Posted inଖେଳ

ଗାଙ୍ଗୁଲି ଡାଲମିଆ ବକ୍ତୃତା ପ୍ରଦାନ କରିବେ

କୋଲକାତା,୬।୨(ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଜଗମୋହନ ଡାଲମିଆ ଆନୁଆଲ କନ୍‌କ୍ଲେଭରେ ବକ୍ତୃତା ପ୍ରଦାନ କରିବେ। ଏ ନେଇ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ଅଧ୍ୟକ୍ଷ ଅଭିଷେକ ଡାଲମିଆ ଘୋଷଣା କରିନ୍ତି। ଆଗାମୀ ମାର୍ଚ୍ଚରେ ଖେଳାଯିବାକୁ ଥିବା ଭାରତ- ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ମ୍ୟାଚ୍‌ର ଅବ୍ୟବହିତ ପୂର୍ବରୁ ୧୮ ତାରିଖରେ ଐତିହାସିକ ଇଡେନ ଗାର୍ଡେନ୍ସରେ ଏହି କନ୍‌କ୍ଲେଭର ଆୟୋଜନ ହେବ। ଗାଙ୍ଗୁଲି ଏ ନେଇ ସମ୍ମତି ପ୍ରକାଶ କରିଛନ୍ତି ବୋଲି ଅଭିଷେକ କହିଛନ୍ତି। ଗତଥର ୨୦୧୮ରେ ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଗ୍ରେମ୍‌ ସ୍ମିଥ୍‌ ବକ୍ତୃତା ପ୍ରଦାନ କରିଥିଲେ। ଏହି ଅବସରରେ କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା ଉପସ୍ଥିତ ଥିଲେ। ଉଲ୍ଲେଖଥାଉ କି, ପୂର୍ବତନ ବିସିସିଆଇ ସଭାପତି ତଥା ବରିଷ୍ଠ କ୍ରିକେଟ ପ୍ରଶାସକ ଜଗମୋହନ ଡାଲମିଆଙ୍କ ସ୍ମୃତିରେ ଏହା ଆୟୋଜିତ ହୋଇଆସୁଛି। ପ୍ରଥମ ସଂସ୍କରଣରେ କପିଳ ଦେବ ବକ୍ତୃତା ପ୍ରଦାନ କରିଥିଲେ। ସେତେବେଳେ ଶ୍ରୀଲଙ୍କା କ୍ରିକେଟ ଅଧ୍ୟକ୍ଷ ଥିଲଙ୍ଗା ସୁମାଥିପାଲା ଓ ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଦାର୍ପଣ ମ୍ୟାଚ୍‌ରେ ୧୦ ରନ୍‌ ଦେଇ ୭ ଉଇକେଟ୍‌ ନେଇ ଇତିହାସ ରଚିଲେ ୧୭ ବର୍ଷୀୟ ରାଜ୍‌

ନ୍ୟୁୟର୍କ, ୯।୭: ପଦାର୍ପଣ ମ୍ୟାଚ୍‌ରେ ୧୦ ରନ୍‌ ଦେଇ ୭ ଉଇକେଟ୍‌ ନେଇ ଇତିହାସ ରଚିଛନ୍ତି ୧୭ ବର୍ଷୀୟ ବୋଲର ରାଜ୍‌ ବ୍ୟାସ। ୟୁଏସ୍‌ ଅଣ୍ଡର-୧୯...

ମେଜର ଧ୍ୟାନଚାନ୍ଦଙ୍କୁ କ୍ରୀଡ଼ାମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୯।୮: ହକି ଓ୍ବିଜାର୍ଡ୍‌ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷକୀରେ କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଧ୍ୟାନଚାନ୍ଦଙ୍କ ଜନ୍ମ ଦିନକୁ ଦେଶରେ କ୍ରୀଡ଼ା ଦିବସ ଭାବେ...

କ୍ରିକେଟରୁ ନମନ ଓଝାଙ୍କ ଅବସର

ଭୋପାଳ, ୧୬ା୨ (ପି.ଟି.)- ଭାରତର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ନମନ ଓଝା ସୋମବାର କ୍ରିକେଟର ସମସ୍ତ ଫର୍ମାଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଏହାଦ୍ୱାରା ଦୁଇ...

ଓଡବ୍ଲ୍ୟୁଏସିର ମହିଳା ବାଇକ୍‌ ରାଲି

ଭୁବନେଶ୍ୱର, ୨୩।୯(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଓମେନ୍ସ ଆଡ୍‌ଭେଞ୍ଚର କ୍ଲବ (ଓଡବ୍ଲ୍ୟୁଏସି) ଆନୁକୂଲ୍ୟରେ ରବିବାର ଏକ ମହିଳା ବାଇକ୍‌ ରାଲି ଆୟୋଜିତ ହୋଇଛି। ଏହି ରାଲି ମାଷ୍ଟରକ୍ୟାଣ୍ଟିନ...

୪୧ ବର୍ଷରେ ବି କମିନି ଜଲଓ୍ବା: ମାରିଲେ ଧୂଆଁଧାର ଅର୍ଦ୍ଧଶତକ

ନୂଆଦିଲ୍ଲୀ,୨୮।୧: ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବେ, କିନ୍ତୁ ତାଙ୍କ ବ୍ୟାଟିଂ ଜଲଓ୍ବା ଏପର୍ଯ୍ୟନ୍ତ କମିନାହିଁ। ୪୧ ବର୍ଷ...

ଦିଲ୍ଲୀ ଡାଇନାମସ୍‌ର ଘରାମି ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୨୭ା୪ (ପି.ଟି.)-ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ଦିଲ୍ଲୀ ଡାଇନାମସ ଖେଳାଳି ରାଣା ଘରାମିଙ୍କୁ ସାମୟିକ ସସ୍‌ପେଣ୍ଡ କରିଛି। ଇଣ୍ଡିଆନ...

ଏମିତି ବି ଆସେ ମୃତ୍ୟୁ, ଫଟୋ ଦେଖିଲେ ଆଖିରେ ଆସିଯିବ ଲୁହ

ଭୋପାଳ,୧୨।୧୧: ମଧ୍ୟପ୍ରଦେଶର ସାଗର ଜିଲାରେ ଫୁଟପାଥରେ ବେଲଣା କାଠି ବିକ୍ରି କରୁଥିବା ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ବିକ୍ରି କରୁଥିବା ଅବସ୍ଥାରେ ସେ ଟଳିପଡିଥିଲେ। ଏଭଳି...

ବିବାହ ବନ୍ଧନରେ ନଟରାଜ

କଟକ ଅଫିସ,୧୬ା୫- ରାଜ୍ୟ କ୍ରିକେଟର ତାରକା ଖେଳାଳି ତଥା ପୂର୍ବତନ ଅଧିନାୟକ ନଟରାଜ ବେହେରା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବେଙ୍ଗାଲୁରୁରେ ବୈଦିକ ରୀତିରେ...

Advertisement
Archives

Model This Week