ଗୋକୁଳାନନ୍ଦଜୀଉଙ୍କ ଚିତାଲାଗି

ଖଣ୍ଡପଡ଼ା,୧ା୮(ସ୍ବ.ପ୍ର.): ସିଧାମୂଳାସ୍ଥିତ ଗୋକୁଳାନନ୍ଦ ଜୀଉଙ୍କ ପବିତ୍ର ଚିତାଲାଗି ଅମାବାସ୍ୟା ଅବସରରେ ଶ୍ରୀଜୀଉଙ୍କୁ ସୁବର୍ଣ୍ଣର ଚିତାଲାଗି କରାଯାଇଥିଲା । ବୁଧବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ଶ୍ରୀଜୀଉଙ୍କ ସକାଳ ଧୂପ ଶେଷ ହେବାପରେ ମନ୍ଦିରର ମୁଖ୍ୟପୂଜକ ସୁନାଚିତାକୁ ଧରି ବେଢ଼ା ପରିକ୍ରମା କରିବା ପରେ ଶ୍ରୀ ଜୀଉଙ୍କୁ ଚିତାଲାଗି କରାଯାଇଥିଲା । ଏହି ଅବସରରେ ସ୍ବତନ୍ତ୍ର ଭୋଗ ଭାବେ ଖିରି ଓ ଚିତଉ ପିଠା ନୈବେଦ୍ୟ ଶ୍ରୀଜୀଉଙ୍କୁ ସମର୍ପଣ କରାଯାଇଥିଲା। ଶ୍ରୀଜୀଉଙ୍କ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ମନ୍ଦିର ପରିଚାଳକ ଗଙ୍ଗାଧର ଷଡଙ୍ଗୀ କହିଛନ୍ତି । କଣ୍ଟିଲୋ ଓ ଆଖପାଖ ଅଞ୍ଚଳର ମହିଳାମାନେ ଘରେ ଘରେ ଚିତଉ ପିଠା ପ୍ରସ୍ତୁତ ପୂର୍ବକ ପୂଜାର୍ଚ୍ଚନା କରି ଏହାକୁ ନଦୀ ଗର୍ଭରେ ପକାଇ ଥିଲେ। ତେବେ କଣ୍ଟିଲୋସ୍ଥିତ ନୀଳମାଧବ ଜୀଉଙ୍କ ଚିତାଲାଗି ନୀତି ପାଞ୍ଜି ଅନୁସାରେ ଗୁରୁବାର ପାଳନ ହେବ ବୋଲି ମ୍ୟାନେଜର ହରିହର ଦାଶ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ୍‌ ପାଠପଢ଼ା ରିପୋର୍ଟ ଶିକ୍ଷକ ଦେବେ

ଭୁବନେଶ୍ୱର,୯।୧୦(ବ୍ୟୁରୋ): ଗତ ୬ମାସ ମଧ୍ୟରେ ହାଇସ୍କୁଲ୍‌ ଶିକ୍ଷୟିତ୍ରୀ, ଶିକ୍ଷକମାନେ ଅନ୍‌ଲାଇନରେ କିଭଳି ଓ କେତେ ପାଠ ପଢାଇଛନ୍ତି ତାହାର ରିପୋର୍ଟ ମାଗିଛି ବିଦ୍ୟାଳୟ ଓ ଗଣଶିକ୍ଷା...

ଯୁବକଙ୍କୁ ଅଜ୍ଞାତରେ ନୁହେଁ, ଥାନାରେ କରାଯାଉଛି ଜେରା: ପୋଲିସ କମିଶନର

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ନ୍ୟାଶନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି ଟିମ୍‌ (NIA) ଭୁବନେଶ୍ୱରରୁ ଜଣଙ୍କୁ ଉଠାଇ ନେଇ ଖଣ୍ଡଗିରି ଥାନାରେ ପଚରାଉଚରା କରୁଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପୋଲିସ...

ସ୍ଥାନାନ୍ତର ହେବ ୧ ନମ୍ବର ପରିବା ହାଟ

ଭୁବନେଶ୍ୱର,୧୦ା୨(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ୧ ନମ୍ବର ପରିବା ହାଟ ସ୍ଥାନାନ୍ତର ହେବ। ସହର ଉପକଣ୍ଠ ଭଗବାନପୁରକୁ ଏହା ସ୍ଥାନାନ୍ତରିତ ହେବ। ଏଥିପାଇଁ ସେଠାରେ ୧୦ ଏକର ଜମି...

ପୁଅର ଦରମା ପାଇଁ ମା’ ବାପାଙ୍କ ଆମରଣ ଅନଶନ

ଖୁଣ୍ଟା,୪ା୨(ଡ଼ି.ଏନ୍‌.ଏ.)-ପୁଅର ଦରମା ଟଙ୍କା ମଞ୍ଜୁର ପାଇଁ ମା’ବାପାଙ୍କୁ ଆମରଣ ଅନଶନରେ ବସିବାକୁ ପଡ଼ିଛି । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ...

ଝୁଲେନବର ପ୍ରାଥମିକ ବିଦ୍ୟାଳୟ ସ୍କୁଲକୁ ନିୟମିତ ଆସୁନାହାନ୍ତି ଶିକ୍ଷକ; ମଧ୍ୟାହ୍ନ ଭୋଜନ ପରେ ସ୍କୁଲ ଛୁଟି

କୋକସରା,୨୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଶିକ୍ଷା ବିଭାଗ ଅଧୀନ ଆମପାଣି କ୍ଳଷ୍ଟରର ବଣପାହାଡ଼ ଘେରା ଦୁର୍ଗମ ବରାଡ଼ଙ୍ଗା ପଞ୍ଚାୟତ ଝୁଲେନବର ପ୍ରାଥମିକ ବିଦ୍ୟାଳୟ। ଆଦିବାସୀ...

କାମରେ ଲାଗୁନି ପାନୀୟ ଜଳ ଯୋଗାଣ ପ୍ରକଳ୍ପ

ଚଣ୍ଡିଖୋଲ,୧୫ା୧୨(ଡି.ଏନ.ଏ.): ବଡ଼ଚଣା ବ୍ଲକ ଅଧୀନ ବାଲିପଡ଼ିଆ ପଞ୍ଚାୟତରେ ନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପଟି କାମରେ ଲାଗୁନି। ୨୦୧୮-୧୯ରେ ୧ କୋଟି ୩୦ ଲକ୍ଷ ଟଙ୍କା...

ମୁକୁଳା ଡ୍ରେନ୍‌ ନେଉଛି ଜୀବନ

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଭୁବନେଶ୍ୱର, କଟକ ସମେତ ରାଜ୍ୟର ଛୋଟବଡ଼ ସହରରେ ଅନେକ ଡ୍ରେନ୍‌ ମୁକୁଳା ହୋଇ ପଡ଼ିଛି। ସ୍ବେରେଜ ଓ ଡ୍ରେନେଜ କାମ ବାହାନାରେ ଠିକାଦାରମାନେ ଦୀର୍ଘଦିନ...

ସୁସ୍ଥ ହେଲେ ମହାପ୍ରଭୁ

ପୁରୀ ଅଫିସ, ୨୫ା୬: ଆଷାଢ଼ କୃଷ୍ଣପକ୍ଷ ଏକାଦଶୀ ବା ଖଳିଲାଗି ଏକାଦଶୀ ଅବସରରେ ଶୁକ୍ରବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଖଳିଲାଗି ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ଶ୍ରୀଅଙ୍ଗରେ...

Advertisement
Archives

Model This Week