ଗାଁ-ଗରିବ ଚାଷୀ-ରୋଜଗାରକୁ ବଜେଟରେ ଗୁରୁତ୍ୱ

ନୂଆଦିଲ୍ଲୀ,୧।୨: ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଗାଁ-ଗରିବ ଚାଷୀ-ରୋଜଗାରକୁ ଗୁରୁତ୍ୱ ଦିଆଯାଇଛି। ୨୦୩୦ ସୁଦ୍ଧାରେ ଦେଶରେ ଯୁବବର୍ଗଙ୍କ ସଂଖ୍ୟା ଅନ୍ୟ ବର୍ଗଙ୍କ ତୁଳନାରେ ଅଧିକ ରହିବ। ସେମାନଙ୍କୁ ଆବଶ୍ୟକ ନିଯୁକ୍ତି ଯୋଗାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ରହିଛନ୍ତି। ସାଗର ମିତ୍ର ଯୋଜନା ଦ୍ୱାରା ଯୁବବର୍ଗଙ୍କ ବିକାଶ ଲାଗି ଉଦ୍ୟମ କରାଯିବ। ସେହିପରି ସବ୍‌ କା ସାଥ୍‌ ସବ୍‌ କା ବିକାଶ ଅନ୍ତର୍ଗତ ପଛୁଆ ବର୍ଗଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ଲାଗୁ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତିି। ସେହିପରି ସ୍ବାସ୍ଥ୍ୟ ସେବାର ବିକାଶ ଲାଗି ଆୟୁଷ୍ମାନ ଯୋଜନାରେ ୨୦ ହଜାର ହସ୍ପିଟାଲକୁ ସଂଯୋଗ କରାଯିବ। ୨୦୨୫ ସୁଦ୍ଧା ଦେଶରୁ ଟିବି ରୋଗର ଅନ୍ତ ଘଟାଇବା ପାଇଁ ଯୋଜନା କରାଯାଇଛି। ଚାଷୀଙ୍କ ପାଇଁ ୧୬ ସୂତ୍ରୀ ଯୋଜନା ଲାଗୁ କରିବାକୁ ସୀତାରମଣ ସୂଚନା ଦେଇଛନ୍ତି। ଚାଷୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। କ୍ଷୀର, ମାଛ, ମାଂସ ସଂରକ୍ଷଣ ପାଇଁ ନୂଆ ଯୋଜନା କରାଯିବ। ଏହା ଦ୍ୱାରା ଏହି କ୍ଷେତ୍ର ସହିତ ଜଡ଼ିତ ଥିବା ଚାଷୀ ଉପକୃତ ହୋଇପାରିବେ। ସେହିପରି ୨୦୨୫ ସୁଦ୍ଧା ଦୁଗ୍ଧ ଉତ୍ପାଦନ ୨ଗୁଣା କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହାକୁ ୧୦୮ ନିୟୁତ ଟନ୍‌ରେ ପହଞ୍ଚାଇବା ଲାଗି ସରକାର ଯୋଜନା କରିଛନ୍ତି। ଏହା ସହିତ ଚାଷୀଙ୍କ ପାଇଁ ଭଣ୍ଡାର ଯୋଜନା ଲାଗୁ କରାଯିବା ନେଇ ଅର୍ଥନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଲକ୍ଷେ ୧୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୭।୪: ଦେଶରେ କରୋନାର ସଂକ୍ରମଣ ଥମିବାର ନା ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ି ଚାଲିିଛି। ଦେଶରେ ଲଗାତାର ଗତ ୪ ଦିନ ନୂଆ ଆକ୍ରାନ୍ତଙ୍କ...

୨୯ ମିଡିଆ କର୍ମୀ କରୋନା ପଜିଟିଭ୍‌

ନଏଡା,୨୦ା୫: କରୋନା ଭୂତାଣୁ ଆତଙ୍କ ଲାଗିରହିଥିବା ବେଳେ ନଏଡାରେ ୩୧ ନୂଆ କରୋନା ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୨୯ ଜଣ ଏକ ଘରୋଇ...

ଆଇଏସ୍‌ ପାଇଁ କାମ କରୁଛନ୍ତି ଭାଜପା, ବଜରଙ୍ଗ ଦଳ କର୍ମୀ: ଦିଗ୍‌ବିଜୟ

ନୁଆଦିଲ୍ଲୀ,୬।୧୦: କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ଭାରତୀୟ ଜନତା ପାର୍ଟି(ଭାଜପା) ଓ ବଜରଙ୍ଗ ଦଳ ଉପରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଏମାନେ ପାକିସ୍ତାନର ଆତଙ୍କବାଦୀ...

ପୁଲଓ୍ବାମାରେ ପୁଣି ଆଇଇଡି ବିସ୍ଫୋରଣ ପାଇଁ ଆତଙ୍କବାଦୀଙ୍କ ଯୋଜନା: ଗୋଇନ୍ଦା ରିପୋର୍ଟ

ଶ୍ରୀନଗର,୬।୭: ପୁଲଓ୍ବାମାରେ ପୁଣି ଥରେ ବିସ୍ଫୋରଣ ପାଇଁ ଆତଙ୍କବାଦୀ ଯୋଜନା କରିଛନ୍ତି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ପୁଲଓ୍ବାମାରେ...

୯ ଜଣଙ୍କ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ

ହାଇଦ୍ରାବାଦ,୨୯।୧୦: ନିଜର ପୂର୍ବ ଅପରାଧକୁ ଲୁଚାଇବା ପାଇଁ ୯ ଜଣ ଦାଦନ ଶ୍ରମିକଙ୍କୁ ହତ୍ୟା କରିଥିବା ବିହାର ବେଗୁସରାଇ ଜିଲାର ସଞ୍ଜୟ କୁମାର ଯାଦବଙ୍କୁ ତେଲଙ୍ଗାନାର...

‘ଇସ୍‌ଲାମରେ ହିଜାବ ଜରୁରୀ ପ୍ରଥା ନୁହେଁ’

ବେଙ୍ଗାଲୁରୁ,୧୮।୨: ଇସ୍‌ଲାମରେ ହିଜାବ ଏକ ଅତ୍ୟାବଶ୍ୟକ ଧର୍ମୀୟ ପ୍ରଥା ନୁହେଁ ବୋଲି କର୍ନାଟକ ସରକାର ଶୁକ୍ରବାର ହାଇକୋର୍ଟଙ୍କୁ କହିଛନ୍ତି। ଏହାର ବ୍ୟବହାରକୁ ରୋକିବା ଭାରତୀୟ ସମ୍ବିଧାନର...

ବିରୋଧୀ ଦଳର ଅସ୍ତିତ୍ୱ ହରାଇବ କି କଂଗ୍ରେସ

ନୂଆଦିଲ୍ଲୀ,୨୧।୩: ଗତ ଦୁଇଟି ବିଧାନସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ମେଣ୍ଟ ବହୁମତ ସହ କ୍ଷମତାକୁ ଫେରିଛି। ଯାହାଦ୍ୱାରା ବିରୋଧୀ ଦଳଙ୍କ ପାଇଁ ଏକ...

ଉପହାର କୂଟନୀତି: ଜିନ୍‌ପିଙ୍ଗ୍‌ଙ୍କ ଫଟୋ ଥିବା ସିଲ୍କ କପଡ଼ା ଦେଲେ ମୋଦି

ମାମଲ୍ଲାପୁରମ୍‌,୧୨।୧୦: ଭାରତ-ଚାଇନା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପହାର କୂଟନୀତିର ସାହାରା ନେଇଛନ୍ତି। ସେ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ...

Advertisement
Archives

Model This Week