ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ଦୁଇ ଛାତ୍ର

ବୌଦ୍ଧ,୩୧ା୫(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ମହାନଦୀର କୁଶାସିଙ୍ଗା ଘାଟରେ ଗାଧୋଇବା ବେଳେ ଦୁଇ ଛାତ୍ରଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ହରଭଙ୍ଗା ବ୍ଲକ ଅରଖପଦର ଗ୍ରାମର ୫ ଜଣ ପିଲା ଗାଧୋଇବା ପାଇଁ କୁଶାସିଙ୍ଗା ଘାଟକୁ ରବିବାର ପୂର୍ବାହ୍ନରେ ଯାଇଥିଲେ। ଗାଧୋଇବା ସମୟରେ ମହାନଦୀ ପାଣିର ଭଉଁରୀରେ ନକୁଳ ପ୍ରଧାନଙ୍କ ୧୦ମ ଶ୍ରେଣୀରେ ପଢୁଥିବା ପୁଅ ତୋଫାନ ଓ ଶରତ ପ୍ରଧାନଙ୍କ ଯୁକ୍ତ ତିନିରେ ପଢୁଥିବା ପୁଅ ଆଶିଷ ଭଉଁରୀରେ ପଡ଼ିଯାଇଥିଲେ। ସେମାନେ ପାଣିରୁ ନ ବାହାରିବାରୁ ଅନ୍ୟ ପିଲାମାନେ ଗାଁରେ ଆସି ଖବର ଦେଇଥିଲେ। ଗ୍ରାମବାସୀ ଘଟଣାସ୍ଥଳକୁ ଯିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚିବା ବେଳକୁ ଗ୍ରାମବାସୀ ଦୁଇ ଛାତ୍ରଙ୍କୁ ଉଦ୍ଧାର କରିସାରିଥିଲେ। ଗ୍ରାମବାସୀ ଦୁଇଜଣଙ୍କୁ ହରଭଙ୍ଗା ଡାକ୍ତରଖାନା ନେଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ହରଭଙ୍ଗା ପୋଲିସ ପହଞ୍ଚି ମୃତଦେହ ଦୁଇଟି ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଳିତମାନଙ୍କ ଉପରେ ବାରମ୍ବାର ଆକ୍ରମଣର ପ୍ରତିବାଦ: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଭାଜପା

ଛତ୍ରପୁର,୧୨ା୮(ଡି.ଏନ୍‌.ଏ.): ବିଜେଡି ନେତା ଓ କର୍ମୀମାନଙ୍କ ଦ୍ୱାରା ଦଳିତମାନଙ୍କ ଉପରେ ବାରମ୍ବାର ଆକ୍ରମଣ, ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ରହିବା ନେଇ ରାଜ୍ୟ ଭାଜପା ଅନୁସୂଚିତ ମୋର୍ଚ୍ଚା...

ଭୋଟ ବର୍ଜନ ନିଷ୍ପତ୍ତି

ଛେଣ୍ଡିପଦା,୧୪।୧୨(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବରପଦା ପଞ୍ଚାୟତ ଗୋପୀବଲ୍ଲଭପୁର ମୌଜା କୋଇଲା ଖଣି ଅଞ୍ଚଳ ହୋଇଥିବାରୁ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଏଠାରେ କାର୍ଯ୍ୟକାରୀ ହେଉ...

କାମ ଦେବା ନାଁରେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ

ଗଞ୍ଜାମ,୨୬ା୫(ଡି.ଏନ.ଏ.)-ଗଞ୍ଜାମ ଥାନା ଅଞ୍ଚଳରେ କାମ ଦେବା ନାଁରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ନେଇ ଶନିବାର ଥାନାରେ ଅଭିଯୋଗ ହୋଇଛି। ଏତଲାକୁ ଭିତ୍ତିକରି ଗଞ୍ଜାମ...

୧୬ ଖଣ୍ଡ ଭୋଟ୍‌ ପାଇ ଜିତିଲେ ରାଜଲକ୍ଷ୍ମୀ

କେସିଙ୍ଗା,୨୩।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ ବୁଧବାର ଶେଷ ହୋଇଛି। ଏଥିରେ ଦେଓଗାଁ ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ରାଜଲକ୍ଷ୍ମୀ ପଟ୍ଟନାୟକ ଓ...

ମାର୍ଚ୍ଚ ୧ରୁ ମୋଟର ଯାନ ଆଇନ କଡ଼ାକଡ଼ି: ୭୦ ପ୍ରତିଶତ ପୋଲିସ କର୍ମଚାରୀ କରିବେ ଯାଞ୍ଚ

ଭୁବନେଶ୍ୱର ,୨୭।୨(ବ୍ୟୁରୋ): ମାର୍ଚ୍ଚ ୧ ତାରିଖରୁ ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ପାଳନ କରାଯିବ। ପୂର୍ବରୁ ଦିଆଯାଇଥିବା ୬ ମାସର ସମୟ ପୂରିଯାଇଥିବା ବେଳେ...

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ

ଯାଜପୁର ଟାଉନ,୭|୯(ଡିଏନଏ)- ବଡଚଣା ଥାନା କୋଲାସିଂ ଗ୍ରାମର ଜଣେ ନାବାଳିକା (୧୪)ଙ୍କୁ ସେହି ଗ୍ରାମର ନିହାରକାନ୍ତ ଓଝା ନାମକ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା।...

ଏସ୍‌ପି ଅଫିସ ଘେରାଉ କଲା ଯୁବ କଂଗ୍ରେସ

କେନ୍ଦୁଝର,୧୭ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୁବ କଂଗ୍ରେସ କମିଟି ପକ୍ଷରୁ ସଭାପତି ସୁନେଶ ଧୀରଙ୍କ ନେତୃତ୍ୱରେ ଶୁକ୍ରବାର କଂଗ୍ରେସ ଭବନଠାରୁ ଏକ ଶୋଭାଯାତ୍ରା କରାଯାଇଛି। କଂଗ୍ରେସ କର୍ମୀମାନେ...

ନକଲି ଡାକ୍ତରଙ୍କ ମୁଖ୍ୟ ସହଯୋଗୀ କଟକରୁ ଗିରଫ

ଭୁବନେଶ୍ୱର,୨୮।୩(ବ୍ୟୁରୋ): ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ପ୍ରତାରଣା ପରେ ସମ୍ପତ୍ତି ଲୁଟ୍‌ ସହ ଚାକିରି ଠକେଇ ମାମଲାରେ ଗିରଫ ହୋଇ ଜେଲରେ...

Advertisement
Archives

Model This Week