ଭଞ୍ଜନଗର,୬।୯(ଡି.ଏନ୍.ଏ.)- ବେସରକାରୀ ଅନୁଦାନ ପ୍ରାପ୍ତ ଏବଂ ଅଣ ଅନୁଦାନପ୍ରାପ୍ତ କଲେଜରେ ୧ ଜୁନ୍ ୨୦୦୮ ଠାରୁ ୩୦ ନଭେମ୍ବର ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଅଧ୍ୟାପକ ଓ କର୍ମଚାରୀ ସଂଘ ଭଞ୍ଜନଗର ଶାଖା ପକ୍ଷରୁ ଗୁରୁବାର ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରାଯାଇଥିଲା। ଏଥିସହ ସଂଘର ସଭ୍ୟାସଭ୍ୟମାନେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ କଳାବ୍ୟାଜ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂଘର ଦାବି ହେଲା ତୁରନ୍ତ ସମସ୍ତ ଅଧ୍ୟାପକ କର୍ମଚାରୀଙ୍କୁ ଜିଆଇ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦିଆଯାଉ। ବିକ୍ଷୋଭ ସମୟରେ ସଂଘର ଜିଲା ସଂଯୋଜିକା ଅଧ୍ୟାପିକା ସସ୍ମିତା ଦାସ, ଅଧ୍ୟାପିକା ସ୍ମରଣିକା ପାଢ଼ୀ, ଅଧ୍ୟାପକ ବୁଦ୍ଧିନାଥ ବେହେରା, କର୍ମଚାରୀ ନିଶାନ୍ତ ଆଦେନୀ, ଅଜିତ ସାହୁ, ବିକ୍ରମ ବେହେରା, କୈଳାସ ଜେନା, ଅଜୟ ମିଶ୍ର, ସୀତାରାମ ପଣ୍ଡା ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ। ଏନେଇ ଜିଲା ସଂଯୋଜିକା ଶ୍ରୀମତୀ ଦାସ ଏଠାରେ କହିଛନ୍ତି ଯେ, ସରକାର କଲେଜ ଗୁଡ଼ିକରେ ଖାଲିଥିବା ପଦବୀ ଗୁଡ଼ିକରେ ନୂଆ ନିଯୁକ୍ତି ଦେଉଛନ୍ତି। ଉଚ୍ଚ ଦରମା ମଧ୍ୟ ସେମାନଙ୍କୁ ପ୍ରଦାନ କରୁଛନ୍ତି। କିନ୍ତୁ ପରିଚାଳନା କମିଟି ଅଧୀନରେ ବହୁବର୍ଷ ଧରି କାର୍ଯ୍ୟ କରୁଥିବା ଅଧ୍ୟାପକ ଓ କର୍ମଚାରୀଙ୍କ କଥା ସରକାର ବିଚାରକୁ ନେଉନାହାନ୍ତି। ଏନେଇ ବିଭିନ୍ନ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ କେବଳ ପ୍ରତିଶ୍ରୁତି ମିଳିଛି। ଯାହାକୁ ନେଇ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ କର୍ମଚାରୀମାନେ ବାଧ୍ୟ ହୋଇ ଗୁରୁଦିବସକୁ କଳାଦିବସ ଭାବେ ପାଳନ କରିବା ସହ କଳାବ୍ୟାଜ ପରିଧାନ କରିଥିଲେ। ଆଗାମୀ ଦିନରେ ସରକାର ଏନେଇ କୌଣସି ବିଚାର ନକଲେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଶ୍ରୀମତୀ ଦାସ ସୂଚନା ଦେଇଛନ୍ତି। ସେହିଭଳି ବିଡ଼ିପୁର କଲେଜରେ ମଧ୍ୟ ଆନ୍ଦୋଳନ ହୋଇଥିବା ଜଣାପଡ଼ିଛି।
Posted inଆମ ଜିଲା ଖବର, ଗଞ୍ଜାମ View All

ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ା ଶିଶୁ କନ୍ୟା ଜନ୍ମ
ଢେଙ୍କାନାଳ ଅଫିସ,୧।୭: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଏକ ଯୋଡା ଶିଶୁ କନ୍ୟା ଜନ୍ମ ହୋଇଛନ୍ତି। ପରଜଙ୍ଗ ଅଞ୍ଚଳର ଜଣେ ମହିଳା ଏହି ଯୋଡା...

