ଗୁରୁଦିବସରେ ଗୁରୁଙ୍କୁ ଏମିତି ମନେ ପକାଇଲେ ସଲମାନ

ଆଜି ପବିତ୍ର ଗୁରୁଦିବସ। ଗୁରୁଙ୍କ ବିନା ଜୀବନ ଅନ୍ଧକାରମୟ। ତେଣୁ ଗୁରୁଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ଦିନଟି ଗୁରୁତ୍ୱପୂର୍ଣ୍ଣ। ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ବି ଏଥିରୁ ବାଦ୍‌ ପଡ଼ିନାହାନ୍ତି। ସଲମାନଙ୍କ ତାଙ୍କ ଗୁରୁଙ୍କୁ ମନେ ପକାଇ ପିଲାଦିନର ସ୍ମୃତିକୁ ତାଜା କରିଛନ୍ତି। ସେ ବହୁ ଶିକ୍ଷକଙ୍କଠାରୁ ଶିକ୍ଷାଗ୍ରହଣ କରିଛନ୍ତି। ମାତ୍ର ଫାଦର ଆଲିୟୋ ତାଙ୍କର ପ୍ରିୟ ଶିକ୍ଷକ। ସଲମାନ କୁହନ୍ତି, ଯେତେବେଳେ ମାଟ୍ରିକ୍‌ ପାସ କଲେ ଶିକ୍ଷକ ଫାଦର ତାଙ୍କୁ ପଚାରିଥିଲେ ଏହା ପରେ କ’ଣ ପଢ଼ିବାକୁ ଚାହୁଁଛ। ସେ କହିଥିଲେ ସାର୍‌ ଜେଜେ ସ୍କୁଲ୍‌ ଅଫ୍‌ ଆର୍ଟସ୍‌ ଯିବାକୁ ଚାହୁଁଛି। ଏଥିରେ ଶିକ୍ଷକ ଖୁସି ହୋଇଯାଇଥିଲେ। କହିଥିଲେ ମୁଁ ତୁମ ପାଇଁ ଗର୍ବିତ। ପରେ ସଲମାନ ସେଣ୍ଟ ଜାଭିୟର ସ୍କୁଲରେ ଆଡ୍‌ମିଶନ ନେଇଥିଲେ। କାରଣ ସେଠାକାର ପରିବେଶ ବହୁତ ଭଲ ଥିଲା। ସେତେବେଳେ ଯେଉଁମାନେ ଆର୍ଟସ ନେଉଥିଲେ ଲୋକଙ୍କ ଧାରଣା ଥିଲା ଗଧ ପିଲା। କେବଳ ଟାଇମ୍‌ପାସ ପାଇଁ କଲେଜ ଆସୁଛନ୍ତି। ତେଣୁ ସେ ସାଇନ୍‌ସ ନେଇ ପଢ଼ିଲେ। ଘରକୁ ଆସିବା ପରେ ସମସ୍ତେ ଖୁସି ହୋଇଯାଇଥିଲେ। କାରଣ ଭବିଷ୍ୟତରେ ସେ ଜଣେ ଡାକ୍ତର ହେବେ। କିନ୍ତୁ ସଲମାନଙ୍କ ପିତା ଜାଣିଥିଲେ ତାଙ୍କ ଭିତରେ ଆର୍ଟସର ରୁଚି ରହିଛି। ତେଣୁ ସେ କହିଥିଲେ, ୨ ମାସ ଯଦି ସେ ସାଇନ୍‌ସ ନେଇ ପଢ଼ିବ ତେବେ ସେ ତାଙ୍କ ନାଁ ବଦଳାଇ ଦେବେ ବୋଲି। କିଛି ଦିନ ପରେ ଶିକ୍ଷକ ଫାଦର୍‌ ସଲମାନ୍‌ଙ୍କ ଘରକୁ ଆସିଥିଲେ। ସଲମାନ୍‌ ସାଇନ୍‌ସ ନେଇ ପଢ଼ୁଥିବା ଶିକ୍ଷକ ଫାଦର ଜାଣି ସାରିଥିଲେ। ତେଣୁ ସେଠାରେ ହିଁ ଶିକ୍ଷକ ସଲମାନଙ୍କୁ ଜୋର୍‌ରେ ଗୋଟିଏ ଚାପୁଡ଼ା ପକାଇଥିଲେ, ଯାହା ଆଜି ଯାଏ ତାଙ୍କର ମନେ ଅଛି। ସଲମାନ କୁହନ୍ତି, ଆଜି ମୋ’ ଶିକ୍ଷକ ନାହାନ୍ତି, କିଛି ବର୍ଷ ପୂର୍ବେ ତାଙ୍କର କ୍ୟାନ୍‌ସରରେ ମୃତ୍ୟୁ ଘଟିଛି। ଯାହା ତାଙ୍କୁ ବହୁତ କଷ୍ଟ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିଶୋର କୁମାରଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ: ଶୋକ ପ୍ରକାଶ କଲେ ମମତା

ମୁମ୍ବାଇ,୩।୬: ବଲିଉଡ୍‌ ଜଗତର ଭେଟେରାନ ଗାୟକ କିଶୋର କୁମାରଙ୍କ ପତ୍ନୀ ଓ ଅଭିନେତ୍ରୀ ରୁମା ଗୁହା ଠାକୁରତାଙ୍କ ସୋମବାର ଦେହାନ୍ତ ହୋଇଛି। କୋଲକାତା ସ୍ଥିତ ନିଜର...

ମହେଶ ଭଟ୍ଟଙ୍କ ସହ ଫଟୋକୁ ନେଇ ଟ୍ରୋଲ ହେଉଛନ୍ତି ସୁଶାନ୍ତଙ୍କ କଥିତ ପ୍ରେମିକା ରିଆ

ବମ୍ବେ: ‘ଏମ୍‌ଏସ୍‌ ଧୋନୀ: ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ ଫେମ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି। ହେଲେ ତାଙ୍କର ଆତ୍ମହତ୍ୟା ଅନେକ ପ୍ରଶ୍ନକୁ ଉଦ୍‌ଜୀବିତ...

ମନିଷାଙ୍କ ପ୍ରେମରେ ପାଗଳ ଥିଲେ ନାନା ପାଟେକର; ହେଲେ କରିପାରିଲେନି ବିବାହ

ବମ୍ବେ: ବଲିଉଡ୍‌ରେ ଅନେକ ପ୍ରେମକାହାଣୀ ଶୁଟିଂ ସେଟ୍‌ରୁ ଗଢ଼ି ଉଠିଥିଲେ ହେଁ ପରେ ଭାଙ୍ଗି ଯାଇଛି। ସେଭଳି ଗୋଟିଏ ହେଲା ନାନା ପାଟେକର ଏବଂ ମନିଷା...

ବଚ୍ଚନ ପରିବାରର ଡାର୍କ ସିକ୍ରେଟ: ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମହାମାରୀ କରୋନା ସମୟରେ କଳାକାରଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ...

ପ୍ରଥମ ଦେଖାରେ ଟ୍ବିଙ୍କିଲ୍‌ଙ୍କୁ ପସନ୍ଦ କରିଥିଲେ ଅକ୍ଷୟ

ମୁମ୍ବାଇ,୨୯।୧୨: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ୍‌ ଖାନ୍ନା ମଙ୍ଗଳବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୩ ଡିସେମ୍ବର ୨୯ରେ ସେ ମୁମ୍ବାଇର ଜଶଲୋକ୍‌ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ।...

ନିଜକୁ ବେଙ୍ଗ କହିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ଗମ୍ଭୀର ଅଭିନୟ ପାଇଁ ଜଣାଶୁଣା। ଦର୍ଶକ ତାଙ୍କ ପ୍ରତ୍ୟେକ ଚଳଚ୍ଚିତ୍ରକୁ ପସନ୍ଦ କରନ୍ତି। ନିକଟରେ ଇନ୍‌ଷ୍ଟାଗ୍ରାମରେ ରାଧିକ ଏକ ଫଟୋ...

ସାତଫେରା ନେଲେ ଆଥିଆ-ରାହୁଲ

ମୁମ୍ବାଇ,୨୩।୧: ଦୀର୍ଘଦିନର ସମ୍ପର୍କ ପରେ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର୍‌ କେ.ଏଲ ରାହୁଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା...

ବିଶ୍ୱାସୀ ପ୍ରେମିକ ଖୋଜୁଛନ୍ତି ମାହି ଗିଲ୍‌: ଶୁକ୍ରବାର ରିଲିଜ୍‌ ହେବ ଦବଙ୍ଗ-୩

ମୁମ୍ବାଇ: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ମାହି ଗିଲ୍‌ ଗୁରୁବାର ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ଡିସେମ୍ବର ୧୯ରେ ସେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର...

Advertisement
Archives

Model This Week