ଗଳାପୋଲ ଦାବିରେ ଆନ୍ଦୋଳନ ଜାରି

ଭଦ୍ରକ ଅଫିସ, ୩୧।୧୨- ଭଦ୍ରକ ରାଣୀତାଲରେ ଗଳାପୋଲ ନିର୍ମାଣ ଦାବି ନେଇ ଗତ ୨୪ ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଜାରି ରହିଛି। ସୋମବାର ଆନ୍ଦୋଳନ ୭ମ ଦିନରେ ପହଞ୍ଚିଛି। ରାଣୀତାଲ ବିକାଶ ମଞ୍ଚ ଆହ୍ବାନରେ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବା ବଜାର କମିଟି, ସାହିତ୍ୟ ସଂସ୍କୃତି ପରିଷଦ ଓ ଅନ୍ୟ ସଙ୍ଗଠନର କର୍ମକର୍ତ୍ତା ସାତ ଦିନ ହେଲା ଏଠାରେ ୧୬ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାମ ବନ୍ଦ ରଖିଛନ୍ତି। ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ସୋମବାର ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚି ସମର୍ଥନ ଜଣାଇଛନ୍ତି। ସନ୍ଧ୍ୟାରେ ବିଧାୟକ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିବା ସହ ସର୍ବଦା ରାଣୀତାଲବାସୀଙ୍କ ସହ ସେ ଅଛନ୍ତି ବୋଲି କହିଥିଲେ। ରାଣୀତାଲରେ ଫ୍ଲାଏଓଭର ହେଉ କିମ୍ବା ଗଳାପୋଲ ନିତାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।
ଭଦ୍ରକ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ପ୍ରଫୁଲ୍ଲ ନାୟକ ମଧ୍ୟ ଯୋଗଦେଇ ଦାବି ଯଥାର୍ଥ ବୋଲି ପ୍ରକାଶ କରିଥିଲେ। ଅନ୍ୟପକ୍ଷେ ଆନ୍ଦୋଳନକାରୀଙ୍କ ଏକ ପ୍ରତିନଧିଦଳ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ମାଧ୍ୟମରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଫୋନ୍‌ ଯୋଗେ ଆଲୋଚନା କରିଥିବା ସୂଚନା ମିଳିଛି। ଆନ୍ଦୋଳନ ଜାରି ରହିଥିବାବେଳେ କୌଣସି ପ୍ରଶାସନିକ ଅଧିକାରୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁ ନ ଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ଅନ୍ୟମାନଙ୍କ ମଧ୍ୟରେ ଜଗଦଳପୁରର ପୂର୍ବତନ ସରପଞ୍ଚ ବିଜୟ ମହାପାତ୍ର, ରାହାଞ୍ଜର ପୂର୍ବତନ ସରପଞ୍ଚ ରବୀନ୍ଦ୍ର ସାହୁ, ପ୍ରହ୍ଲାଦ ପଣ୍ଡା, ରମ୍ଭିଳାର ପୂର୍ବତନ ସରପଞ୍ଚ ଗଣେଶ ପଣ୍ଡା, ଆଇନଜୀବୀ କରୁଣାକର ଦାଶ, ଗଣେଶ ପ୍ରସାଦ ଦାଶ, କେଦାର ମହାପାତ୍ର, ସଂଗ୍ରାମ କର, ବଜାର କମିଟି ସଭାପତି ସୁକାନ୍ତ ସାହୁ ଓ ସମ୍ପାଦକ ଜ୍ୟୋତିପ୍ରକାଶ କର, ଯୁବନେତା ରାଜେନ୍ଦ୍ର ଦାଶ, ଶରତ କବି,ରମେଶ ଜେନା, ରାଜକିଶୋର ମହାପାତ୍ର ଓ ସଞ୍ଜିତ୍‌ କୁମାର ଲେଙ୍କା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

ହାଇଓ୍ବା ଧକ୍କାରେ ସ୍କୁଟିଚାଳକ ମୃତ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଟ୍ରକ୍‌କୁ ଦ୍ରୁତଗତିରେ ଆସି ଜଣେ ବାଇକ୍‌କୁ ଧକ୍କା…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତିଆରି ହେବ ମହାଲକ୍ଷ୍ମୀ କରିଡର, ୫୦୦ ମହିଳା…

ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ ହୋଇଛନ୍ତି । ବିଇଓ ଗୁରୁବାର…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri