ଗାଁବାସୀକୁ ସମସିଆ ପଚାରି ବୁଝ୍‌ଲେ ବିଡିଓ

ଅତାବିରା, ୧୭।୭ (ଡି.ଏନ୍‌.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ର ଭିନେ ଭିନେ ଗଁାର ସମସିଆ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଲାଗ୍‌ ଲାଗ୍‌ ଖବର ବାହାରିଥିଲା। ଖବର ବାହାରଲାରୁ ଭେଡ଼େନ ବିଡିଓ ମୂରଲୀଧର ନାୟକ ନିଜେ ପଁଚେତ୍‌ର ଭିନେ ଭିନେ ଗଁାକେ ଯାଇ, ଲୁକ୍‌କୁ ଭେଟି ସମସିଆ ବାବ୍‌ଦେ ପଚାରି ବୁଝିଛନ୍‌। ବିଡିଓ ନାୟକ ଦେଶଭଟିଲି, ଦେଶପଥର୍ଲା, ସାଲନା, ଉଦେପୁର ଗଁାକେ ଚଲତି ମାସ ପରିଦରଶନରେ ଆସିଥିଲେ। ସେନ୍‌ତା ଗଲା ମଙ୍ଗଲବାର ବିଡିଓ ଉଦେପୁର ଗଁାକେ ଆସି ଲୁକ୍‌କୁ ଭେଟି ତାକର ଦୁଖ୍‌ଦୁରଦଶା ଦେଖବାର ସଂଗେ ସମସିଆ ସବୁକେ ରେକର୍ଡ କରି ଫିରିଛନ୍‌। ଗଲା ଜୁନ୍‌ ୨୮ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ତାତିରେ ସିଝ୍‌ଲେ, ବରଷାରେ ଭିଜ୍‌ବେ’, ‘ତାରପଲିନ୍‌ ତଲେ ବୁଢ଼ାବୁଢ଼ି, ପରହର ଘରେ ପୁଓବହ’ ଶୀରଷକ୍‌ରେ ଖବର ବାହାରିଥିଲା। ଇତାର ପରେ ବିଡିଓ ନାୟକ ଉଦେପୁର ଗଁାର ଶାନ୍ତି ସେଟ ଆର କୃଷ୍ଣ ବନଛୁରକଁର ପରିବାରକେ ଭେଟି ଆବାସ ଯୋଜନାରେ ସାମିଲ କରବାର ଲାଗି କଥା ଦେଇଛନ୍‌। ଇତାର ବାହାରେ ଗଁାରେ ଭତା ଯୋଜନାରୁ ବାଦ୍‌ ପଡ଼ିଥିବାର ବିଧବା, ବୁଢ଼ାବୁଢ଼ି, ଦିବ୍ୟାଙ୍ଗମାନେ ଦରକାରୀ କାଗଜପତର ଦାଖଲ କଲେ ସେମାନକୁ ଭତା ଯୋଜନାରେ ସାମିଲ କରବାର ବେବସ୍‌ତା କରାଯିବା ବଲି ବିଡିଓ ଗଁାବାସୀକୁ କହିଥିଲେ। ବିଡିଓକଁର ସହଯୋଗ ମନ୍‌ଭାବକେ ଗଁାବାସୀ ବଡ଼ଭାରି ପରଶଁସା କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

ଭାରସାମ୍ୟ ହରାଇ ଗଛକୁ ପିଟିଲା ବୁଲେଟ୍, ୩….

ଭଞ୍ଜନଗର,୧୪।(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ରାସ୍ତାର କଣ୍ଟେଇପଲ୍ଲୀ ଛକ ନିକଟରେ ଥିବା ଜଳଭଣ୍ଡାର ଗୋଲେଇ ଠାରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରବିବାର…

ଚାମେଲି ଓଝାଙ୍କ ସମର୍ଥନରେ ବେତାଳିଗାଁ ବଜାରରେ ବିଶାଳ ପ୍ରତିବାଦ ସଭା, ଗର୍ଜିଲେ ଜନସାଧାରଣ

ତିହିଡ଼ି,୧୪।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରଠାରେ ପାଳାସାହି ଗ୍ରାମପଞ୍ଚାୟତ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri