ଗାନ୍ଧୀବାଦର ମୂଲ୍ୟ ସମସ୍ୟାର ସମାଧାନ: ରାଧା ଭଟ୍ଟ

ବାଲେଶ୍ୱର ଅଫିସ, ୨।୧୧-ସାମ୍ପ୍ରତିକ ସାମାଜିକ ଏବଂ ଅର୍ଥନୈତିକ ସମସ୍ୟାର ସମାଧାନ ଗାନ୍ଧୀବାଦ ମଧ୍ୟରେ ନିହିତ ରହିଛି। ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଆୟୋଜିତ ଏକ ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୋବେଲ୍‌ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଥିବା ରାଧା ଭଟ୍ଟ ମତବ୍ୟକ୍ତ କରିଛନ୍ତି। ମହାମତ୍ା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ଶାଖା ପକ୍ଷରୁ ଆୟୋଜିତ ଏହି ସଭାରେ ସେ ଗାନ୍ଧୀବାଦର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ଏପରିକି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାରେ ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶ ଅନୁକରଣୀୟ ବୋଲି କହିଥିଲେ। ପାଶ୍ଚାତ୍ୟ ସଭ୍ୟତା ଯଥା ଡେନ୍‌ମାର୍କ ଏବଂ ମେକ୍ସିକୋ ସହ ଭାରତର ଏକ ତୁଳନାମତ୍କ ଅଭିଭାଷଣ ଦେଇ ବିଶ୍ୱଶାନ୍ତି କ୍ଷେତ୍ରରେ ଗାନ୍ଧିଜୀଙ୍କ ଭୂମିକା ସମ୍ପର୍କରେ ଚର୍ଚ୍ଚା କରିବା ସହ ଗାନ୍ଧୀବାଦର ମୂଲ୍ୟ ଆମ ସମସ୍ୟାର ସମାଧାନ ବୋଲି ଉଲ୍ଲେଖ କରିଥିଲେ।
ଫକୀରମୋହନ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡ. ସିପ୍ରା ସାଗରିକା ସଭା ପରିଚାଳନା କରିଥିଲେ। କୁଳପତି ପ୍ରଫେସର ମଧୁମିତା ଦାସ ଏଥିରେ ବକ୍ତବ୍ୟ ରଖି ଯୁବସମାଜ ଗାନ୍ଧୀବାଦର ପ୍ରାଧାନ୍ୟ ସମ୍ପର୍କରେ ସଚେତନ ରହିବା ଉଚିତ୍‌ ବୋଲି କହିଥିଲେ। ଗାନ୍ଧିଜୀଙ୍କ ନୀତି ଅନୁଯାୟୀ ଶ୍ରେଣୀ ସମସ୍ୟାର ସମାଧାନ ସମ୍ଭବ ବୋଲି ଦର୍ଶାଇଥିଲେ। ସର୍ବୋଦୟ ମଣ୍ଡଳର ପୂର୍ବତନ ସଂଯୋଜକ ଆଦିତ୍ୟ ପଟ୍ଟନାୟକ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ଦକ୍ଷିଣଆଫ୍ରିକାରେ ଗାନ୍ଧିଜୀଙ୍କ ଆଦର୍ଶ ଓ କାର୍ଯ୍ୟ କିଭଳି ପ୍ରତିଫଳିତ ହୋଇଥିଲା ତାହା ବର୍ଣ୍ଣନା କରିଥିଲେ। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)ର ସମ୍ପାଦିକା ମମତା ମହାପାତ୍ର, ଜିଲା ସଭାପତି ତଥା ଆଇନ୍‌ଜୀବୀ ପ୍ରଭାକର ସାହୁ, ସାଧାରଣ ସମ୍ପାଦକ ରମାକାନ୍ତ ମଣ୍ଡଳ, ସର୍ବୋଦୟ ମଣ୍ଡଳ କର୍ମୀ ଇନ୍ଦୁମତି ସାହୁ ଓ ମାଳତୀ ପାତ୍ର ପ୍ରମୁଖ ସଭାରେ ଯୋଗଦେଇଥିଲେ। ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ, ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ଶେଷରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ. ରାମକୃଷ୍ଣ ପ୍ର୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗହରା ନାବିକଙ୍କ ଲୋମଟାଙ୍କୁରା କାହାଣୀ: ଆଉ କେବେ ସମୁଦ୍ରକୁ ଯିବିନାହିଁ’

ଅଗଷ୍ଟ ୨୮ ତାରିଖ। ଛୋଟ ବୋଟ୍‌ (ସ୍ଥାନୀୟ ଭାଷାରେ ଟାପା)ରେ ରାଶନ ସାମଗ୍ରୀ ସହ ଏକ ନୂଆ ସ୍କୁଟି ଲଦି ପୋର୍ଟବ୍ଲେୟାରରୁ ବାହାରିଥିଲେ ନାବିକ ଅମ୍ରିତ...

ଚିନ୍ତା ବଢାଇଲାଣି କରୋନା, ହୁ ହୁ ହୋଇ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୭୦୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦୭ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ଲାଞ୍ଚ ନେଇ ଧରାପଡ଼ିଲେ ଜୁନିୟର ଇଞ୍ଜିନିୟର

କେନ୍ଦୁଝର/ପାଟଣା, ୨୨।୭ (ଡି.ଏନ୍‌.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର ଜୁନିୟର ଇଞ୍ଜିନିୟର ବିଭୂତି ଭୂଷଣ ପ୍ରଧାନ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।...

ଆରମ୍ଭରୁ ଅବ୍ୟବସ୍ଥା

ଭୁବନେଶ୍ୱର,୧୭।୩ (ବ୍ୟୁରୋ): ରାଜ୍ୟରେ କରୋନା ମୁକାବିଲା ପାଇଁ ୨ଶହ କୋଟିର ବ୍ୟୟବରାଦ ରହିଛି। ଚିକିତ୍ସା, ସଚେତନତାଠାରୁ ଆରମ୍ଭ କରି ବ୍ୟାପକ ବ୍ୟବସ୍ଥା କରାଯାଉଥିବା କୁହାଯାଉଛି। ଘନଘନ ନିର୍ଦ୍ଦେଶନାମା...

‘ଗଣିତ କଳିକା’ କାର୍ଯ୍ୟକ୍ରମ ଆଉ ୨୮ଜିଲାକୁ ସମ୍ପ୍ରସାରିତ ହେବ: ଗଣଶିକ୍ଷା ବିଭାଗ ଓ ଅକ୍ଷରା ଫାଉଣ୍ଡେଶନ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ଭୁବନେଶ୍ୱର, ୧୨ା୭(ବ୍ୟୁରୋ):  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅକ୍ଷରା ଫାଉଣ୍ଡେଶନ ସହଯୋଗରେ ‘ଗଣିତ କଳିକା’ କାର୍ଯ୍ୟକ୍ରମ ଆଉ ୨୮ଜିଲାକୁ ସମ୍ପ୍ରସାରିତ ହେବ। ରାଜ୍ୟର ପ୍ରାଥମିକ...

ଆଜିଠୁ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର, ୧୯ା୪(ବ୍ୟୁରୋ): ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ସୋମବାରଠାରୁ ବନ୍ଦ ରହିବ। କଲେଜ ଓ ବିଶ୍ୱବିଦ୍ୟାଳୟକୁ ଛାତ୍ରୀଛାତ୍ରଙ୍କ ପାଇଁ ବନ୍ଦ ଘୋଷଣା କରାଯାଇଥିବାବେଳେ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।...

ଜେଲରୁ ମୁକୁଳିଲେ ଗର୍ଭବତୀ: ସହଯୋଗର ହାତ ବଢ଼ାଇଲେ ଉପକାରାଗାର ମୁଖ୍ୟ

ଚମ୍ପୁଆ,୨।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ଉପକାରାଗାରରେ ରହୁଥିବା ଝାଡଖଣ୍ଡ ଜୟନ୍ତୀଗଡ ଅଞ୍ଚଳର ଆଦିତ୍ୟ ସିର୍କା ନାମ୍ନୀ ଜଣେ ୮ ମାସର ଗର୍ଭବତୀ ମହିଳାଙ୍କୁ ଶନିବାର ଜାମିନ୍‌ରେ...

ଆଜି ରାଜ୍ୟରେ ୫୯୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୬।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୮୦ ଜଣ...

Advertisement
Archives

Model This Week