Posted inଖେଳ

ଗଲ୍‌ଫ ଖେଳାଳି ନିକ୍‌ ଓ୍ବାଟ୍‌ନୀଙ୍କୁ କରୋନା

ହିଲଟନ ହେଡ୍‌ ଆଇଲାଣ୍ଡ (ୟୁ.ଏସ୍‌.ଏ)୨୧ା୬: ପାଞ୍ଚ ଥର ପିଜିଏ ଟୁର୍‌ ବିଜେତା ନିକ୍‌ ଓ୍ବାଟ୍‌ନୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। କିଛି ଦିନ ବନ୍ଦ ରହିବା ପରେ ଗତ ସପ୍ତାହରୁ ଗଲ୍ଫ ଖେଳ ପୂରା ଦମ୍‌ରେ ଆରମ୍ଭ ହେବାପରଠାରୁ କରୋନାରେ ସଂକ୍ରମିତ ହେବାରେ ପ୍ରଥମ ପିଜିଏ ଟୁର୍‌ ଖେଳାଳି। ଓ୍ବାଟ୍‌ନୀ ତୁରନ୍ତ ଶୁକ୍ରବାର ଆରବିସି ହେରିଟେଜ୍‌ରୁ ଓହରିଯାଇଛନ୍ତି। ପିଜିଏ ଟୁର୍‌ ପ୍ରୋଟୋକଲ୍‌ ଅନୁସାରେ ସେ ଅତି କମ୍‌ରେ ୧୦ଦିନ ସେଲ୍‌ଫ ଆଇସୋଲେଶନରେ ରହିବେ। ଓ୍ବାଟ୍‌ନୀ ଓପନିଂ ରାଉଣ୍ଡରେ ଭନ୍‌ ଟେଲର ଓ ଲ୍ୟୁକ୍‌ ଲିଷ୍ଟ୍‌ଙ୍କ ସହିତ ଖେଳିଥିଲେ। ଓ୍ବାଟ୍‌ନୀ ଗତ ସପ୍ତାହରେ ଟେକ୍ସାସ୍‌ର ଫୋର୍ଟ ଓ୍ବର୍ଥସ୍ଥିତ କଲୋନିଆଲଠାରେ ଅନୁଷ୍ଠିତ ଚାଲ୍ସ ସ୍କ୍ବାବ୍‌ ଚ୍ୟାଲେଞ୍ଜ୍‌ରେ କଟ୍‌ ମିସ୍‌ କରିଥିଲେ। ସେଠାରୁ ସେ ସାଉଥ୍‌ କରୋଲିନା ଗସ୍ତ କରିଥିଲେ। ହାରବୋର୍‌ ଟାଉନ୍‌ରେ ସେ ପହଞ୍ଚତ୍ବାପରେ ତାଙ୍କର କରୋନା ଭାଇରସ ଟେଷ୍ଟ ହୋଇଥିଲା ଏବଂ ତାହା ନେଗେଟିଭ୍‌ ଆସିଥିଲା। ଏଠାରେ ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡରେ ଓ୍ବାଟ୍‌ନୀ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କ ଦେହରେ କରୋନା ଦେଖାଦେବାରୁ ଡାକ୍ତରୀ ପରୀକ୍ଷା କରାଯାଇଥିଲା ଏବଂ ଫଳାଫଳ ପଜିଟିଭ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଭିଡ-୧୯: ଲଙ୍କାସାୟାର ଚେୟାରମ୍ୟାନ ଡେଭିଡ ହଜକିସ୍‌ଙ୍କ ମୃତ୍ୟୁ

ଲଣ୍ଡନ,୩୧।୩ (ପି.ଟି.): ବିଶ୍ୱରେ କୋଭିଡ- ୧୯ ତା’ର ଆତଙ୍କ ଜାରି ରଖିଛି। ଲଙ୍କାସାୟାର କାଉଣ୍ଟି କ୍ରିକେଟ କ୍ଲବ ଚେୟାରମ୍ୟାନ ଡେଭିଡ ହଜକିସ୍‌ ଏହି ଭାଇରସ୍‌ ଦ୍ୱାରା...

ସୁଶାନ୍ତଙ୍କ ଶେଷ ଫିଲ୍ମ ଦେଖିଲେ କାନ୍ଦିଲେ ଏହି କ୍ରିକେଟର

ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଗତ ଶୁକ୍ରବାର ଓଟିଟ ପ୍ଲାଟଫର୍ମରେ ରିଲିଜ୍‌ ହୋଇଛି। ରିଲିଜ୍‌ ହେବା ମାତ୍ରେ ସବୁ...

ଇଂଲଣ୍ଡରେ ଟେନିସ କୋର୍ଟ, ଗଲ୍ଫ କୋର୍ସ ପୁଣି ଖୋଲାଯିବ

ଲଣ୍ଡନ,୧୧।୫ (ଏପି): ବୁଧବାରଠାରୁ ଇଂଲଣ୍ଡରେ ଟେନିସ କୋର୍ଟ ଓ ଗଲ୍ଫ କୋର୍ସ ସବୁ ପୁଣି ଖୋଲାଯିବ ବୋଲି ବ୍ରିଟିଶ୍‌ ସରକାର କହିଛନ୍ତି। ତେବେ ନିଜ ସାଥି...

ବିଶ୍ୱକପ୍‌ ମଝିରେ ଭଉଣୀଙ୍କୁ ହରାଇଥିଲେ ଆକବର

ଢାକା, ୧୧।୨ (ପି.ଟି.)- ବାଂଲାଦେଶକୁ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ ଜିତାଇବାରେ ଅଧିନାୟକ ଆକବର ଅଲି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଭାରତ ପକ୍ଷରୁ ଧାର୍ଯ୍ୟ...

ଟେଷ୍ଟ କ୍ୟାରିୟରରେ ଅଧିନାୟକ ଭାବେ ବିରାଟଙ୍କ ସହ ପ୍ରଥମ ଥର ଘଟିଲା ଏପରି: ଶେଷ ହେଲା..

ଆଡିଲେଡ,୨୦।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଜିତି ସ୍ବଦେଶ ଫେରିବାକୁ ଆଶା ରଖିଥିଲେ ଅଧିନାୟକ ବିରାଟ କୋହଲି। ହେଲେ ତାହା ହୋଇପାରିଲା ନାହିଁ। ବିରାଟଙ୍କ...

ସୟଦ୍‌ ମୁସ୍ତାକ ଅଲି ଟ୍ରଫି: ଓଡ଼ିଶାକୁ ହରାଇଲା ହାଇଦ୍ରାବାଦ

ଭୁବନେଶ୍ୱର,୧୩।୧(ସ୍ପୋଟର୍‌ସ ବ୍ୟୁରୋ): ସୟଦ୍‌ ମୁସ୍ତାକ ଅଲି ଟ୍ରିଫିରେ ଓଡ଼ିଶା ତା’ର ଦ୍ୱିତୀୟ ପରାଜୟ ବରଣ କରିଛି। କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡର ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ...

ବିଶ୍ୱଚାମ୍ପିୟନଶିପ୍‌ ଟିମ୍‌ରେ ମେରୀକମ୍‌, ଲଭ୍‌ଲିନା

ନୂଆଦିଲ୍ଲୀ, ୮।୮ (ପି.ଟି.)- ଛ’ଥର ବିଶ୍ୱବିଜୟିନୀ ଏମ୍‌.ସି. ମେରୀକମ୍‌ ଓ ଲଭ୍‌ଲିନା ବୋରଗୋହିନ ଆଗାମୀ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ପାଇଁ ଭାରତୀୟ ଦଳରେ ମନୋନୀତ...

ବେଙ୍ଗାଲୁରୁ ଏଫ୍‌ସି କୋଚ୍‌ ବହିଷ୍କୃତ

ବେଙ୍ଗାଲୁରୁ, ୭।୧(ପି.ଟି.)- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ବେଙ୍ଗାଲୁରୁ ଏଫ୍‌ସିର ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ମୁଖ୍ୟ କୋଚ୍‌ କାର୍ଲେସ କ୍ୱାଡ୍ରାଟ୍‌ଙ୍କୁ ବହିଷ୍କାର କରାଯାଇଛି। ପୂର୍ବତନ...

Advertisement


Archives

Model This Week

Why Dharitri