ଗୁଣପୁରରେ ପହଞ୍ଚିଲେ ୩୨ କେରଳଫେରନ୍ତା: ୨ ଜଣଙ୍କୁ ଜ୍ୱର

 

ଗୁଣପୁର,୩ା୫(ଡି.ଏନ୍‌.ଏ.): କେରଳରୁ ୩୨ ଜଣ ଶ୍ରମିକ ରବିବାର ରାୟଗଡ଼ା ଜିଲାର ଗୁଣପୁର ଅଞ୍ଚଳକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ଅଞ୍ଚଳର ୬ ଜଣ ରହିଛନ୍ତି। ସମସ୍ତ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଆସି ରବିବାର ସକାଳେ ଗଞ୍ଜାମ ଜିଲାର ଜଗନ୍ନାଥପୁରରେ ପହଞ୍ଚିଥିଲେ। ଗୁଣପୁରରୁ ଯାଇଥିବା ଏକ ବସ୍‌ରେ ଅତିରିକ୍ତ ତହସିଲଦାର ସେମାନଙ୍କୁ ଗୁଣପୁର କଲେଜସ୍ଥିତ ସଙ୍ଗରୋଧ କେନ୍ଦ୍ର ନିକଟକୁ ଆଣିଥିଲେ। ସେଠାରୁ ୬ ଶ୍ରମିକଙ୍କୁ ନବରଙ୍ଗପୁର ପଠାଇ ଦିଆଯାଇଥିଲା। ତେବେ ରାୟଗଡ଼ା ଜିଲାର ୨୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଜ୍ୱର ହେଉଥିବାରୁ ଉଭୟଙ୍କୁ ଗୁଣପୁର ଆଦର୍ଶ ବିଦ୍ୟାଳୟସ୍ଥିତ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ଅନ୍ୟମାନଙ୍କୁ ନିଜ ଅଞ୍ଚଳ ଚନ୍ଦ୍ରପୁର, ପଦ୍ମପୁର, ବିଷମକଟକ, ମୁନିଗୁଡ଼ା, ଗୁଡାରୀସ୍ଥିତ ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ‘ଅମ୍ଫନ୍‌’ର ତାଣ୍ଡବ: ଅପରାହ୍ନରୁ ୧୧୦ କିମି ବେଗରେ ବହୁଛି ପବନ, ଭାଙ୍ଗିଲା କଚ୍ଚାଘର; ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ମହିଳା ମୃତ

ବାଲେଶ୍ୱର ଅଫିସ,୨୦।୫: ବାଲେଶ୍ୱର ଉପକୂଳ ଅତିକ୍ରମ କରୁଛି ବାତ୍ୟା ‘ଅମ୍ଫନ୍‌’। ଫଳରେ ଜିଲାରେ ବୁଧବାର ଅପରାହ୍ନରୁ ପବନର ବେଗ ବଢ଼ିବାରେ ଲାଗିଛି। ଖବର ଲେଖାଯିବା ବେଳେ...

କେନ୍ଦ୍ରୀୟ ରିଜର୍ଭ ପୋଲିସ ୬୪ ବାଟାଲିୟନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ

ମୋହନଗିରି,୨୮।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରିଠାରେ ଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ୬୪ ବାଟାଲିୟନ ପକ୍ଷରୁ ବୁଧବାର ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ...

୫-ଟି ରୂପାନ୍ତରିତ ବିଦ୍ୟାଳୟ କମ୍ପ୍ୟୁଟର ଲାବ୍‌ରେ ନିଆଁ

ଚମ୍ପୁଆ,୭ା୫(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକର ୫-ଟି ରୂପାନ୍ତରିତ କୋଦଗାଡ଼ିଆ ଉଚ୍ଚ ବିଦ୍ୟାଳୟର କମ୍ପ୍ୟୁଟର ଲାବ୍‌ରେ ଶୁକ୍ରବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ପ୍ରାୟ...

୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ନଗଦ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ: ଜଣେ ଅଟକ

ବାଲେଶ୍ୱର ଅଫିସ, ୨୧।୧୧: ବାଲେଶ୍ୱର ସହରସ୍ଥିତ ଅଡ଼ର ବଜାରରୁ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ଜବତ ହୋଇଛି...

ବସ୍‌ର କାଚ ଭାଙ୍ଗି ଜେଲ୍‌ ଗଲେ ଦୁଇ ଯୁବକ

ଭବାନୀପାଟଣା,୨୫।୧(ଡି.ଏନ୍‌.ଏ.) : ଏକ ଘରୋଇ ବସ୍‌ର କାଚ ଭାଙ୍ଗିବା ଅଭିଯୋଗରେ ଟାଉନ ଥାନା ପୋଲିସ କଳାହାଣ୍ଡି ଜିଲା ଭବାନୀପାଟଣାର ୨ ଯୁବକଙ୍କୁ ଗିରଫ କରି ଶୁକ୍ରବାର...

କନିକା ପ୍ରଜାମେଳିର ପୁନରାବୃତ୍ତି

କେନ୍ଦ୍ରାପଡ଼ା ଅଫିସ,୧୩।୮: କନିକା ରାଜାଙ୍କର ୬୪ ପ୍ରକାର କରକୁ ପ୍ରଜା ବହନ କରୁଥିଲେ। ଏହା ବିରୋଧରେ ୧୯୨୨ରେ ପ୍ରଜାମେଳି ହୋଇଥିଲା। ରାଜାସାହେବ ପ୍ରଜାଙ୍କ ଦମନଲୀଳା ପାଇଁ...

୪୪୧ ପ୍ରାର୍ଥତ୍ପତ୍ର ନାକଚ

ଭଦ୍ରକ ଅଫିସ, ୨୪।୧: ଭଦ୍ରକ ଜିଲାରେ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ମୋଟ ୧୦,୦୧୪ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୪୪୧ ପ୍ରାର୍ଥତ୍ପତ୍ର...

ପିଲାଙ୍କୁ ଆଣ୍ଠେଇ ଫଟୋ ପାଇଁ ପୋଜ୍‌ ଦେଲେ ମାତାଲ ଶିକ୍ଷକ

କାଳିଆପାଣି,୫।୧୨(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବୁ ପଞ୍ଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟରେ ଜଣେ ମାତାଲ ଶିକ୍ଷକଙ୍କ କାରନାମା ଦେଖିବାକୁ ମିଳିଛି। ଶିକ୍ଷକ ଜଣଙ୍କ...

Advertisement
Archives

Model This Week