ଗୁଟ୍‌ଖା ନିଷେଧ ଆଇନ ଧର୍ମକୁ ଆଖିଠାର: ଗଜପତି ଖାଦ୍ୟ ନିରାପତ୍ତା ଅଧିକାରୀ ଗଞ୍ଜାମ ଦାୟିତ୍ୱରେ

ବ୍ରହ୍ମପୁର ଅଫିସ,୧୫ା୧୧- ଗୁଟ୍‌ଖା ଓ ନିକୋଟିନଯୁକ୍ତ ତମାଖୁ ବ୍ୟବହାର, ବିପଣନ ଆଦି ଉପରେ ରାଜ୍ୟ ସରକାର ନିଷେଧାଦେଶ ଜାରି କରିବାର ପ୍ରାୟ ୭ ବର୍ଷ ହୋଇଗଲାଣି। ଏବେସୁଦ୍ଧା ଗୁଟ୍‌ଖା ବଜାରରେ ଖୋଲାଖୋଲି ଉପଲବ୍ଧ ହେଉଛି। ଏହାକୁ ରୋକିବାକୁ ଯେପରି କେହି ଉଦ୍ୟମ କରୁନାହାନ୍ତି। ଆମ ରାଜ୍ୟରେ ମୁଖଗହ୍ବର କର୍କଟ ରୋଗ ସମେତ ବହୁ ମାରାତ୍ମକ ବ୍ୟାଧି ଗୁଟ୍‌ଖା ସେବନ ଯୋଗୁ ବଢୁଥିବାରୁ ଏହାକୁ ତମାଖୁ ମୁକ୍ତ ରାଜ୍ୟ କରିବା ଉଦ୍ଦେଶ୍ୟରେ ସେତେବେଳେ ନିଷେଧ୍ୟାଦେଶ ଜାରି କରାଯାଇଥିଲା। ପୂର୍ବରୁ ଗୁଟ୍‌ଖା ପ୍ରସ୍ତୁତି ଓ ବିକ୍ରି ଉପରେ ସରକାର ଟିକସ ଧାର୍ଯ୍ୟ କରିଥିଲେ। ହେଲେ ୨୦୧୩ ଜାନୁୟାରୀରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲେ। ଏଥିରେ ଗୁଟ୍‌ଖା ଓ ନିକୋଟିନଯୁକ୍ତ ପାନମସଲା ପ୍ରସ୍ତୁତି, ବିକ୍ରୟ, ବିପଣନ ଓ ସେବନ ଉପରେ କଟକଣା ଥିଲା। ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ସ (ପ୍ରୋହିବିଶନ ଆଣ୍ଡ ରେଜିଷ୍ଟ୍ରେସନ ଅନ ସେଲ୍ସ) ରେଗୁଲେଶନ ଆଧାରରେ ସରକାର ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏଭଳି ଆଇନ ଲାଗୁ କରିଥିଲେ। ଗୋଟିଏ ପଟେ ରାଜ୍ୟ ସରକାର ଏ ବାବଦରେ ପାଉଥିବା କୋଟି କୋଟି ଟଙ୍କାର ଟିକସ ହରାଇଥିଲେ। ଅନ୍ୟପଟେ ଆଶା କରାଯାଉଥିଲା ଗୁଟ୍‌ଖା ପ୍ରସ୍ତୁତି ଓ ବିକ୍ରି ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ। ହେଲେ ଏବେ ବ୍ରହ୍ମପୁର ଓ ଏହାର ସହରତଳି ଅଞ୍ଚଳରେ ବେଆଇନ ଭାବେ ଗୁଟ୍‌ଖା ପ୍ରସ୍ତୁତି ହୋଇ ଜିଲା ତଥା ଅନ୍ୟ ରାଜ୍ୟକୁ ଏହା ବିକ୍ରି ପାଇଁ ଚାଲାଣ ହେଉଥିବା ନଜିର ରହିଛି। ନିକଟରେ ବ୍ରହ୍ମପୁର ରେଳଷ୍ଟେଶନରୁ ସରକାରୀ ରେଳବାଇ ପୋଲିସ ବିପୁଳ ପରିମାଣର ଗୁଟ୍‌ଖା ଜବତ କରିଥିଲା। ଏପରିକି ବିଗତ ଦିନଗୁଡିକରେ ବଡବଜାର, ଗୋଷାଣୀନୂଆଗଁା ବୈଦ୍ୟନାଥପୁର ପୋଲିସ ଓ ସଦରଥାନା ପକ୍ଷରୁ କୋଟି କୋଟି ଟଙ୍କାର ଗୁଟ୍‌ଖା ଜବତ ହେବା ସହ ବହୁ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ସତ୍ତ୍ବେ ମଧ୍ୟ ଏବେ ଜିଲାରେ ଅବାଧରେ ଗୁଟ୍‌ଖା ବିକ୍ରି ଚାଲିଛି। ଅନ୍ୟପଟେ ଜିଲାରେ ପ୍ରାୟ ୨ ବର୍ଷ ହେଲା ସ୍ଥାୟୀ ଜିଲା ଖାଦ୍ୟ ନିରାପତ୍ତା ଅଧିକାରୀ ନାହାନ୍ତି। ସେପଟେ ବେଳେ ବେଳେ ପୋଲିସ ଗୁଟ୍‌ଖା ପ୍ରସ୍ତୁତି କାରଖାନାରେ ଚଢାଉ କରି ତାଙ୍କ କାମ ସାରି ଚୁପ୍‌ ହୋଇ ରହୁଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ କୁମାର ପାଣିଗ୍ରାହୀ କୁହନ୍ତି, ଜିଲାରେ ୨୦୧୮ରୁ ସ୍ଥାୟୀ ଖାଦ୍ୟ ନିରାପତ୍ତା ଅଧିକାରୀ ନାହାନ୍ତି। ଏ ନେଇ ଆମେ ରାଜ୍ୟ ସରକାରଙ୍କୁ ୩/୪ ଥର ଚିଠି ଲେଖିଛୁ। ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ କିଛିଦିନ ହେଲା ଗଜପତି ଜିଲାରେ ଥିବା ଖାଦ୍ୟ ନିରାପତ୍ତା ଅଧିକାରୀ ସ୍ମିତା ଖାଡ଼ଙ୍ଗାଙ୍କୁ ଗଞ୍ଜାମ ଜିଲା ଅସ୍ଥାୟୀ ଖାଦ୍ୟ ନିରାପତ୍ତା ଅଧିକାରୀ ଭାବେ ନିଯୁକ୍ତି ମିଳିଛି ବୋଲି ସିଡ଼ିଏମ୍‌ଓ ପାଣିଗ୍ରାହୀ କହିଛନ୍ତି। ବ୍ରହ୍ମପୁର ଏସ୍‌ଡ଼ିପିଓ ବିଷ୍ଣୁପ୍ରସାଦ ପତି କହିଛନ୍ତି, ପୋଲିସ ଗୁଟ୍‌ଖା ବେପାରୀଙ୍କ ଉପରେ ତୀକ୍ଷ୍ମ ନଜର ରଖିଛି। ଖବର ପାଇବା ମାତ୍ରେ ସେଠାରେ ଚଢାଉ ସହ ଗୁଟ୍‌ଖା ଜବତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri