ଗର୍ଭସ୍ଥ ଶିଶୁ ଓ ମା’ଙ୍କ ମୃତ୍ୟୁ ଘଟଣା: ବିନା ଫିଟ୍‌ନେସ,ଇନ୍ସ୍ୟୁରାନ୍ସରେ ଚାଲୁଥିଲା ଆମ୍ବୁଲାନ୍ସ

ବାରିପଦା ଅଫିସ,୧୧ା୧୦- ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ ପ୍ରସୂତିଙ୍କୁ ନେଇ ବାରିପଦା ମେଡିକାଲ ଆଣୁଥିବା ବେଳେ ଆମ୍ବୁଲାନ୍ସର ତେଲ ସରିଯାଇଥିଲା। ଫଳରେ ଅଧାବାଟରେ ଦୀର୍ଘ ସମୟ ଆମ୍ବୁଲାନ୍ସ ଅଟକି ରହିଥିଲା । ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ତାଙ୍କୁ ମେଡିକାଲ ଅଣାଯାଇଥିଲା। ମାତ୍ର ବିଳମ୍ବ ହେବାରୁ ପ୍ରସୂତି ଓ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ କରି ଗତ ୬ ତାରିଖରେ ଆମ୍ବୁଲାନ୍ସର ଡ୍ରାଇଭରଙ୍କୁ ନିଲମ୍ବିତ କରି ବିଭାଗ ଚୁପ୍‌ ବସିଛି। ପ୍ରକୃତ ଅବହେଳା କରିଥିବା ମେଡିକାଲ ଅଫିସର କିମ୍ବା ଅନ୍ୟ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହି ଘଟଣାରେ ପ୍ରକୃତ ଦୋଷୀଙ୍କୁ ବିଭାଗ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଆମ୍ବୁଲାନ୍ସ ରକ୍ଷଣାବେକ୍ଷଣର ସମ୍ପୂର୍ଣ୍ଣ ଦାୟିତ୍ୱ ଡ୍ରାଇଭରଙ୍କର ବୋଲି ବିଭାଗୀୟ ଅଧିକାରୀମାନେ ନିଜ ଉପରୁ ଦୋଷ ଛଡ଼ାଉଛନ୍ତି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଆମ୍ବୁଲାନ୍ସ ରହିଛି। ଅଦ୍ୟାବଧି ଏହାର ମରାମତି କରାଯାଇ ନାହିଁ। ଫଳରେ ରୋଗୀମାନେ ଏବେବି ଆମ୍ବୁଲାନ୍ସ ସେବା ପାଇ ପାରୁ ନାହାନ୍ତି। ଏହି ଆମ୍ବୁଲାନ୍ସ (ଓଆର ୧୧ ଜି-୯୭୮୩) ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନାମରେ ରେଜିଷ୍ଟ୍ରେଶନ ହୋଇଛି। ଏହି ଗାଡ଼ିିର ଫିଟ୍‌ନେସ ୨୦୧୬ ମେ ମାସ୧୨ ତାରିଖରେ ସରିଯାଇଛି। ସେହିପରି ୩୧ ମାର୍ଚ୍ଚ ୨୦୧୦ରୁ ଏହି ଗାଡିର ଇନ୍ସ୍ୟୁରାନ୍ସ ସରିଯାଇଛି। ଏଭଳି ପରିସ୍ଥିତିରେ କିଭଳି ଗାଡ଼ି ରୋଗୀମାନଙ୍କୁ ନିୟମିତ ଭାବେ ସେବା ଯୋଗାଇ ଆସୁଥିଲା ତାହା ବିସ୍ମୟ ସୃଷ୍ଟି କରିଛି।
ସରକାରଙ୍କ ପରିବହନ ବିଭାଗର ନିୟମ ମୁତାବକ କୌଣସି ଗାଡିର ଫିଟନେସ ଓ ଇନ୍ସ୍ୟୁରାନ୍ସ ନ ଥିଲେ ତାହା ରାସ୍ତାରେ ଚାଲିବା କଥା ନୁହେଁ। ଏହି ଗାଡ଼ି ଠାରୁ ନିୟମ ମୁତାବକ ଜରିମାନା ଆଦାୟ କରାଯିବ। ତେବେ ଠିକ୍‌ ସମୟରେ ବିଭାଗୀୟ ଅଧିକାରୀମାନେ କାହିଁକି ଗାଡ଼ିିର ଫିଟନେସ୍‌ ଓ ଇନ୍ସ୍ୟୁରାନ୍ସ କରି ନ ଥିଲେ ବୋଲି ପ୍ରଶ୍ନ ଉଠୁଛି। ଏ ସମ୍ପର୍କରେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ଲକ୍ଷ୍ମୀପ୍ରିୟା ପ୍ରଧାନଙ୍କୁ ପଚାରିବାରୁ ଗାଡ଼ିର ସମସ୍ତ କାଗଜପତ୍ର ଡ୍ରାଇଭରଙ୍କ ନିକଟରେ ରହିଥିଲା ଏବଂ ଅଫିସରେ ଗାଡ଼ି ସମ୍ବନ୍ଧୀୟ କିଛି କାଗଜପତ୍ର ନାହିଁ ବୋଲି କହିଛନ୍ତି। ସେହିପରି ଆମ୍ବୁଲାନ୍ସର ତେଲ ସରିବା ଘଟଣାର ତଦନ୍ତ ପାଇଁ ଯାଇଥିବା ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲା ପ୍ରୋଗ୍ରାମ ମ୍ୟାନେଜର ଅନିଲ କୁମାର ମହାନ୍ତଙ୍କୁ ପଚାରିବାରୁ ସେ କୁହନ୍ତି, ଏଡିଏମ(ଏଫଡବ୍ଳୁ) ଡ.