ବ୍ରହ୍ମପୁର ଅଫିସ,୧୫ା୧୧- ଗୁଟ୍ଖା ଓ ନିକୋଟିନଯୁକ୍ତ ତମାଖୁ ବ୍ୟବହାର, ବିପଣନ ଆଦି ଉପରେ ରାଜ୍ୟ ସରକାର ନିଷେଧାଦେଶ ଜାରି କରିବାର ପ୍ରାୟ ୭ ବର୍ଷ ହୋଇଗଲାଣି। ଏବେସୁଦ୍ଧା ଗୁଟ୍ଖା ବଜାରରେ ଖୋଲାଖୋଲି ଉପଲବ୍ଧ ହେଉଛି। ଏହାକୁ ରୋକିବାକୁ ଯେପରି କେହି ଉଦ୍ୟମ କରୁନାହାନ୍ତି। ଆମ ରାଜ୍ୟରେ ମୁଖଗହ୍ବର କର୍କଟ ରୋଗ ସମେତ ବହୁ ମାରାତ୍ମକ ବ୍ୟାଧି ଗୁଟ୍ଖା ସେବନ ଯୋଗୁ ବଢୁଥିବାରୁ ଏହାକୁ ତମାଖୁ ମୁକ୍ତ ରାଜ୍ୟ କରିବା ଉଦ୍ଦେଶ୍ୟରେ ସେତେବେଳେ ନିଷେଧ୍ୟାଦେଶ ଜାରି କରାଯାଇଥିଲା। ପୂର୍ବରୁ ଗୁଟ୍ଖା ପ୍ରସ୍ତୁତି ଓ ବିକ୍ରି ଉପରେ ସରକାର ଟିକସ ଧାର୍ଯ୍ୟ କରିଥିଲେ। ହେଲେ ୨୦୧୩ ଜାନୁୟାରୀରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲେ। ଏଥିରେ ଗୁଟ୍ଖା ଓ ନିକୋଟିନଯୁକ୍ତ ପାନମସଲା ପ୍ରସ୍ତୁତି, ବିକ୍ରୟ, ବିପଣନ ଓ ସେବନ ଉପରେ କଟକଣା ଥିଲା। ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ସ (ପ୍ରୋହିବିଶନ ଆଣ୍ଡ ରେଜିଷ୍ଟ୍ରେସନ ଅନ ସେଲ୍ସ) ରେଗୁଲେଶନ ଆଧାରରେ ସରକାର ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏଭଳି ଆଇନ ଲାଗୁ କରିଥିଲେ। ଗୋଟିଏ ପଟେ ରାଜ୍ୟ ସରକାର ଏ ବାବଦରେ ପାଉଥିବା କୋଟି କୋଟି ଟଙ୍କାର ଟିକସ ହରାଇଥିଲେ। ଅନ୍ୟପଟେ ଆଶା କରାଯାଉଥିଲା ଗୁଟ୍ଖା ପ୍ରସ୍ତୁତି ଓ ବିକ୍ରି ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ। ହେଲେ ଏବେ ବ୍ରହ୍ମପୁର ଓ ଏହାର ସହରତଳି ଅଞ୍ଚଳରେ ବେଆଇନ ଭାବେ ଗୁଟ୍ଖା ପ୍ରସ୍ତୁତି ହୋଇ ଜିଲା ତଥା ଅନ୍ୟ ରାଜ୍ୟକୁ ଏହା ବିକ୍ରି ପାଇଁ ଚାଲାଣ ହେଉଥିବା ନଜିର ରହିଛି। ନିକଟରେ ବ୍ରହ୍ମପୁର ରେଳଷ୍ଟେଶନରୁ ସରକାରୀ ରେଳବାଇ ପୋଲିସ ବିପୁଳ ପରିମାଣର ଗୁଟ୍ଖା ଜବତ କରିଥିଲା। ଏପରିକି ବିଗତ ଦିନଗୁଡିକରେ ବଡବଜାର, ଗୋଷାଣୀନୂଆଗଁା ବୈଦ୍ୟନାଥପୁର ପୋଲିସ ଓ ସଦରଥାନା ପକ୍ଷରୁ କୋଟି କୋଟି ଟଙ୍କାର ଗୁଟ୍ଖା ଜବତ ହେବା ସହ ବହୁ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ସତ୍ତ୍ବେ ମଧ୍ୟ ଏବେ ଜିଲାରେ ଅବାଧରେ ଗୁଟ୍ଖା ବିକ୍ରି ଚାଲିଛି। ଅନ୍ୟପଟେ ଜିଲାରେ ପ୍ରାୟ ୨ ବର୍ଷ ହେଲା ସ୍ଥାୟୀ ଜିଲା ଖାଦ୍ୟ ନିରାପତ୍ତା ଅଧିକାରୀ ନାହାନ୍ତି। ସେପଟେ ବେଳେ ବେଳେ ପୋଲିସ ଗୁଟ୍ଖା ପ୍ରସ୍ତୁତି କାରଖାନାରେ ଚଢାଉ କରି ତାଙ୍କ କାମ ସାରି ଚୁପ୍ ହୋଇ ରହୁଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ କୁମାର ପାଣିଗ୍ରାହୀ କୁହନ୍ତି, ଜିଲାରେ ୨୦୧୮ରୁ ସ୍ଥାୟୀ ଖାଦ୍ୟ ନିରାପତ୍ତା ଅଧିକାରୀ ନାହାନ୍ତି। ଏ ନେଇ ଆମେ ରାଜ୍ୟ ସରକାରଙ୍କୁ ୩/୪ ଥର ଚିଠି ଲେଖିଛୁ। ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ କିଛିଦିନ ହେଲା ଗଜପତି ଜିଲାରେ ଥିବା ଖାଦ୍ୟ ନିରାପତ୍ତା ଅଧିକାରୀ ସ୍ମିତା ଖାଡ଼ଙ୍ଗାଙ୍କୁ ଗଞ୍ଜାମ ଜିଲା ଅସ୍ଥାୟୀ ଖାଦ୍ୟ ନିରାପତ୍ତା ଅଧିକାରୀ ଭାବେ ନିଯୁକ୍ତି ମିଳିଛି ବୋଲି ସିଡ଼ିଏମ୍ଓ ପାଣିଗ୍ରାହୀ କହିଛନ୍ତି। ବ୍ରହ୍ମପୁର ଏସ୍ଡ଼ିପିଓ ବିଷ୍ଣୁପ୍ରସାଦ ପତି କହିଛନ୍ତି, ପୋଲିସ ଗୁଟ୍ଖା ବେପାରୀଙ୍କ ଉପରେ ତୀକ୍ଷ୍ମ ନଜର ରଖିଛି। ଖବର ପାଇବା ମାତ୍ରେ ସେଠାରେ ଚଢାଉ ସହ ଗୁଟ୍ଖା ଜବତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଗୁଟ୍ଖା ନିଷେଧ ଆଇନ ଧର୍ମକୁ ଆଖିଠାର: ଗଜପତି ଖାଦ୍ୟ ନିରାପତ୍ତା ଅଧିକାରୀ ଗଞ୍ଜାମ ଦାୟିତ୍ୱରେ
Posted inଆମ ଜିଲା ଖବର, ଗଞ୍ଜାମ View All

ଦୁର୍ଘଟଣା ରୋକିବା ପାଇଁ ନୂଆ ପ୍ରୟାସ, ଜାତୀୟ ରାଜପଥ କଡ଼ରେ ଲୋକଙ୍କ ପୂଜାର୍ଚ୍ଚନା
ବ୍ରହ୍ମପୁର ଅଫିସ,୩୧ା୧- ସଡକ ଦୁର୍ଘଟଣା ଜନିତ ମୃତ୍ୟୁହାର କମାଇବା ପାଇଁ ସରକାର ଅନେକ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ଏପରିକି ଦ୍ରୁତ ଗାଡି ଚାଳକଙ୍କୁ ସାବାଡ଼ କରିବା...

ନଗଡ଼ାରେ ରାଜ୍ୟ ଖଦିବୋର୍ଡ ସଚିବ: ଜୁଆଙ୍ଗଙ୍କୁ ଅଧିକ ରୋଜଗାରକ୍ଷମ କରିବା ଉପରେ ଗୁରୁତ୍ୱ
କାଳିଆପାଣି,୨୯ା୧୧(ଡି.ଏନ୍.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ାରେ ଗୁରୁବାର ରାଜ୍ୟ ଖଦିବୋର୍ଡ଼ ସଚିବ ସରୋଜ ପଟେଲ ଗସ୍ତକରି ଜୁଆଙ୍ଗ ଜନଜାତିଙ୍କ ଜୀବନଜୀବିକା ପରିବର୍ତ୍ତନ ସମ୍ପର୍କରେ...

