରାଇଥିଲେ। ପରବର୍ତ୍ତୀ ବଲରେ ଆଉ ଜଣେ ସେଟ ବ୍ୟାଟ୍ସମ୍ୟାନ ରାହୁଲ ତଓ୍ବେତିଆ (୩୨)ଙ୍କ ହାତେଇଥିଲେ। ୩ୟ ବଲରେ ସୁମିତ କୁମାରଙ୍କୁ ଆଉଟ କରି ହ୍ୟାଟ୍ରିକ ପୂରଣ କରିଥିଲେ ଅଭୁମନ୍ୟୁ। ଚତୁର୍ଥ ବଲରେ ପ୍ରତିପକ୍ଷ ଅଧିନାୟକ ଅମିତ ମିଶ୍ରାଙ୍କୁ କ୍ରିଷ୍ଣପା ଗୋଥମଙ୍କ ହାତରେ କ୍ୟାଚ୍‌ ଆଉଟ୍‌ କରାଇଥିଲେ। ୫ମ ବଲ ଓ୍ବାଇଡ ପକାଇବା ପରେ ଏକ ସିଙ୍ଗଲ ରନ୍‌ ବ୍ୟୟ କରିଥିଲେ। ଓଭରର ୬ଷ୍ଠ ତଥା ଅନ୍ତିମ ବଳରେ ଜୟନ୍ତ ଯାଦବଙ୍କୁ ପ୍ୟାଭେଲିଅନ ବାଟ ଦେଖାଇଥିଲେ। ଫଳରେ ପରଫେକ୍ଟ ୫ ଉଇକେଟ ସଫଳତା ପାଇଥିଲେ। ତେବେ ସେ ପ୍ରଥମ ୩ ଓଭରରେ ୩୪ ରନ୍‌ ବ୍ୟୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ହଜାରେ ଟ୍ରଫି: ଓଡ଼ିଶାର ପ୍ରଥମ ବିଜୟ

ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି)-ଅଧିନାୟକ ଶାନ୍ତନୁ ମିଶ୍ରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଓଡ଼ିଶା ଚଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଘରୋଇ କ୍ରିକେଟ ଟୁର୍ନାମେଣ୍ଟରେ ଶୁକ୍ରବାର ପ୍ରଥମ...

ଫେବୃୟାରୀର ଶ୍ରେଷ୍ଠ କ୍ରିକେଟର ଅଶ୍ୱିନ

ଦୁବାଇ,୯।୩ : ଭାରତୀୟ ଭେଟେରାନ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମାସ(ଫେବୃୟାରୀ)ର ଶ୍ରେଷ୍ଠ ଆଇସିସି ଖେଳାଳି ଭାବେ ବିବେଚିତ କରାଯାଇଛି। ତାଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ...

ଶାରଜାରେ ଛକା ବର୍ଷା କଲା ଆଫଗାନିସ୍ତାନ

ଶାରଜା,୨୫।୧୦: ଶାରଜାର ଧିମା ପିଚ୍‌ରେ ସବୁଠୁ ବଡ଼ ସ୍କୋର ଛିଡ଼ା କରିଛି ଆଫଗାନିସ୍ତାନ। ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ମହମ୍ମଦ ନବିଙ୍କ ନେତୃତ୍ୱାଧୀନ...

୩୪ରେ ଧାଓ୍ବନ

ନୂଆଦିଲ୍ଲୀ,୫ା୧୨- ଭାରତୀୟ ଓପନର ଶିଖର ଧାଓ୍ବନ ଗୁରୁବାର ତାଙ୍କର ୩୪ତମ ଜନ୍ମଦିନ ପାଳନ କରିଛନ୍ତି। ପ୍ରଶଂସକ ଓ ସାଥି ଖେଳାଳିଙ୍କ ନିକଟରେ ଗବର ଭାବେ ପରିଚିତ...

କୋହଲି ଆହତ, ପ୍ରଥମ ଦିନିକିଆରେ ଖେଳିବା ଆଶା କ୍ଷୀଣ

ଲଣ୍ଡନ,୧୨।୭: ଖରାପ ଫର୍ମରେ ଥିବା ବିରାଟ କୋହଲି ଆହତ ହୋଇଛନ୍ତି। ଆଜି ଖେଳାଯିବାକୁ ଥିବା ପ୍ରଥମ ଦିନିକିଆରେ ସେ ଖେଳିବା ଆଶା କମ୍‌ ବୋଲି ଜଣାପଡିଛି।...

ପନ୍ତଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଲେ କୋହଲି

ଖ୍ରୀଷ୍ଟଚର୍ଚ୍ଚ, ୩।୩ (ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ କ୍ଲିନ୍‌ ସୁଇପ୍‌ (୦-୩)ରେ ହାରିବା ପରେ ଟେଷ୍ଟରେ ମଧ୍ୟ ଭ୍ରମଣକାରୀ ଭାରତୀୟ ଦଳ ନୈରାଶ୍ୟଜନକ ପ୍ରଦର୍ଶନ...

ଧୋନୀଙ୍କ ସହ କୋହଲିଙ୍କର ରହିଛି ଏମିତି ସମ୍ପର୍କ, ଟୁଇଟ୍‌ କରି କହିଲେ…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ଭିତରେ ସମ୍ପର୍କ କେମିତି ବୋଲି ପ୍ରଶଂସକମାନେ ଜାଣିବାକୁ ଚାହିଁଛନ୍ତି। ପଡ଼ିଆରେ ସେମାନଙ୍କ...

ବାରବାଟୀ ଦିନିକିଆ: କାଉଣ୍ଟରରେ ଉପଲବ୍ଧ ୧୦,୦୩୯ ଟିକେଟ୍‌

କଟକ ଅଫିସ,୧୯ା୧୨- ଆସନ୍ତା ରବିବାର ଦିନ ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ୩ୟ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ପାଇଁ ଉଭୟ ଦଳ ଗୁରୁବାର ମଧ୍ୟାହ୍ନରେ ଭୁବନେଶ୍ୱରରେ...

Advertisement
Archives

Model This Week