ଗାଈ ଗୁହାଳରେ ପଦ୍ମଶ୍ରୀ ପଟ୍ଟାୟତଙ୍କ ପରିବାର

ଭବାନୀପାଟଣା,୩୦।୧(ସ୍ବ.ପ୍ର.):ବଣ ମଲ୍ଲି ଆଉ ବଣରେ ଶୋଭା ପାଉନି, ଏବେ ଘରେ ମଧ୍ୟ ଏହି ବଣମଲ୍ଲି ଶୋଭା ବଢ଼ାଉଛି। ୩ ହଜାରରୁ ଊଦ୍ଧର୍‌ବ ଔଷଧୀୟ ବୃକ୍ଷ ରୋପଣ କରି ୨୦୨୧ ସେପ୍ଟେମ୍ବର ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକି ବାତରେ ସେ ସ୍ଥାନ ପାଇ ସାରା ଭାରତୀୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବେ ପଦ୍ମଶ୍ରୀ ପୁରସ୍କାର ପାଇବା ପାଇଁ ସେ ମନୋନୀତ ହୋଇଛନ୍ତି। କଳାହାଣ୍ଡି ଜିଲାରୁ ପ୍ରଥମ ବ୍ୟକ୍ତି ଭାବେ ପଟାୟତ ସାହୁ ପଦ୍ମଶ୍ରୀ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ଖବର ପ୍ରଚାରିତ ହେବା ପରେ ଖୁସିର ଲହରି ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।
ନାନ୍ଦୋଲ ଗ୍ରାମର ସ୍ବର୍ଗତ ହରି ସାହୁଙ୍କ ପୁଅ ପଟ୍ଟାୟତ କୁମାର ସାହୁ (୭୦)। ପରିବାର କହିଲେ ସ୍ତ୍ରୀ ଗାୟତ୍ରୀ ୨ ପୁଅ ରାଜକିଶୋର ଓ ଶୁଶାନ୍ତ ସାହୁ। ଝିଅ ଏବଂ ବଡ଼ପୁଅକୁ ମଧ୍ୟ ବିବାହ କରାଇଛନ୍ତି। ପଟ୍ଟାୟତ ୧୯୭୦-୭୧ରେ ନନ୍ଦୋଳ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରିଥିଲେ। ପରେ ସପ୍ତମରୁ ଦଶମ ଶ୍ରେଣୀ ଜୁନାଗଡ଼ ହାଇସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ବଲାଙ୍ଗୀର ଜିଲାର ରାଜେନ୍ଦ୍ର କଲେଜରେ ଇଣ୍ଟରମିଡ଼ିଏଟ ପାଠ ପଢ଼ୁଥିବା ବେଳେ ପରୀକ୍ଷା ନିମନ୍ତେ ଫର୍ମ ପୁରଣ ପାଇଁ ଟଙ୍କା ଦେଇ ପାରି ନ ଥିଲେ। ଫଳରେ ସେ ପରୀକ୍ଷାରୁ ବଞ୍ଚତ୍ତ ହେବା ସହ ପାଠପଢ଼ାରୁ ମଧ୍ୟ ବିରତି ନେଇଥିଲେ। ପଟ୍ଟାୟତ ଆଗରୁ ନାନ୍ଦୋଳ ପ୍ୟାକ୍ସ ଅଫିସରେ ସେଲସମ୍ୟାନ ଭାବେ କାର୍ଯ୍ୟ କରୁଥିଲେ। ବାପା, ଅଜା ଅମଳରୁ ସେ ଔଷଧୀୟ ବୃକ୍ଷ ରୋପଣ ଜାଣିଥିବା ବେଳେ ସପ୍ତମ ଶ୍ରେଣୀ ପଢ଼ୁଥିବା ବେଳେ କୃଷି ବିଜ୍ଞାନ ବହି ହିଁ ଔଷଧୀୟ ବୃକ୍ଷ ରୋପଣ ଓ ବୈଦ୍ୟ ହେବା ପାଇଁ ପ୍ରେରଣା ଯୋଗାଇଥିଲା। ଗତ ୪୦ ବର୍ଷ ହେବ ୬୫ ଡିସିମିଲ ଜାଗାରେ ୩ ହଜାରରୁ ଊର୍ଦ୍ଧ୍ୱ ଔଷଧିୟ ବୃକ୍ଷ ଲଗାଇଛନ୍ତି ଓ ନିଜେ ବୈଦ୍ୟକାମ ମଧ୍ୟ କରୁଛନ୍ତି। ୨୦୦୫ରେ ପ୍ରକୃତିବନ୍ଧୁ ପୁରସ୍କାର ପାଇଥିଲେ। ଏହି ଔଷଧୀୟ ବୃକ୍ଷ ଅନ୍ୟ ରାଜ୍ୟ, ଅନ୍ୟ ଦେଶରୁ ମଧ୍ୟ ବିଭିନ୍ନ ଉପାୟରୁ ଆଣି ନିଜ ବଗିଚାରେ ରୋପଣ କରିଛନ୍ତି। ସରକାରୀ ଭାବେ ତାଙ୍କୁ କୌଣସି ସହାୟତା ମିଳୁନାହିଁ । ପଟ୍ଟାୟତଙ୍କ ଘର ନ ଥିବା ବେଳେ ଗାଈ ଗୁହାଳକୁ ରୂପାନ୍ତରିତ କରି ସେଥିରେ ରହୁଛନ୍ତି। ପଟ୍ଟାୟତ ଔଷଧୀୟ ବୃକ୍ଷ ଲଗାଇବା ସହିତ ବୈଦ୍ୟ କାମ କରିଥାନ୍ତି। ସେହି ଛୋଟିଆ କୋଠରୀ ମଧ୍ୟରେ ଲୋକଙ୍କୁ ସେବା ଯୋଗାଇ ଦେଇଥାନ୍ତି। ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ। କେବଳ ପଟ୍ଟାୟତଙ୍କ ପାଇଁ ପ୍ରତିଶ୍ରୁତି ହିଁ ସହାନୁଭୂତି ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକି ବାତରେ ତାଙ୍କ ନାମ କହିବା ପରେ ତାଙ୍କ ଦୁଆରେ ମାଳ ମାଳ ରାଜନେତା, ପ୍ରଶାସନ ରୂଣ୍ଡ ହୋଇ ତାଙ୍କ ସହିତ ଫଟୋ ଉଠାଇଥିଲେ। ପରେ ସାହୁଙ୍କୁ ଭୁଲି ଯାଇଥିଲେ। ଏବେ ପଦ୍ମଶ୍ରୀ ସମ୍ମାନରେ ନାମ ଘୋଷଣା ହେବା ପରେ ପୁଣିଥରେ ନାନ୍ଦୋଲ ଗ୍ରାମ ଚଞ୍ଚଳ ହୋଇଥିବା ବେଳେ ପଟ୍ଟାୟତଙ୍କ ଘରେ ମାଳ ମାଳ ରାଜନେତା ଓ ପ୍ରଶାସନର ଅଧିକାରୀମାନଙ୍କୁ ଦେଖିବାକୁ ମିଳୁଛି। ପଦ୍ମଶ୍ରୀ ପାଇବା ପରେ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ଆୟୁର୍ବେଦକୁ କେନ୍ଦ୍ର ସରକାରଙ୍କ ସ୍ବୀକୃତି ମିଳିଛି ବୋଲି କହିଛନ୍ତି। ଆଗାମୀ ଦିନରେ ସେ ଏହାକୁ ଆହୁରି ବ୍ୟାପକ କରିବେ ବୋଲି ପଟ୍ଟାୟତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ମହାନଗର ନିଗମ: ୫୧୭୪ ବଢ଼ିଲା ଭୋଟର ସଂଖ୍ୟା

କଟକ ଅଫିସ,୨୫ା୨: କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଚୂଡାନ୍ତ ଭୋଟର ତାଲିକା ବୁଧବାର ପ୍ରକାଶ ପାଇଛି। ପ୍ରାଥମିକ ଭୋଟର ତାଲିକାଠାରୁ ଚୂଡ଼ାନ୍ତ ତାଲିକାରେ ଭୋଟର...

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା: ଭଦ୍ରକର ୧୧୭ କେନ୍ଦ୍ରରେ ୨୩,୫୬୩ ପରୀକ୍ଷାର୍ଥୀ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭଦ୍ରକ ଅଫିସ, ୧୯ା୨- ବୁଧବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଭଦ୍ରକ ଜିଲାର ୭ଟି ବ୍ଲକରେ ମୋଟ ୧୧୭ଟି ପରୀକ୍ଷା କେନ୍ଦ୍ରରେ ୨୩, ୫୬୩ ଜଣ...

ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ପାଟଣା ବନ୍ଦ

ପାଟଣା,୧୫।୨(ସ୍ବ.ପ୍ର.):କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ନେଇ ୧୨ ଘଣ୍ଟିଆ ପାଟଣା ବନ୍ଦ ଡାକରା ଦିଆଯାଇଛି। ଆନ୍ଦୋଳନକାରୀମାନେ ସୋମବାର ସକାଳ...

ଶ୍ରୀମନ୍ଦିର ଫଟୋ ଭାଇରାଲ ଘଟଣା: ପୋଲିସର ତତ୍ପରତା

ପୁରୀ ଅଫିସ୍‌, ୨୩।୧୨: ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଫଟୋ ଭାଇରାଲ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।...

ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବିପତ୍ର ପ୍ରଦାନ

ବାରିପଦା ଅଫିସ,୫ା୬: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ପାଇଁ ମୟୂରଭଞ୍ଜ ମୁକ୍ତିମୋର୍ଚ୍ଚା ସଂଗଠନର...

ଶ୍ରମିକ ବଦଳରେ ମେଶିନରେ ହେଉଛି କାମ

ଗୋଲାମୁଣ୍ଡା,୧୯।୧୨(ଡି.ଏନ.ଏ.):ଶ୍ରମିକମାନେ କାମଧନ୍ଦା ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅଧୀନ ନିର୍ମାଣ କାର୍ଯ୍ୟରେ ଶ୍ରମିକମାନଙ୍କୁ ନିୟୋଜିତ କରା ନ ଯାଇ...

‘ତମ୍ବୁ ତଳେ ରହୁଛି, ଘର ଦିଅ’

ଢେଙ୍କାନାଳ ଅଫିସ, ୯।୬: ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ପ୍ରଶାସନ ନିକଟକୁ ଧାଇଁ ଧାଇଁ ଥକି ପଡ଼ିଥିବା ଜଣେ ମହିଳା ବୁଧବାର ଢେଙ୍କାନାଳ ଜିଲାପାଳଙ୍କ କାର୍ଯ୍ୟାଳୟ...

ରୁଗ୍‌ଣ ଅବସ୍ଥାରେ ମାଟି କାରିଗରୀ

ମାଲକାନଗିରି,୧୫।୫(ଡି.ଏନ.ଏ)-ମାଟିର ମହକ ନିଆରା । ରୋଷେଇ ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ବସ୍ତୁ ତିଆରିରେ ବ୍ୟବହାର ହୁଏ ମାଟି| ଦିନଥିଲା କୁମ୍ଭାର ମାନେ ସାହି...

Advertisement
Archives

Model This Week