ଗାଁ ପ୍ରବେଶ ପଥ ସିଲ୍‌ କଲେ ଗ୍ରାମବାସୀ

ଲାଠୋର, ୧୦ା୪(ଡି.ଏନ.ଏ.) – ଦିନକୁ ଦିନ କରୋନା ସଂକ୍ରମଣ ଭୟାବହତା ବଢି ଚାଲିଥିବାରୁ ଲୋକ ଭୟଭୀତ ହୋଇ ପଡିଛନ୍ତି। କାଳେ ସେମାନଙ୍କ ଗାଁ କରୋନା ପ୍ରଭାବିତ ହୋଇଯିବ ଏହା ମନେକରି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଅଞ୍ଚଳର ଏକାଧିକ ଗ୍ରାମର ଲୋକେ ସତର୍କ ହୋଇଯାଇଛନ୍ତି। ନିଜ ଗ୍ରାମର ପ୍ରବେଶ ପଥକୁ ସେମାନେ ସିଲ କରୁଥିବା ଦେଖିବାକୁ ମିଳିଛି। କରୁଆଝର ପଞ୍ଚାୟତର ସାନଗୁର୍ଜିଭଟା, ମାଲପଡା ପଞ୍ଚାୟତର କହ୍ନେଇଛାପର, ଜଲପାଙ୍କେଲ, ଫୁଲଝର, ମାଲପଡା ଜାମଚୁଆ, ବେନ୍ଦେର ପଞ୍ଚାୟତର ଚହକପଡା, ବେନ୍ଦେର, ଭରୁଆମୁଣ୍ଡା, ବାଦିମାଲ, ଭାଲୁଚୁଆ ଗ୍ରାମବାସୀ ପ୍ରବେଶ ପଥକୁ ସିଲ କରିଛନ୍ତି। ରାସ୍ତାରେ ବାଉଁଶ, ଡାଳ କଣ୍ଟା, ଦୌଡି ପକାଇ ଗ୍ରାମବାସୀ ପାଳି କରି ଜଗି ରହିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ଚାଲି କରି କିମ୍ବା ସାଇକେଲରେ ଯିବା ଆସିବା କରୁଛନ୍ତି। ଫଳରେ ସମ୍ପକ୍ତ ଗ୍ରାମମାନଙ୍କୁ ଅନ୍ୟାନ୍ୟ ଗ୍ରାମର ଲୋକେ ତଥା ଯାନବାହନ ଚଳାଚଳ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ସହର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୫୫ କୋଟିର ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ବାଲେଶ୍ୱର ସହରର ବିକାଶ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୫ କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ତଦନୁଯାୟୀ ସହଦେବଖୁଣ୍ଟାରେ ଥିବା ବସ୍‌ଷ୍ଟାଣ୍ଡର ବିକାଶ...

ନୟାଗଡ଼ର ଭାପୁରରେ କରୋନା ସନ୍ଦିଗ୍ଧ: ଆକ୍ରାନ୍ତ ରୋଗୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

ନୟାଗଡ ଅଫିସ/ଭାପୁର,୧୩।୩(ଡି.ଏନ୍‌.ଏ.): ନୟାଗଡ ଜିଲା ଭାପୁର ବ୍ଲକରେ ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ କରୋନା ହୋଇଥିବା ସନ୍ଦେହ କରାଯାଉଛି । ଗୁରୁବାର ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ...

ମନମୋହୁଛି ବାଲିଡ଼ିହା ଡ୍ୟାମ୍‌

ବାରିପଦା ଅଫିସ,୧୯।୮- ଋତୁ ଅନୁଯାୟୀ ମୟୂରଭଞ୍ଜ ଜିଲାରେ ଭରପୁର ଥିବା ସବୁଜ ସୁନ୍ଦର ଓ ପ୍ରାକୃତିକ ଶୋଭା ଅନେକ ପର୍ଯ୍ୟଟକଙ୍କୁୁ ଆକର୍ଷିତ କରିଥାଏ। ବର୍ଷାଋତୁରେ ପର୍ଯ୍ୟଟକଙ୍କ...

ସୀମା ମୁକୁଳା, ଶିକାରୀ ସକ୍ରିୟ

ଢେଙ୍କାନାଳ ଅଫିସ, ୧୦।୧: ମୁକୁଳା ପଡ଼ିଛି ବିସ୍ତୀର୍ଣ୍ଣ ଜଙ୍ଗଲ ସୀମା। କୋର୍‌ ଏରିଆ ଉପରେ ନଜର ରଖିବାକୁ ନାହାନ୍ତି ଆବଶ୍ୟକ କର୍ମଚାରୀ। ଗୋଟିଏ ପଟେ ଚଢ଼ାଉ କରିବା...

ଢେଙ୍କାନାଳରେ ୬,୩୫୫ ପକ୍ଷୀ

ଢେଙ୍କାନାଳ ଅଫିସ, ୧୨।୧ ଢେଙ୍କାନାଳରେ ପକ୍ଷୀଗଣନା ଶେଷ ହୋଇଛି। ଜିଲାର ବିଭିନ୍ନ ବନଖଣ୍ଡ, ସଂରକ୍ଷିତ ଜଙ୍ଗଲ, ଜଳାଶୟରେ ହୋଇଥିବା ଏହି ଗଣନାରୁ ୬,୩୫୫ ପକ୍ଷୀ ରହିଥିବା...

ମଣ୍ଡିରୁ ଉଠୁନି ଧାନ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ବରଗଡ଼ ଅଫିସ,୧୮ା୬: ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଅବ୍ୟବସ୍ଥିତ ହୋଇପଡ଼ିଛି। ମଣ୍ଡିକୁ ଚାଷୀମାନେ ଧାନ ଆଣୁଛନ୍ତି, କିନ୍ତୁ ବିଭିନ୍ନ ଆଳରେ ସେହି ଧାନକୁ...

ଚୋରି ସାମଗ୍ରୀ ବିକ୍ରି ପାଇଁ ଚାଲିଥିଲା ଯୋଜନା, ଧରିଲେ ଲୋକେ.

ଧାମନଗର, ୧୧।୭ (ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ବେଆଇନ କବାଡ଼ିଆ ଦୋକାନ ବୃଦ୍ଧି ପାଉଛି। କବାଡ଼ିଆ ଦୋକାନ ବୃଦ୍ଧି ଯୋଗୁ ଚୋରି ମଧ୍ୟ ବଢ଼ିବାରେ...

ଆସନ୍ତାକାଲି ଭଦ୍ରକ ସହର ବନ୍ଦ

ଭଦ୍ରକ ଅଫିସ,୯।୧୨-ଭଦ୍ରକ ଜିଲାବାସୀଙ୍କ ବାରମ୍ବାର ଦାବି ସତ୍ତ୍ବେ ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉ ନାହିଁ। ଜିଲାବାସୀଙ୍କର ଏହି ଦାବିକୁ...

Advertisement
Archives

Model This Week