ଗାଈକୁ ନେଇ ମହିଳା ଆଇଏଏସ୍‌, ଆଇପିଏସ୍‌ ଅଫିସରଙ୍କ ମଧ୍ୟରେ ଝଗଡା

ଗାନ୍ଧୀନଗର, ୨୨।୧: ଗୁଜରାଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ ଉଚ୍ଚପଦସ୍ଥ ମହିଳା ଅଧିକାରୀଙ୍କ ମଧ୍ୟରେ ଝଗଡା ଲାଗିଛି। ଝଗଡା ପ୍ରଶମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଫିସକୁ ମାମଲାରେ ହସ୍ତକ୍ଷେପ କରିବାକୁ ପଡିଛି। ଏହି ଝଗଡା କୌଣସି ପ୍ରଶାସନିକ ନିଷ୍ପତ୍ତିକୁ ନେଇ ନୁହେଁ, ଏକ ଗାଈ ପାଇଁ ଜିଲା ଅଧିକାରୀ ଥିବା ଆଇଏଏସ୍‌ ନେହା କୁମାରୀ ଏବଂ ପୋଲିସ ଅଧୀକ୍ଷକ ଉଷା ରାଡାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଛି। ନେହା ନିଜ ସରକାରୀ ନିବାସ ପରିସରରେ ଥିବା ଭଲିବଲ ଗ୍ରାଉଣ୍ଡରେ ଖେଳୁଥିଲେ। ଏହି ସମୟରେ ତାଙ୍କ ବଲ୍‌ଟି ଯାଇ ଉଷା ରାଡାଙ୍କ ଗାଈ ଶରୀରରେ ବାଜିଥିଲା। ଏହାକୁ ନେଇ ଦୁଇ ଅଫିସରଙ୍କ ମଧ୍ୟରେ ଝଗଡା ଲାଗିଥିଲା। ଉଷା ଉତ୍‌କ୍ଷିପ୍ତ ହୋଇ ପୋଲିସକର୍ମୀଙ୍କୁ ଭଲିବଲ୍‌ ନେଟ୍‌ କାଟିବା ସହ ବିଦ୍ୟୁତ କାଟିଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଗତବର୍ଷ ଏହି ଦୁଇ ଅଧିକାରୀଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା। ଏପରିକି ଉଷା ପାଳିଥିବା ଗିର୍‌ ପ୍ରଜାତିର ଗାଈଙ୍କ ଦୁଗ୍ଧ ନେହାଙ୍କ ପାଖକୁ ପଠାଉଥିଲେ। କିନ୍ତୁ ଉକ୍ତ ଘଟଣା ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଉଷା ଅଭିଯୋଗ କରିଛନ୍ତି ଯେ, ଗତ ଡିସେମ୍ବର ୨୬ରେ ୨୫ଜଣ ଲୋକ ମୋ ଘର ଭିତରେ ପଶି ଗାଈଙ୍କୁ ପଥର ଫୋପାଡି ଥିଲେ। ଏହାକୁ ରୋକିବାକୁ ପ୍ରୟାସ କରିବାକୁ ସେମାନେ ମୋତେ ଧମକ ଦେଇଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାହିନ ବାଗ ପ୍ରଦର୍ଶନକୁ ନେଇ ଭାଜପାକୁ ଟାର୍ଗେଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଏହାକୁ ନେଇ ପରସ୍ପର ଉପରେ ଦୋଷ ଲଦୁଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହି ନିର୍ବାଚନ...

ବୁଲି ବାଈ ଆପ୍‌ ମାଧ୍ୟମରେ ୧୦୦ରୁ ଅଧିକ ମୁସଲମାନ୍‌ ମହିଳାଙ୍କୁ ଟାର୍ଗେଟ୍‌…

ନୂଆଦିଲ୍ଲୀ, ୨।୧ : ବୁଲି ବାଈ ନାମକ ଏକ ଆପ୍‌ ଦ୍ୱାରା ମୁସଲମାନ୍‌ ମହିଳାଙ୍କୁ ଟାର୍ଗେଟ୍‌ କରାଯାଉଥିବା ନେଇ ଚର୍ଚ୍ଚା ହେଉଛି। କିଛିଦିନ ତଳେ ସୁଲ୍ଲି...

ଆମେରିକାର ଏହି ସ୍ଥାନରେ ବନ୍ଦୀ ହୋଇ ରହିଛନ୍ତି ଏଲିଅନ୍ସ ! ଉଡୁଛି ରହସ୍ୟମୟ ଜିନିଷ

ଦୁନିଆରେ ଅନେକ ରହସ୍ୟମୟ ସ୍ଥାନ ରହିଛି। ଏଥିରେ ଆମେରିକାର କ୍ଷେତ୍ର-୫୧ ଅନ୍ତର୍ଭୁକ୍ତ। ଏଠାରେ ସୁରକ୍ଷା କଡ଼ାକଡ଼ି ହୋଇଥିବା ବେଳେ କାହାକୁ ଆସିବାକୁ ଅନୁମତି ନାହିଁ। କେତେକ...

ଅଣ୍ଡା ଖାଇଲେ ଶିଶୁ ବଡ଼ ହୋଇ ହେବେ ନରଭକ୍ଷୀ: ବିବାଦୀୟ ମନ୍ତବ୍ୟ ଦେଲେ ଭାଜପା ନେତା

ଭୋପାଳ,୩୧।୧୦: ମଧ୍ୟପ୍ରଦେଶ ଭାଜପା ନେତା ଗୋପାଳ ଭାର୍ଗବଙ୍କ ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟରେ ଅଧିକ ସଂଖ୍ୟକ ଶିଶୁ କୁପୋଷଣର ଶିକାର...

ଭଗବାନ ଶିବଙ୍କ ମୂର୍ତ୍ତି ଭାଙ୍ଗିଦେଲେ ଦୁର୍ବୃତ୍ତ

ଶ୍ରୀନଗର,୧୫।୭: ଜମ୍ମୁକଶ୍ମୀରର ଡୋଡା ଜିଲାରେ ଭଗବାନ ଶିବଙ୍କ ମୂର୍ତ୍ତି ଭଙ୍ଗାଯିବା ଘଟଣା ସାମ୍ନାକୁ ଆସିଛି। କିଛି ଦୁର୍ବୃତ୍ତ ଗୁରୁବାର ବିଳମ୍ବିତ ରାତିରେ ଏକ ମନ୍ଦିରରେ ପ୍ରବେଶ...

ପ୍ରତିରକ୍ଷା ମନ୍ତ୍ରଣାଳୟର ଘୋଷଣା, ସ୍ଥାପନ ହେବ ୨୧ ନୂଆ ସୈନିକ ସ୍କୁଲ…

ନୂଆଦିଲ୍ଲୀ, ୨୬।୩ : ଦେଶରେ ୨୧ ନୂଆ ସୈନିକ ସ୍କୁଲ ସ୍ଥାପନ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଏସବୁ ଘରୋଇ...

ପଶ୍ଚିମବଙ୍ଗରେ ସିବିଆଇ ଅଧିକାରୀ କରୋନା ପଜିଟିଭ୍‌

କୋଲକାତା,୯।୬: ପଶ୍ଚିମବଙ୍ଗ ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ସିବିଆଇ)ର ଜଣେ ଅଧିକାରୀଙ୍କ କରୋନା ରିପୋର୍ଟ ମଙ୍ଗଳବାର ପଜିଟିଭ୍‌ ଆସିଥିବା ସୂଚନା ମିଳିଛି। ସୁରକ୍ଷା ଦୃଷ୍ଟିରୁ ତାଙ୍କ ସଂସ୍ପର୍ଶରେ...

୮୫ ଟଙ୍କା ଛୁଇଁଲା ଟମାଟୋ

ନୂଆଦିଲ୍ଲୀ, ୧୩।୯ : ଦିଲ୍ଲୀରେ ଟମାଟୋ ଦର ଆକାଶ ଛୁଆଁ ହୋଇଛି। ଏଠାରେ ଟମାଟୋର ଖୁଚୁରା ଦର ୮୦ରୁ ୮୫ ଟଙ୍କା ଛୁଇଁଥିବା ଜଣାପଡିଛି। ଜୁନ...

Advertisement
Archives

Model This Week