ଗାଡି ଧକ୍କାରେ ଯୁବକ ଗୁରୁତର : ମେଡିକାଲରେ ଅବ୍ୟବସ୍ଥା ନେଇ ଉତ୍ତେଜନା

ସୁକିନ୍ଦା,୧୮ା୯(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ଦୁଧୂଯୋରି ଗ୍ରାମ ପଞ୍ଚାୟତ ମଙ୍ଗଳପୁର ପାଞ୍ଚଗୋଛିଆ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜ ପଥରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ଦାନଗଦୀ ବ୍ଲକ ଅନ୍ତର୍ଗତ ତେଲିବାହାଳି ଗ୍ରାମର ନରେନ୍ଦ୍ର ରାଉତ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର କଟକ ସ୍ଥାନାନ୍ତର ପାଇଁ କହିଥିଲେ। ହେଲେ ମେଡିକାଲରେ ୧୦୮ ଗାଡି ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇ ପାରି ନ ଥିଲା। ଫଳରେ ନରେନ୍ଦ୍ର ୩ ଘଣ୍ଟା ଧରି ମେଡିକାଲରେ ପଡି ରହିଥିଲେ। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ସୁକିନ୍ଦା ଥାନା ଅଧିକାରୀ ବିଚିତ୍ରା ନନ୍ଦ ସେଠୀ ଏବଂ ଏସ୍‌ଆଇ ଅନ୍ତର୍ଯାମୀ ଶ୍ରୀଚନ୍ଦ ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ୧୦୮ ଗାଡିର ବ୍ୟବସ୍ଥା କରି ନରେନ୍ଦ୍ରଙ୍କୁ କଟକ ସ୍ଥାନାନ୍ତର କରିଥିଲେ। ପ୍ରକାଶ ଯେ, ସୁକିନ୍ଦା ଖଣି ଅଞ୍ଚଳରୁ କାର୍ଯ୍ୟ ସାରି ଘରକୁ ନରେନ୍ଦ୍ର ଏକ ବାଇକ୍‌ରେ ଆସୁଥିଲେ। ଭୁବନ ପଟୁ ସୁକିନ୍ଦା ଅଭିମୁଖେ ଯାଉଥିବା ଏକ କାର୍‌ ତାଙ୍କୁ ପଛପଟରୁ ଧକ୍କାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାଳନ୍ଦୀ ହସ୍‌ପିଟାଲରେ ମାଗଣା ଡାଏଲେସିସ୍‌ କେନ୍ଦ୍ରକୁ ଉଦ୍‌ଘାଟନ କଲେ ରାଜ୍ୟପାଳ

ଭଦ୍ରକ ଅଫିସ, ୨୧।୮- ଭଦ୍ରକ ଜିଲା ମୋଟେଲ ଛକ ନିକଟସ୍ଥ ସାଳନ୍ଦୀ ହସ୍ପିଟାଲ ପରିସରରେ ରୋଟାରୀ କ୍ଲବ ପକ୍ଷରୁ ମାଗଣା ଡାଏଲେସିିସ୍‌ କେନ୍ଦ୍ର ବୁଧବାର ଉଦ୍‌ଘାଟିତ...

ମା’ଙ୍କ ରୋଗ ଉପଶମ କରିବାକୁ ଯାଇ ପୁଅ ତିଆରି କଲେ ଅଣ୍ଡାରୁ ଚିଆଁ ଫୁଟା ଯନ୍ତ୍ର

ଖୋର୍ଦ୍ଧା ଅଫିସ,୧୬।୧୦:ମା’ଙ୍କ ରୋଗ ଉପଶମର ପଥ ଦେଖାଇଲା ନୂଆ ଉପାୟ। ପୁଅ ତିଆରି କରି ପକାଇଲେ ଅଣ୍ଡାରୁ ଚିଆଁ ଫୁଟା ଯନ୍ତ୍ର। ତାହା କୁକୁଡ଼ା ଅଣ୍ଡାରୁ...

ବସ୍‌ ଓଲଟି ୩ ମୃତ ଘଟଣା: କ୍ଷତିପୂରଣ ଲାଗି ମୃତକଙ୍କ ପରିବାର ପକ୍ଷରୁ ରାସ୍ତାରୋକୋ

ନବରଙ୍ଗପୁର,୧୬ା୨(ବି.ପ୍ର.): ନବରଙ୍ଗପୁର-ପାପଡ଼ାହାଣ୍ଡି ୨୬ ନମ୍ବର ଜାତୀୟ ରାଜପଥ ତଥା ଡିୟରପାର୍କଠାରୁ କିଛି ଦୂରରେ ଏକ ଘରୋଇ ବସ୍‌ ଶନିବାର ଓଲଟି ପଡିବାରୁ ୩ ଜଣଙ୍କ ମୃତ୍ୟୁ...

ମଧ୍ୟାହ୍ନଭୋଜନ ଅଣ୍ଡା ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା:ଡାକ୍ତରୀ ଦଳ ପକ୍ଷରୁ ବିଦ୍ୟାଳୟରେ ସ୍ବାସ୍ଥ୍ୟ ପରୀକ୍ଷା

ଖଣ୍ଡପଡ଼ା,୧୯ା୭(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବାଣପୁର ପଞ୍ଚାୟତସ୍ଥ ଘଣାଶାଳିଆ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଅଣ୍ଡା ଖାଇ ୧୪ ଛାତ୍ରୀଛାତ୍ର ଅସୁସ୍ଥ ହୋଇଥିବା ଖବର ବିଭିନ୍ନ...

ପିଲିବନ୍ଧ ଚତୁଃପାର୍ଶ୍ୱ ସଫେଇ କଲେ ସିପାହୀ

ଛତ୍ରପୁର,୨୮।୬(ଡି.ଏନ.ଏ.)- ଛତ୍ରପୁର ଅଷ୍ଟମ ବାଟାଲିୟନ ପକ୍ଷରୁ ପିଲିବନ୍ଧ ଚତୁଃପାର୍ଶ୍ୱକୁ ସଫେଇ କରାଯାଇଛି ା ବାଟାଲିୟନ୍‌ କମାଣ୍ଡାଣ୍ଟ ଉଦୟ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ...

ଟ୍ୟୁମର ନ ଥାଇ କାଟିଦେଲେ ପେଟ

ଅନୁଗୋଳ ଅଫିସ, ୧୮।୭ – ଅନୁଗୋଳ ସହରରେ ଥିବା ଏକ ନର୍ସିଂହୋମ୍‌ରେ ଜଣେ ମହିଳା ରୋଗୀଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରାଯାଇଥିବା ଅଭିଯୋଗ ହୋଇଛି। ୪ ମାସ...

ଲକ୍‌ଡାଉନ୍‌ ଭିତରେ ଅକ୍ଷିମୁଠି ଅନୁକୂଳ

ବଲାଙ୍ଗୀର ଅଫିସ, ୨୬ା୪: ବଲାଙ୍ଗୀର ସଦର ବ୍ଳକ ବୈଦିପାଲି ପଞ୍ଚାୟତ ଅନ୍ତର୍ଗତ ଫୁଲଝରଣ ଗଁ। ରେ ଜିଲା କୃଷକ ମହାସଂଘ ପକ୍ଷରୁ ରବିବାର ପବିତ୍ର ଅକ୍ଷୟ...

ନରସିଂହ ବନ୍ଧ, ସ୍ନାନଘାଟରେ ଗଣସଫେଇ

ବଲାଙ୍ଗୀର ଅଫିସ, ୨ା୩: ଜିଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ତଥା ବଲାଙ୍ଗୀର କରଣ ସମାଜ ପକ୍ଷରୁ ରବିବାର ସ୍ଥାନୀୟ ନରସିଂହ ବନ୍ଧର ମୁଖ୍ୟ ସ୍ନାନଘାଟରେ ଗଣସଫେଇ...

Coronavirus Update


Archives

Model This Week

Why Dharitri