ଅଧରପଣା: ପୂର୍ବେ ହେଉଥିଲା ୧୨ ହାଣ୍ଡି
ପୁରୀ ଅଫିସ,୩।୭: ପ୍ରତିବର୍ଷ ହେଉଥିବା ରଥଯାତ୍ରା ଅପେକ୍ଷା ଏଥର ଘୋଷଯାତ୍ରା ସମ୍ପୂର୍ଣ୍ଣ ସ୍ବତନ୍ତ୍ର। ମହାମାରୀ କରୋନାର ବିଭୀଷିକା ମଧ୍ୟରେ ଏଥର ରଥଯାତ୍ରା ହେବ ନା ନାହିଁ...

କୁଶୁନୁପୁରରେ ଅଗ୍ନିକାଣ୍ଡ: ୯ ପରିବାର କ୍ଷତିଗ୍ରସ୍ତ
କଣ୍ଟାପଡା,୬।୧୦(ଡି.ଏନ୍.ଏ.): କଟକ ଜିଲା କଣ୍ଟାପଡ଼ା ତହସିଲ ଅନ୍ତର୍ଗତ ଡିମିରି ପଞ୍ଚାୟତର କୁଶୁନୁପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୯ଟି ପରିବାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,...

ବିଦ୍ୟୁତ ସଂସ୍ପର୍ଶରେ ଆସି ଲାଇନମ୍ୟାନ ଆହତ
ଭଦ୍ରକ ଅଫିସ,୨୬।୧୦: ଭଦ୍ରକ ଚରମ୍ପାରେ ଶନିବାର ସକାଳେ ଜଣେ ଠିକା କର୍ମଚାରୀ ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହୋଇଥିବା ଜଣାପଡ଼ିଛି। ଚରମ୍ପା ନିକଟରେ ଥିବା ଏକ...

କାରରେ ନାବାଳିକାକୁ ବଳାତ୍କାର ଉଦ୍ୟମ ଘଟଣା: ଶ୍ରମ ବିଭାଗ ପକ୍ଷରୁ ଠିକାଦାରଙ୍କୁ ନୋଟିସ୍
କେନ୍ଦୁଝର,୨୦ା୨(ସ୍ବ.ପ୍ର.): କାରରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଘଟଣାରେ ଶ୍ରମ ବିଭାଗ ପକ୍ଷରୁ ଠିକାଦାର ଅକ୍ଷୟ ପଣ୍ଡାଙ୍କୁ ନୋଟିସ୍ କରାଯାଇଛି। ଚିଠି ନଂ. ୪୨୧/୨୦୨୩ରେ ତାଙ୍କ ବିରୋଧରେ...

ଲୋହୁରା, କାମ୍ବାଗୁଡା ସାହିକୁ ନଦୀଜଳ ଭରସା
ଫିରିଙ୍ଗିଆ, ୮ା୬ – କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ପଞ୍ଚାୟତ ଲୋହୁରା ସାହି, କାମ୍ବାଗୁଡା ସାହିର ଲୋକେ ପାନୀୟ ଜଳ ପାଇଁ ହଇରାଣ ହେଉଛନ୍ତି।...

ନାବାଳିକାଙ୍କୁ ଅପହରଣ ଅଭିଯୋଗ
ଫୁଲବାଣୀ ଅଫିସ, ୧୭ା୭: ଖଜୁରିପଡା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଖଜୁରିପଡା ଥାନାରେ ଅଭିଯୋଗ ହୋଇଛି ା ଲାଇନପଡା ଅଞ୍ଚଳର ଜଣେ ଯୁବକ...

ବାବା ଆଖଣ୍ଡଳମଣିଙ୍କୁ ଧନୁମୁଆଁ ସମର୍ପଣ
ଆରଡ଼ି,୧୬।୧୨(ଡି.ଏନ୍.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଧନୁସଂକ୍ରାନ୍ତି ଉପଲକ୍ଷେ ବାବା ଆଖଣ୍ଡଳମଣିଙ୍କୁ ଧନୁମୁଆଁ ସମର୍ପଣ କରାଯାଇଛି ା ସୋମବାର ଭୋର ୪.୩୦ରେ ମନ୍ଦିରରେ ପହୁଡ଼...