ସର୍ବଭାରତୀୟ ହିନ୍ଦୀ ନାଟକ ପ୍ରତିଯୋଗିତା: ‘କଳାପରିଷଦ’ ହାତେଇଲା ୧୬ ପୁରସ୍କାର
ଢେଙ୍କାନାଳ ଅଫିସ, ୧୮।୧୧: ପୁଣିଥରେ ସର୍ବଭାରତୀୟ ନାଟକ ପ୍ରତିଯୋଗିତାରେ ଚମକିଛନ୍ତି ଢେଙ୍କାନାଳ ଜିଲାର କଳାକାର। ଉତ୍ତରପ୍ରଦେଶ ଆଗ୍ରାସ୍ଥିତ ସଂସ୍କାର ଭାରତୀ ନାଟ୍ୟାନୁଷ୍ଠାନର ନାଟ୍ୟକେନ୍ଦ୍ର ପରିସରରେ ୬ଦିନ ଧରି...

ଖାଦ୍ୟରେ ବିଛା ବାହାରିବା ଘଟଣା: ଅଙ୍ଗନୱାଡ଼ି କର୍ମୀ, ସହାୟିକାଙ୍କୁ କାରଣ ଦର୍ଶାଅ ନୋଟିସ
ଭୋଗରାଇ, ୧୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ମନ୍ଦାରସାହି ପଞ୍ଚାୟତ ହରିପୁର ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଦିଆଯାଉଥିବା ଭାତରେ ମଲା ବିଛା ବାହାରିଥିବା ଅଭିଯୋଗ...

ମୁମ୍ବାଇରୁ ଆସିଲା ୧୭ ପ୍ୟାକେଟ୍ ରୁପା ଚାଦର
ପୁରୀ ଅଫିସ,୧୦ା୭: ଶ୍ରୀମନ୍ଦିରର ୮ ଦ୍ୱାରକୁ ରୁପା ଛାଉଣି କରାଯିବ। ଏଥିପାଇଁ ନୀଳାଦ୍ରି ଭକ୍ତନିବାସରେ ପ୍ରାଥମିକ ପର୍ଯ୍ୟାୟରେ ୩ ଦ୍ୱାରର କାର୍ଯ୍ୟ ଆରମ୍ଭ ହୋଇଛି। ଜୟବିଜୟ,...

ଶାରୀରିକ ଅସୁସ୍ଥତା ସହି ନ ପାରି ବୃଦ୍ଧାଙ୍କ ଆତ୍ମହତ୍ୟା ଉଦ୍ୟମ
ଅନୁଗୋଳ ଅଫିସ,୪।୬: ଅନୁଗୋଳ ଜିଲା ହୁଲୁରସିଂହା ପୁରୁଣା ପୋଲ ଉପରୁ ଡେଇଁ ମଙ୍ଗଳବାର ଜଣେ ବୃଦ୍ଧା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ନୟନୀ ବେହେରା...

ଏଡିଏମ୍ଓଙ୍କୁ ନିଲମ୍ବନର ଅଭିନବ ପ୍ରତିବାଦ : ପୋଷାକରେ ପ୍ଲିଜ ସସ୍ପେଣ୍ଡ ମି ବ୍ୟାଜ୍ ଲଗାଇଲେ କାର୍ଯ୍ୟରତ ଡାକ୍ତର
ବରଗଡ଼ ଅଫିସ,୨୬।୧୦: ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଆସିଥିବା ୨୭ଜଣ ମହିଳାଙ୍କୁ ନିଶ୍ଚେତକ ଇଞ୍ଜେକସନ ଦେଇ ସେମାନଙ୍କୁ ବିନା ଅସ୍ତ୍ରୋପଚାରରେ...

୯୭ ଖଣିରେ ୧୪୪ ଧାରା ଜାରି କଲା ପ୍ରଶାସନ
ଖଇରା, ୯।୧୧(ଡି.ଏନ.ଏ.)-ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ନାଲି ଆଖି ପରେ ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶରୀଶୁଆ ପାହାଡରେ ଶୁକ୍ରବାର ପ୍ରଶାସନ ପକ୍ଷରୁ ୯୭ଟି ଖଣି...