ଗୋଚର ପାଲଟିଲାଣି ଲୁଣ ଜମି

ଗଞ୍ଜାମ,୧୭ା୧(ଡି.ଏନ.ଏ.) – ଗଞ୍ଜାମ ଜିଲାର ହୁମ୍ମା ଓ ଗଞ୍ଜାମ ଆଖପାଖ ଅଞ୍ଚଳରେ ହଜାର ହଜାର ଏକର ଲୁଣ ଜମି ଏବେ ଗୋଚର ପାଲଟିଲାଣି। ଲୁଣ ଉତ୍ପାଦନକୁ ଗୁରୁତ୍ୱ ଦିଆ ନ ଯିବା, ଦର ବୃଦ୍ଧି ପାଉ ନ ଥିବା ଆଦି କାରଣରୁ ଚାଷୀମାନେ ଏଥିରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଛନ୍ତି। ଗଞ୍ଜାମ ଅଞ୍ଚଳରେ ଲୁଣ ଚାଷ ପାଇଁ କେନ୍ଦ୍ର ସରକାରଙ୍କ ୧,୪୭୨ ଏକର ଜମି ରହିଛି। ସେଥିମଧ୍ୟରୁ ୭୨୯ ଏକର ହୁମ୍ମା ଓ ବିଞ୍ଚଣାପଲ୍ଲୀ ଲବଣ ସମବାୟ ସମିତି ଅଧୀନରେ ଅଛି। ଅବଶିଷ୍ଟ ଜମି ଲିଜଧାରୀଙ୍କ ନାମରେ ରହିଛି। ପୂର୍ବରୁ ଏଠାରେ ଉତ୍ପାଦିତ ଲୁଣକୁ କଷ୍ଟିକ୍‌ ସୋଢ଼ା ପ୍ରସ୍ତୁତ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ୟ ରାଜ୍ୟକୁ ନିଆଯାଉଥିଲା। ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଗଞ୍ଜାମ ବ୍ଲକର ହୁମ୍ମା ସମେତ ଲକ୍ଷ୍ମୀପୁର, ଝାଡ଼ୁକୁଦା, ମୟୂରପଦା, ନିଳାଦ୍ରୀପୁର, ଖଟୁଆକୁଦା, କଣ୍ଟିଆଗଡ଼, ବିଞ୍ଚଣାପଲ୍ଲୀ, ପୁଇଁତୋଳା ଓ ସୂର୍ଯ୍ୟନାରାୟଣପୁର ଗ୍ରାମର ଲୋକେ ଅନ୍ୟାନ୍ୟ ଚାଷ ସହ ଲୁଣ ଚାଷ ମଧ୍ୟ କରିଥାନ୍ତି। ହେଲେ ସରକାରଙ୍କ ପକ୍ଷରୁ ଲୁଣଚାଷ ପାଇଁ କୌଣସି ପ୍ରୋତ୍ସାହନ ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଉନ୍ନତ ପ୍ରଣାଳୀରେ ଧାନ, ପନିପରିବା ଚାଷ କରାଯାଉଥିବା ବେଳେ ଏଥିପାଇଁ କୌଣସି ସଚେତନତା କାର୍ଯ୍ୟକ୍ରମ କରାଯାଉନାହିଁ। ପୁଇଁତୋଳା ଗ୍ରାମର ଚାଷୀ ବୃନ୍ଦାବନ ସାହୁ କହିଛନ୍ତି, ବଜାରରେ ସବୁ ଦରଦାମ ବୃଦ୍ଧି ହେଉଥିବା ବେଳେ ଲୁଣଦର ବୃଦ୍ଧି ହେଉନାହିଁ। ଏଥିପାଇଁ ଏହି ଚାଷ କରିବାକୁ ଆଗ୍ରହ ନ ଥିବା ସେ କହିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ, ଅଦିନିଆ ବର୍ଷା ଯୋଗୁ ଗତ ୩/୪ବର୍ଷ ହେବ ଲୁଣଚାଷରେ କ୍ଷତି ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ମିଳୁ ନ ଥିବା କହିଛନ୍ତି ମୟୂରପଦା ଅଞ୍ଚଳର ଜଣେ ଚାଷୀ । ପ୍ରୋତ୍ସାହନ ମିଳିଲେ ଅଧିକ ଲୁଣ ଉପତ୍ାଦନ ହୋଇପାରନ୍ତା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଚାଷୀ ପରିବାରର ଜଣେ ସଦସ୍ୟ ତଥା ଭାଜପା ନଗର ସଭାପତି ସୁଦାମ ଚରଣ ଜେନା ଳୁଣ ଚାଷ ସମସ୍ୟା ଜଣାଇବା ପାଇଁ ବ୍ରହ୍ମପୁରରେ ଥିବା ଜିଲା କ୍ଷୁଦ୍ରଶିଳ୍ପ ନିଗମ (ଡିଆଇସି) କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ୁଥିଲେ ମଧ୍ୟ କୌଣସି ଅଧିକାରୀଙ୍କ ଭେଟ ମିଳୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଲକ୍ଷ୍ମୀପୁର ଅଞ୍ଚଳର ଲୁଣ ବ୍ୟବସାୟୀ କେ. କବିତା ଦୁଇଅଡ଼ା ଲୁଣକୁ ୧୦ ଟଙ୍କା ଓ ୧୫୦ ବସ୍ତାଏ ଲୁଣକୁ ମାତ୍ର ଦେଢ଼ଶହ ଟଙ୍କାରେ ସେ ବିକ୍ରି କରୁଥିବା କହିଛନ୍ତି। ଲୁଣ ବିକି ପରିବାର ଚଳାଇବା କଷ୍ଟକର । ତେଣୁ ଆମ ଲୋକେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଛନ୍ତି ବୋଲି କବିତା କହିଛନ୍ତି। ଏ ସମ୍ପର୍କରେ ବିଡିଓ ଜ୍ୟୋତି ଶଙ୍କର ରାଏ କହିଛନ୍ତି, ସୋସାଇଟି ପକ୍ଷରୁ ଦାବିପତ୍ର ମିଳିଛି। ଜିଲାପାଳଙ୍କୁ ଅବଗତ କରାଯିବା ପରେ ପଦକ୍ଷେପ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ଶୁଖିଯାଉଛି ନଦୀ-ପୋଖରୀ, ମଣିଷଙ୍କ ସହ ଡହଳବିକଳ ହେଉଛନ୍ତି ଗୃହପାଳିତ ପଶୁ

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରେ ଥିବା ୧୧୦ଟି ଗ୍ରାମରେ ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁ ନଦୀନାଳ, ପୋଖରୀ, ଚେକ୍‌ ଡ୍ୟାମ୍‌, ନଳକୂପ ଶୁଖିଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri