ଗାଡ଼ି ଧକ୍କାରେ ବୃଦ୍ଧା, ମୃତଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ଦିଗପହଣ୍ଡି/ ପାଟପୁର,୧।୭(ଡି.ଏନ.ଏ.)-ଦିଗପହଣ୍ଡି-ରାୟଗଡ଼ା ମୁଖ୍ୟରାସ୍ତା ଡେଙ୍ଗାଓସ୍ତା ଛକ ନିକଟରେ ସୋମବାର ଏକ ଗାଡ଼ି ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ସେ ଜଣକ ହେଲେ ପାଟପୁର ଥାନା ଡେଙ୍ଗାଓସ୍ତା ଗ୍ରାମ ରତ୍ନମଣିପୁର ସାହିର ରାଧା ସାହୁ। ପାଟପୁର ପୋଲିସ ମୃତଦେହ ଜବତ କରି ନଂ. ୧୩୦/୧୯ ରେ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ କହିଛନ୍ତି। ପ୍ରକାଶ ଯେ, ଭୋର ପ୍ରାୟ ୩ଟାରେ ରାଧା ଫୁଲ ତୋଳିବା ପାଇଁ ଯାଇଥିବା ସମୟରେ କୌଣସି ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସକାଳୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ଓ ବହୁ ସଂଖ୍ୟକ ବ୍ୟବସାୟୀ ଘଟଣାସ୍ଥଳରେ ପହଞ୍ଚତ୍ ରାସ୍ତା ଅବରୋଧ କରିଥିଲେ। ସକାଳ ପ୍ରାୟ ୬ଟାରୁ ୯ଟା ଯାଏ ଗାଡ଼ି ଚଳାଚଳ ବନ୍ଦ ଥିଲା। ମୃତକଙ୍କ ପୁଅ ଅରକ୍ଷିତ ଓ ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ ପ୍ରତିବାଦ କରିଯାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା। ପାଟପୁର ଓ ଦିଗପହଣ୍ଡି ପୋଲିସ ପହଞ୍ଚତ୍ ଉତ୍ତେଜିତ ଲୋକମାନଙ୍କୁ ବୁଝାଶୁଝା କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା ଏବଂ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହଜାରେ ବଦଳରେ ରାଶନକାର୍ଡ ହିତାଧିକାରୀଙ୍କୁ ୯ଶହ ଟଙ୍କା

ପାତ୍ରପୁର,୧୭ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ କେନ୍ଦ୍ର ଓ ରାଜ୍ୟ ସରକାର ରାଶନ କାର୍ଡ଼ ହିତାଧିକାରୀଙ୍କୁ ଆଗୁଆ ୩ମାସର ରାଶନ ସହ ହଜାରେ ଟଙ୍କା ଦେବାକୁ ଘୋଷଣା କରିଥିଲେ।...

ସିକିମ୍‌ ସଡ଼କ ଦୁର୍ଘଟଣା: ଆସନ୍ତାକାଲି ଆସିବ ଓଡ଼ିଆ ଯବାନଙ୍କ ମୃତଦେହ

କବିସୂର୍ଯ୍ୟନଗର,୨୧ା୧୨-ସିକିମ୍‌ର ନାଥୁଲାରେ ଏକ ବରଫାବୃତ୍ତ ରାସ୍ତାରେ ଯବାନଙ୍କ ଜିପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣେ ଓଡ଼ିଆଙ୍କ ସମେତ ୩ ଯବାନ ଓ ଜିପ୍‌ରେ ଥିବା କମାଣ୍ଡିଂ...

ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଦମ୍ପତିଙ୍କୁ ହତ୍ୟା ଉଦ୍ୟମ: ୫ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୧୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ଅଭିମନ୍ୟୁ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରଧାନଙ୍କୁ ବୁଧବାର ମଧ୍ୟାହ୍ନରେ ଗାଁ ନିକଟ ସୁନା...

ସରକାରୀ ଜମିରେ ହେବ ପାଚେରି

ବ୍ରହ୍ମପୁର ଅଫିସ୍‌,୨ା୯-ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକରେ ବ୍ରହ୍ମପୁର ଉପଜିଲାପାଳ ଶିନ୍ଦେ ଦତ୍ତାତ୍ରୟ ଭାଉସାହେବ ଅଧ୍ୟକ୍ଷତା କରିଥିଲେ। ଏଥିରେ ଉପଖଣ୍ଡସ୍ତରୀୟ ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର...

କଳାବ୍ୟାଜ୍‌ ପରିଧାନ କଲେ ଚିନିଶିଳ୍ପ ଶ୍ରମିକ

ଆସିକା,୧୦ା୧(ଡି.ଏନ୍‌.ଏ.): ଆସିକା ସମବାୟ ଚିନିଶିଳ୍ପରେ ଚଳିତବର୍ଷର ଆଖୁପେଡା ଲାଗି କାରଖାନା ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଏପଟେ କାରଖାନା କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ଦୀର୍ଘ ଦିନର ଦାବି...

ଗୁରୁବାର ରାଜ୍ୟପାଳଙ୍କ ଦିନିକିିଆ ଗଞ୍ଜାମ ଗସ୍ତ

ଛତ୍ରପୁର,୨୬।୬(ଡି.ଏନ୍‌.ଏ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଗୁରୁବାର ଦିନିକିଆ ଗଞ୍ଜାମ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏ ନେଇ ବୁଧବାର ଛତ୍ରପୁରସ୍ଥିତ ଜିଲା ସୂଚନା ଓ...

ଜୁଆ ଆଡ୍ଡାରୁ ୮ ଗିରଫ

ଆସିକା,୧୮ା୪(ଡି.ଏନ୍‌.ଏ.):  ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ କଲେଜଛକ ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଶନିବାର ମଧ୍ୟାହ୍ନରେ ପୋଲିସ ଚଢାଉ କରି ୮ଜଣଙ୍କୁ...

ଡଙ୍ଗା ଯୋଗେ ଚାଲିଛି ମଦ କାରବାର, ୬ ଗିରଫ

ଛତ୍ରପୁର,୧୪ା୫(ଡି.ଏନ୍‌.ଏ.): ଚିଲିକାରେ ଡଙ୍ଗା ଯୋଗେ ହେଉଥିବା ଚୋରା ମଦ କାରବାରକୁ ଗଞ୍ଜାମ ଜିଲା ରମ୍ଭା ଥାନା ପୋଲିସ ଠାବ କରିଛି। ଚିଲିକାର ରମ୍ଭା ଫେରି ଘାଟରେ...

Advertisement
Archives

Model This Week