ଗୋଗୋଇଙ୍କ ଉତ୍ତରାଧିକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଭାରତର ସୁପ୍ରିମକୋର୍ଟରେ ୧,୫୮,୬୬୯ ମାମଲା ବିଚାର ଲାଗି ପଡ଼ିରହିଛି। ୨୭ ଜୁନ୍‌ ୨୦୧୯ରେ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ମାମଲାଗୁଡ଼ିକର ସୁପରିଚାଳନା ଓ ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବା ଲାଗି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ତାଙ୍କ ସହଯୋଗୀଙ୍କୁ ପରାମର୍ଶ ଦେଇଥାଆନ୍ତି। ବର୍ତ୍ତମାନର ସିଜେଆଇ ରଞ୍ଜନ ଗୋଗୋଇ ଆସନ୍ତା ୧୭ ନଭେମ୍ବରରେ ଅବସର ନେବାକୁ ଯାଉଛନ୍ତି। ଯିବା ପୂର୍ବରୁ ସେ ତାଙ୍କ ଉତ୍ତରାଧିକାରୀ ଭାବେ ଏସ୍‌. ଏ. ବୋବ୍‌ଡେଙ୍କ ନାମ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟକୁ ପତ୍ରଲେଖି ସୁପାରିସ କରିଛନ୍ତି। ବୋବ୍‌ଡେ ଶୀର୍ଷ ଅଦାଲତର ଦ୍ୱିତୀୟ ସର୍ବବରିଷ୍ଠ ବିଚାରପତି ହୋଇଥିବାରୁ ସେ ସିଜେଆଇ ହେବା ନିଶ୍ଚିତ ହୋଇଯାଇଛି। ସବୁକିଛି ଠିକ୍‌ ରହିଲେ ୧୮ ନଭେମ୍ବରରେ ବୋବ୍‌ଡେ ଦେଶର ୪୭ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ନୂଆ ପ୍ରଧାନ ବିଚାରପତିଙ୍କ ନାମକୁ ଗୋଗୋଇ ସୁପାରିସ କରିବା ପରେ ବୋବ୍‌ଡେଙ୍କ ବିଷୟରେ ଅଧିକ ଜାଣିବା ଲାଗି ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ।
ବୋବ୍‌ଡେ ୨୪ ଏପ୍ରିଲ ୧୯୫୬ରେ ମହାରାଷ୍ଟ୍ର ନାଗପୁରର ଏକ ଆଇନଜୀବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜେଜେବାପା ଥିଲେ ଓକିଲ। ପିତା ଅରବିନ୍ଦ ବୋବ୍‌ଡେ ୧୯୮୦ରେ ମହାରାଷ୍ଟ୍ରର ଆଡଭୋକେଟ ଜେନେରାଲ ଥିଲେ। ବଡ଼ ଭାଇ ବିନୋଦ ଅରବିନ୍ଦ ବୋବ୍‌ଡେ ସୁପ୍ରିମକୋର୍ଟର ସିନିୟର ଆଡଭୋକେଟ ତଥା ସମ୍ବିଧାନ ବିଶେଷଜ୍ଞ ରହିଥିଲେ। ପିଲାଟି ବେଳୁ ସେ ଆଇନ ପୁସ୍ତକ ସହ ମହକିଲମାନଙ୍କୁ ଦେଖି ଏହି ବୃତ୍ତି ପ୍ରତି ଆକୃଷ୍ଟ ହୋଇଥିଲେ। ନାଗପୁରର ଏସ୍‌ଏଫ୍‌ଏସ୍‌ କଲେଜରୁ ଡିଗ୍ରୀ ଅର୍ଜନ କରିବା ପରେ ୧୯୭୮ରେ ନାଗପୁର ବିଶ୍ୱବିଦ୍ୟାଳୟରେ ଆଇନ ବିଦ୍ୟା ପଢ଼ିଥିଲେ। ୧୩ ସେପ୍ଟେମ୍ବର ୧୯୭୮ରେ ସେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ରେ ଓକିଲାତି ଆରମ୍ଭ କରିଥିଲେ। ୧୯୯୮ରେ ବୋବ୍‌ଡେ ସୁପ୍ରିମକୋର୍ଟର ସିନିୟର ଆଡଭୋକେଟ ହୋଇଥିଲେ। ଆଇନ ବିଦ୍ୟାରେ ପାରଙ୍ଗମ ହେବା ପରେ ସେ ୨୯ ମାର୍ଚ୍ଚ ୨୦୦୦ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ଜଜ୍‌ ଭାବେ ନିଯୁକ୍ତ ହୋଇଥିଲେ। ୧୬ ଅକ୍ଟୋବର ୨୦୧୨ରେ ବୋବ୍‌ଡେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀକୁ ଉନ୍ନୀତ ହୋଇଥିଲେ। ୧୨ ଏପ୍ରିଲ ୨୦୧୩ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଶୀର୍ଷ ଅଦାଲତରେ ଦୀର୍ଘ ବର୍ଷ ଧରି ବିଚାର କଲା ବେଳେ ସେ ଅନେକ ଐତିହାସିକ ରାୟ ଦେଇଛନ୍ତି। ସେଥିମଧ୍ୟରୁ ଆଧାର ସଂକ୍ରାନ୍ତ ରାୟ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି। ଆଧାର ନ ଥିଲେ ନାଗରିକମାନେ ସରକାରୀ ଯୋଜନାର ସୁଫଳ ପାଇପାରିବେ ନାହିଁ ବୋଲି ଯେତେବେଳେ ସମଗ୍ର ଦେଶରେ ହୁରି ପଡ଼ିଥିଲା, ସେତେବେଳେ ବୋବ୍‌ଡେଙ୍କ ରାୟ ଆଧାରହୀନଙ୍କୁ ବଳ ଦେଇଥିଲା। ଆଧାର କାର୍ଡ଼ ନ ଥିଲେ ମଧ୍ୟ ସରକାରୀ ଯୋଜନା କିମ୍ବା ସବ୍‌ସିଡିରୁ କାହାରିକୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ସେ ରାୟ ଶୁଣାଇଥିଲେ। ରାମଜନ୍ମଭୂମି-ବାବ୍ରି ମସ୍‌ଜିଦ ମାମଲାର ବିଚାର ପାଇଁ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠର ମଧ୍ୟ ସେ ସଦସ୍ୟ ଥିଲେ। ଉଲ୍ଲେଖଯୋଗ୍ୟ, ଏହା ଉପରେ ବିଚାର ଶେଷ ହୋଇଥିଲେ ହେଁ ଆସନ୍ତା ମାସରେ ଏହାର ରାୟ ପ୍ରକାଶ ପାଇବ। ୨୦୧୬ରେ ସେ ଏକ ରାୟରେ ଜାତୀୟ ରାଜଧାନୀ ଅଞ୍ଚଳରେ ଅତ୍ୟଧିକ ପ୍ରଦୂଷଣ ହେଉଥିବାରୁ ସେଠାରେ ଆତସବାଜି ବିକ୍ରିକୁ ବନ୍ଦ କରି ଦେଇଥିଲେ। ତେବେ ନିକଟ ଅତୀତରେ ସୁପ୍ରିମକୋର୍ଟ ଇତିହାସରେ ସବୁଠାରୁ ବିବାଦୀୟ ଘଟଣା ଭାବେ ବିବେଚିତ ପ୍ରଧାନ ବିଚାରପତି ଗୋଗୋଇଙ୍କ ବିରୋଧରେ ଅଣାଯାଇଥିବା ଯୌନ ବ୍ୟଭିଚାର ମାମଲାରେ ବୋବ୍‌ଡେ ତାଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ। ଏହାକୁ ବିଚାରପତି ବନ୍ଧୁମାନେ ସ୍ବାଗତ କରିଥିଲେ ହେଁ କୋର୍ଟ ବାହାରେ ଏହି ଘଟଣାକୁ ନେଇ ମୃଦୁ ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ଦିନକୁ ଦିନ ନ୍ୟାୟପାଳିକାର ଗୁରୁତ୍ୱ ବୃଦ୍ଧି ପାଉଥିବାରୁ ବୋବ୍‌ଡେଙ୍କ ଦାୟିତ୍ୱ ଗ୍ରହଣ ପରେ ତାଙ୍କ ନେତୃତ୍ୱ ଶୀର୍ଷ ଅଦାଲତର ବିଚାରପତିଙ୍କୁ ନୂଆ ଦିଶା ଦେଖାଇବ ବୋଲି ଆଶା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ନାଲିଆଖି

