ଗୋଛା ସଂରକ୍ଷିତ ଜଙ୍ଗଲରେ ବନ ବିଭାଗର ଚଢ଼ାଉ: ୧୫ ଶାଗୁଆନ କାଠ ସହ ୯ ସାଇକେଲ ଜବତ

ନୟାଗଡ଼ ଅଫିସ,୨୯।୯-ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚରିଡ଼ା ବନାଞ୍ଚଳ ଗୋଛା ସଂରକ୍ଷିତ ଜଙ୍ଗଲ ଶିମିଳି ଗ୍ରାମ ନିକଟରୁ ଚଢ଼ାଉ କରାଯାଇ କାଠ ଓ ସାଇକେଲ ଜବତ କରାଯାଇଛି। ଜବତ କାଠ ମଧ୍ୟରେ ୬ ଖଣ୍ଡ ଶାଳଗଣ୍ଡି , ୧୫ ଖଣ୍ଡ ଶାଗୁଆନ ଲଗ୍‌ ରହିଛି। ଏଥିସହିତ ୯ ସାଇକେଲ ଜବତ କରାଯାଇଛି। କାଠ ଚୋରମାନେ ହଳ ଓ ସାଇକେଲ୍‌ରେ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର କାଠ କାଟି ନେଇ ଯାଉଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, ବନାଞ୍ଚଳ ଅଧିକାରୀ ଧନେଶ୍ୱର ରଥ, ବନପାଳ ଚନ୍ଦ୍ରମଣି ଡାକୁଆଙ୍କ ସମେତ ଜଙ୍ଗଲସୁରକ୍ଷା କର୍ମଚାରୀ ଶିମିଳି ଗ୍ରାମରେ ଚଢ଼ାଉ କରିଥିଲେ। ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଦେଖି ଚୋରମାନେ କାଠ ଓ ସାଇକେଲ ଛାଡ଼ି ଫେରାର୍‌ ହୋଇଯାଇଥିଲେ। ସେମାନଙ୍କୁ ଧରିବା ପାଇଁ ଅନୁସନ୍ଧାନ କରାଯାଉଥିବା ବନାଞ୍ଚଳ ଅଧିକାରୀ ଧନେଶ୍ୱର ରଥ କହିଛନ୍ତି। ସେହିଭଳି ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବିନେଇ ଅଙ୍ଗନଓ୍ବାଡି ମହିଳା କର୍ମୀଙ୍କ ଧାରଣା: ଦାବି ପୂରଣ ନ ହେଲେ ଦିଲ୍ଲୀରେ ଆନ୍ଦୋଳନ ପାଇଁ ଚେତାବନୀ

ଯାଜପୁର ଟାଉନ, ୪।୧୧(ଡି.ଏନ୍‌.ଏ.): ୧୪ ଦଫା ଦାବିନେଇ ଭାରତ ମଜଦ୍ଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍‌ ଓଡ଼ିଶା ଅଙ୍ଗନୱାଡି ମହିଳା କର୍ମୀଙ୍କ ପକ୍ଷରୁ ସୋମବାର ଯାଜପୁର...

ବଞ୍ଚିବାକୁ ରାହା ଖୋଜୁଛନ୍ତି ମମତା

ଆରଡ଼ି,୩।୨(ଡି.ଏନ.ଏ.)-ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କ ଖାମଖିଆଲି ଯୋଗୁ ଖାଦ୍ୟନଳୀ କଣା ହୋଇଯାଇଛି। ଚିକିତ୍ସା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି। ତଥାପି ସ୍ବାସ୍ଥ୍ୟାବସ୍ଥାରେ...

ସ୍କୁଟି ଉପରେ ଚଢ଼ିଗଲା ଟ୍ରକ୍‌: ମା’ଝିଅଙ୍କ ସମେତ ୩ ମୃତ

ପରଜଙ୍ଗ/ତାଳଚେର, (ଡି.ଏନ.ଏ./ନି.ପ୍ର.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ନଂ. ଜାତୀୟ ରାଜପଥର ସରାଙ୍ଗ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ନିକଟରେ ଶନିବାର ସା ୬ଟାରେ...

ବିଜେପୁର ଉପନିର୍ବାଚନ: ଭୋଟ ଦେଲେ ଭାଜପା ପ୍ରାର୍ଥୀ ସନତ

ବରଗଡ଼ ଅଫିସ/ବିଜେପୁର,୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ଭାଜପା ପ୍ରାର୍ଥୀ ସନତ କୁମାର ଗଡତିଆ ସୋମବାର ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।...

ମହାବାତ୍ୟାକୁ ୨୦ ବର୍ଷ : ସ୍ମୃତି ଆଜି ବି ଅଭୁଲା

କରାଳ ରାତି, ଘନ ଅନ୍ଧକାର ମଧ୍ୟରେ କେବଳ ପବନର ସୁ ସୁ ଶବ୍ଦ। ପ୍ରଚଣ୍ଡ ବର୍ଷା ଓ ବିଜୁଳି ଆଲୋକରେ ଘରୁ ବାହାରିବା ଥିଲା କଷ୍ଟକର।...

ବଲାଙ୍ଗୀରରେ ଫସି ରହିଛନ୍ତି ୩୦ ଅଣ ଓଡ଼ିଆ ଶ୍ରମିକ

ବଲାଙ୍ଗିର ଅଫିସ, ୨ା୪-ପଶ୍ଚିମବଙ୍ଗରୁ ବଲାଙ୍ଗୀରକୁ କାମ କରିବାକୁ ଆସିଥିବା ୩୦ ଜଣ ଅଣ ଓଡ଼ିଆ ଶ୍ରମିକ ଏଠାରେ ଫସି ରହିଛନ୍ତି। ସ୍ଥାନୀୟ ଆନନ୍ଦନଗର ନିକଟରେ ସେମାନେ...

ବିଜୁବାବୁଙ୍କ ଜୟନ୍ତୀରେ ଶପଥପାଠ

ଜୟପୁର,୫।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଅବସରରେ ନିର୍ବାଚନମଣ୍ଡଳୀ କର୍ମକର୍ତ୍ତା ଏବଂ କର୍ମୀମାନଙ୍କୁ ନେଇ ଏକ ସଭାର ଆୟୋଜନ...

କାଳବୈଶାଖୀ ଉଡ଼ାଇ ନେଲା ଛପର:ପଲିଥିନ୍‌ ତଳେ ବିତୁଛି ଜୀବନ

ଉମରକୋଟ, ୯।୬(ଡି.ଏନ୍‌.ଏ.):କାଳବୈଶାଖୀ ଉଡ଼ାଇ ନେଲା ଘର ଛପର। ପଲିଥିନ ତଳେ ମୁଣ୍ଡ ଗୁଞ୍ଜୁଛନ୍ତି ଚାରିପ୍ରାଣୀ। ପୂର୍ବରୁ ଆବାସ ଯୋଜନାରେ ଘରଟିଏ ପାଇଁ ବାରମ୍ବାର ଆବେଦନ କରିଥିଲେ...

Coronavirus Update


Archives

Model This Week

Why Dharitri