ଗୁରୁ ଦକ୍ଷିଣା ପାଇଁ ନିଜ ଆଙ୍ଗୁଠି କାଟିଥିଲେ ଏକଲବ୍ୟ

ସମଗ୍ର ଦେଶରେ ଗୁରୁବାର ଗୁରୁ ଦିବସ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ସ୍କୁଲ, କଲେଜର ଛାତ୍ରୀଛାତ୍ରମାନେ ଏହି ଉପଲକ୍ଷେ ନିଜ ଗୁରୁଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ସେପ୍ଟେମ୍ବର ୫ ଜନ୍ମଦିନ ଅବସରରେ ପ୍ରତିବର୍ଷ ଗୁରୁ ଦିବସ ପାଳନ କରାଯାଏ। ଭାରତ ବର୍ଷରେ କାହିଁ କେତେ କାଳରୁ ଗୁରୁ ଶିଷ୍ୟ ପରମ୍ପରା ରହିଆସିଛି। ଆମ ଜୀବନରେ ଗୁରୁଙ୍କ କେତେ ମହତ୍ତ୍ୱ ରହିଛି ତାହା ବେଶ୍‌ ସମସ୍ତଙ୍କୁ ଜଣା। ଜନ୍ମଦାତ୍ରୀ ମା’ ପ୍ରତ୍ୟେକ ପିଲାର ପ୍ରଥମ ଗୁରୁ ହୋଇଥିବା ବେଳେ ଅଜ୍ଞାନର ଅନ୍ଧକାରକୁ ଦୂର କରି ଆଲୋକ ଦେଇଥାନ୍ତି ଶିକ୍ଷୟିତ୍ରୀ ଓ ଶିକ୍ଷକ। ପ୍ରତି ମୁହୂର୍ତ୍ତରେ ଜୀବନରେ ଆସୁଥିବା ଝଡ଼ଝଞ୍ଜାକୁ କିଭଳି ମୁକାବିଲା କରାଯାଇ ପାରିବ ସେନେଇ ଆମକୁ ସେମାନେ ପ୍ରସ୍ତୁତ କରିଥାନ୍ତି। ଯେତେବେଳେ ଗୁରୁ ଶିଷ୍ୟଙ୍କ କଥା ଆଲୋଚନା ହୁଏ ସେତେବେଳେ ଗୁରୁ ଦ୍ରୋଣାଚାର୍ଯ୍ୟ ଓ ଏକଲବ୍ୟଙ୍କ କଥା ମନକୁ ଆସେ। ସେମାନଙ୍କର କାହାଣୀ ଏକ ରୋଚକ ହୋଇ ରହିଛି। କିପରି ସେ ଗୁରୁ ଦ୍ରୋଣଙ୍କୁ ଗୁରୁ ଦକ୍ଷିଣାରେ ନିଜ ଆଙ୍ଗୁଠିକୁ କାଟି ଦେଇଥିଲେ ସେ କାହାଣୀ ଆଜି ବି ସମସ୍ତଙ୍କ ମନେ ରହିଛି। ପ୍ରାଚୀନ କାଳରେ ବିଦ୍ୟାର୍ଥୀଙ୍କୁ ଶିକ୍ଷା ଗ୍ରହଣ କରିବା ପାଇଁ ଗୁରୁଙ୍କ ସହ ଆଶ୍ରମରେ ରହିବାକୁ ପଡ଼ୁଥିଲା। ସେହି ସମୟରେ ବ୍ରାହ୍ମଣ ଓ କ୍ଷତ୍ରିୟଙ୍କ ଛଡ଼ା ଆଉ କାହାକୁ ଶିକ୍ଷା ଦିଆଯାଉ ନ ଥିଲା। ଏକଦା ଶୃଙ୍ଗବେରପୁରରେ ନିଷାଦରାଜ ହିରଣ୍ୟଧନୁଙ୍କ ରାଣୀ ସୁଲେଖା ଏକ ପୁତ୍ର ସନ୍ତାନକୁ ଜନ୍ମଦେଇଥିଲେ। ଏହାପରେ ତାଙ୍କର ନାମକରଣ କରାଯାଇ ଅଭିଦ୍ୟୁମ୍ନ ନାମିତ କରାଯାଇଥିଲା। ଛୋଟବେଳେ ତାଙ୍କୁ ଅଭୟ ବୋଲି ସମସ୍ତେ ଡାକୁଥିଲେ। ଯେତେବେଳେ ସେ ଶିକ୍ଷା ଲାଭ କରିବା ପାଇଁ ଗୁରୁକୁଳ ଆସିଥିଲେ ସେତେବେଳେ ଅସ୍ତ୍ରଶସ୍ତ୍ର ବିଦ୍ୟାରେ ତାଙ୍କର ନିଷ୍ଠା ଓ ଏକାଗ୍ରତାକୁ ଦେଖି ଗୁରୁ ଏକଲବ୍ୟ ନାମରେ ସମ୍ବୋଧିତ କରିଥିଲେ। ଏହାପରେ ଧନୁର୍ବିଦ୍ୟାରେ ଉଚ୍ଚଶିକ୍ଷା ପାଇଁ ଏକଲବ୍ୟ ଗୁରୁ ଦ୍ରୋଣଙ୍କ ପାଖକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସେ କେବଳ ବ୍ରାହ୍ମଣ ଓ କ୍ଷତ୍ରିୟଙ୍କୁ ଶିକ୍ଷାଦାନ କରୁଥିଲେ। କିନ୍ତୁ ଏକଲବ୍ୟ ଏହା ଜାଣି ମଧ୍ୟ ଧନୁର୍ବିଦ୍ୟା ଶିକ୍ଷା ଲାଭ କରିବା ପାଇଁ ଗୁରୁ ଦ୍ରୋଣଙ୍କୁ ନିଜ କଳାରେ ପ୍ରଭାବିତ କରିବାକୁ ଯାଇଥିଲେ। ହେଲେ ଏଭଳି କିଛି ହୋଇ ନ ଥିଲା ବରଂ ଦ୍ରୋଣ ତାଙ୍କୁ ଅପମାନିତ କରି ଆଶ୍ରମରୁ ବାହାର କରିଦେଇଥିଲେ। ଏହାପରେ ଜଙ୍ଗଲରେ ସେ ଦ୍ରୋଣଙ୍କ ପ୍ରତିମା ରଖି ଧନୁର୍ବିଦ୍ୟା ଅଭ୍ୟାସ କରି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ। ଦିନେ ଦ୍ରୋଣାଚାର୍ଯ୍ୟ ଜଙ୍ଗଲରେ ବୁଲୁଥିବା ସମୟରେ ଏକଲବ୍ୟଙ୍କ ଧନୁର୍ବିଦ୍ୟାରେ ପାରଙ୍ଗମ ଦେଖି ତାଙ୍କ ଗୁରୁଙ୍କ ବିଷୟରେ ଜାଣିବାକୁ ଜିଜ୍ଞାସା କରିଥିଲେ। ହେଲେ ପ୍ରତିମାରେ ନିଜ ଛବିକୁ ଦେଖି ଏକଲବ୍ୟଙ୍କୁ ସେ ଗୁରୁ ଦକ୍ଷିଣା ମାଗିଥିଲେ। ତାଙ୍କୁ ଦେବା ପାଇଁ ଏକଲବ୍ୟଙ୍କ ପାଖରେ କିଛି ନ ଥିବାରୁ ଦ୍ରୋଣ ତାଙ୍କର ଆଙ୍ଗୁଠି ଦେବାକୁ କହିଥିଲେ। କାରଣ ପୂର୍ବରୁ ଅର୍ଜୁନଙ୍କୁ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର କରିବାକୁ ଦେଇଥିବା ପ୍ରତିଶ୍ରୁତି ତାଙ୍କର ମିଥ୍ୟାରେ ପାଲଟି ଯାଇଥାନ୍ତା। ତେବେ ଏକଲବ୍ୟ ମଧ୍ୟ ନିଜ ଆଙ୍ଗୁଠି କାଟି ଗୁରୁଙ୍କୁ ସମର୍ପି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ପୁଞ୍ଚ,୧୨।୭: ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଶୁକ୍ରବାର ସକାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏହାର ଯବାବରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଗୁଳିମାଡ କରାଯାଇଛି।...

‘ମୁଁ ଦଳର କାହା ଉପରେ ରାଗି ନାହିଁ’

ନୂଆଦିଲ୍ଲୀ,୨୭ା୧୧: କଂଗ୍ରେସ ଏମ୍‌ପି ଶଶି ଥରୁର କହିଛନ୍ତି, ସେ କେରଳ ୟୁନିଟ୍‌ରେ କାହା ଉପରେ ରାଗି ନାହାନ୍ତି। ସେ ଦଳର କାହା ବିରୋଧରେ କହି ନାହାନ୍ତି...

ସରକାର ଭାଙ୍ଗିବା ପାଇଁ ଇସ୍ତଫା ଦେଇଥିବା ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୫: ସରକାର ଭାଙ୍ଗିବା ପାଇଁ ଇସ୍ତଫା ଦେଇଥିବା ବିଧାୟକଙ୍କୁ ୫ବର୍ଷ ପାଇଁ ନିର୍ବାଚନରେ ନିଷିଦ୍ଧ ଘୋଷଣା କରିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ମଧ୍ୟପ୍ରଦେଶର...

ଗୁରମୀତ୍‌ ରାମ ରହିମଙ୍କ ପାରୋଲ ଆବେଦନ ଖାରଜ

ଚଣ୍ଡିଗଡ଼,୨୭।୮: ଆତ୍ମଘୋଷିତ ଧର୍ମଗୁରୁ ତଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ୍‌ ରାମ ରହିମ ସିଂହଙ୍କୁ ପଞ୍ଜାବ ଓ ହରିୟାଣା କୋର୍ଟ ପକ୍ଷରୁ ବଡ଼ ଝଟ୍‌କା...

ପାର୍ଥ ଚାଟାର୍ଜୀଙ୍କ ଜାମିନ୍‌ ଆବେଦନ ଖାରଜ

କୋଲକାତା,୨୮।୧୧: କୋଲକାତାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ଏକ ସ୍ବତନ୍ତ୍ର ଅଦାଲତ ଶିକ୍ଷକ ନିଯୁକ୍ତି ଦୁର୍ନୀତି ତଥା ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର...

ମାଡ୍ରାସ୍‌ ରେଜିମେଣ୍ଟାଲ ସେଣ୍ଟରରେ ଶେଷ ବିଦାୟ…

ନୂଆଦିଲ୍ଲୀ,୯।୧୨: ତାମିଲନାଡୁର କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ ଷ୍ଟାଫ୍‌(ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କ ସମେତ ୧୧ ଜଣ ଅଧିକାରୀ...

ଜୟପୁର ପହଞ୍ଚି କଂଗ୍ରେସ-ଭାଜପାକୁ ଟାର୍ଗେଟ କଲେ କେଜରିୱାଲ, କହିଲେ କିଛି ସମୟ ଅପେକ୍ଷା କରନ୍ତୁ…

ଜୟପୁର,୧୩ ।୩: ରାଜସ୍ଥାନରେ ଚଳିତ ବର୍ଷ ଶେଷ ବେଳକୁ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥର ଭାଜପା ଓ କଂଗ୍ରେସକୁ ଟକ୍କର ଦେବାକୁ ମଇଦାନକୁ...

ଆରମ୍ଭ ହେଲା ସିନ୍ଦୁର ଖେଳ

କୋଲକତା,୫।୧୦: ବିଜୟା ଦଶମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ସିନ୍ଦୁର ଖେଳ। ଏଥିରେ ବିବାହିତ ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୁର ଲଗାଇବା ପରେ...

Advertisement
Archives

Model This Week