ଡ. ସୁବାସ ଚନ୍ଦ୍ର ପାତ୍ର ମୃତ୍ୟୁର ନାଲିଆଖିର ବର୍ଣ୍ଣନା ସହିତ ଆମେ ଏତେ ପରିଚିତ ଯେ ଜୀବନର ଯେ ଗୋଟିଏ ଆଖି ଅଛି, ସେ ନାଲି...

ଏଇ ଭାରତରେ

ଦେବତାଙ୍କ ନାଁରେ ଅଭିଯୋଗ ହୋଇଛି। ସେ ଏବେ ନଜରବନ୍ଦୀରେ । ଏମିତି ଘଟଣା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶର କୁଲୁ ଦଶହରାରେ। କୁଲୁ ପ୍ରଶାସନ ବିଧିବଦ୍ଧ...

ଏଇ ଭାରତରେ

ଯୁଗ ବଦଳିବା ସହ ମହିଳାମାନଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ବଦଳୁଛି। ସେମାନେ ପୁରୁଷକୈନ୍ଦ୍ରିକ ବିପଜ୍ଜନକ କ୍ଷେତ୍ରରେ କାର୍ଯ୍ୟ କରି ପ୍ରମାଣ କରିଛନ୍ତି ‘ଆମେ କାହାଠାରୁ କମ୍‌ ନୋହୁଁ’।...

ଏଇ ଭାରତରେ

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଟ୍ରାଫିକ ପୋଲିସ ଅଫିସରଙ୍କ ସାଧାରଣ ଦାୟିତ୍ୱ। ମାତ୍ର ତେଲେଙ୍ଗାନାରେ ଏମିତି ଜଣେ ପୋଲିସ ଅଫିସର ଅଛନ୍ତି ଯିଏ କି ରାସ୍ତା...

ସମ୍ପାଦକୀୟ/ ପୂର୍ବାଭାସ ମିଳିଲାଣି

ଉତ୍ତରପ୍ରଦେଶର ଉନ୍ନାଓ ବଳାତ୍କାର ପୀଡ଼ିତା ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ଜଣେ ଆଇନଜୀବୀ କାର୍‌ରେ ଯାଉଥିବା ବେଳେ ରାଏବରେଲିର ଗୁରୁବକ୍ସଗଞ୍ଜ ନିକଟରେ ୨୮ ଜୁଲାଇରେ...

ମାସଶ୍ରେଷ୍ଠର ମହକ

ଉପେନ୍ଦ୍ର ବିଶ୍ୱାଳ ବର୍ଷକ ବାରମାସ ମଧ୍ୟରୁ ଶ୍ରେଷ୍ଠମାସ ମାର୍ଗଶିର। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୀତାରେ କହିଛନ୍ତି- ମାସାନାଂ ମାର୍ଗଶୀର୍ଷୋଽହଂ ଅର୍ଥାତ୍‌ ମାସଗୁଡ଼ିକ ମଧ୍ୟରେ ମୁଁ ହେଉଛି...

ଫେରିବ କି ସ୍ବପ୍ନଶିଳ୍ପର ସୁଦିନ

ହରିହର ତ୍ରିପାଠୀ   ମହାମାରୀ କରୋନା ମଣିଷ ଜୀବନର ସବୁକ୍ଷେତ୍ରକୁ ପ୍ରଭାବିକ କରିଥିବା ବେଳେ ଯେଉଁ କେତୋଟି କ୍ଷେତ୍ରକୁ ସମ୍ପୂୂର୍ଣ୍ଣ ଅଚଳ କରିଦେଇଛି ସେମାନଙ୍କ ଭିତରୁ...

ବିକୃତ ମାନସିକତାର ପ୍ରତିଫଳନ

ବୈକୁଣ୍ଠନାଥ ମିଶ୍ର ଯୁଗେ ଯୁଗେ ସମାଜରେ ଏପରି କିଛି ବ୍ୟକ୍ତିତ୍ୱ ଦୃଶ୍ୟ ହୁଅନ୍ତି, ଯେଉଁମାନଙ୍କର କାର୍ଯ୍ୟକଳାପ ସୂଚାଇଦିଏ ସେମାନେ କେତେ ବିକୃତ ମସ୍ତିଷ୍କଧାରୀ ଓ ନୀଚ...

Coronavirus Update


Archives

Model This Week

Why Dharitri