ଜ୍ଞାନ ମହାନ୍ତିଙ୍କ ସହିତ ଏହି ଘଟଣାର ତଦନ୍ତ ପାଇଁ ଯାଇଥିଲେ। ଗାଡ଼ିିର ଡ୍ରାଇଭର, ଏଏନଏମ, ଆଶା କର୍ମୀ ଓ ଅନ୍ୟମାନଙ୍କ ବୟାନ ରେକର୍ଡ କରାଯାଇଛି। ଏଥିରେ ଡ୍ରାଇଭରଙ୍କ ଅବହେଳା ଥିବା ଜଣାପଡିଥିଲା। ତେବେ ତଦନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଗାଡିର ଫିଟନେସ ଓ ଇନ୍ସ୍ୟୁରାନ୍ସ ନ ଥିବା ଘଟଣାରେ ତଦନ୍ତ କରାଯିବ। ସିଡିଏମଓଙ୍କ ସହିତ ଏନେଇ ଆଲୋଚନା କରିବେ। ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଗତ ଶୁକ୍ରବାର ବାଙ୍ଗିରିପୋଷି ଥାନା ଅଧୀନ ହାଣଦା ଗ୍ରାମର ଚିତ୍ତରଞ୍ଜନ ମୁଣ୍ଡାଙ୍କ ସ୍ତ୍ରୀ ତୁଳସୀ ପ୍ରସବ ବେଦନା ଅନୁଭବ କରିବାରୁ ରାତି ପ୍ରାୟ ୧୧ ଟା ବେଳେ ତାଙ୍କୁ ବାଙ୍ଗିରିପୋଷି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା କରୁଥିବା ଡାକ୍ତର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଦର୍ଶାଇ ବାରିପଦା ପିଆରଏମ ମେଡିକାଲକୁ ନେବାକୁ କହିଥିଲେ। ରାତି ୧୨ଟା ପରେ ତୁଳସୀଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଥିବା ଏକ ଆମ୍ବୁଲାନ୍ସରେ ବାରିପଦା ପଠାଯାଇଥିଲା। ଗାଡ଼ିି ପ୍ରାୟ ୧୭ କି.ମି. ଯିବା ପରେ କାଠଶିର୍ଶୀ ନିକଟରେ ଏହାର ତେଲ ସରିଯାଇଥିଲା। ପ୍ରାୟ ୨ ଘଣ୍ଟା ଅଟକି ରହିବା ପରେ ବାରିପଦାରୁ ୧୦୮ ଆମ୍ବୁଲାନ୍ସ ଯାଇ ତୁଳସୀଙ୍କୁ ମେଡିକାଲକୁ ଆଣିଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ସେତେବେଳେ ଆମ୍ବୁଲାନ୍ସର ତେଲ ପାଇପ ଫାଟି ଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ସିଡିଏମଓ ଡା.ପ୍ରଦୀପ ମହାପାତ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିମାଣ୍ଡରେ ଗଲେ ଶର୍ମିଷ୍ଠା: ଫିଟିବ ଅଧିକ ଗୁମର

ଭଦ୍ରକ ଅଫିସ୍‌,୨୯।୩: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଏକ ୱେବ ପୋର୍ଟାଲର ମୁଖ୍ୟ ଶର୍ମିଷ୍ଠା ରାଉତଙ୍କ ସମେତ...

ଅସହ୍ୟ ହେଲା ଅତ୍ୟାଚାର: ସ୍ବାମୀଙ୍କ ଉପରେ ଗରମ ପାଣି ଢ଼ାଳିଦେଲେ ସ୍ତ୍ରୀ

ଦିଗପହଣ୍ଡି/ପାଟପୁର,୨୬ା୧୧(ଡି.ଏନ୍‌.ଏ.)- ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଅତ୍ୟାଚାର ସହି ନ ପାରି ସ୍ବାମୀଙ୍କ ଉପରେ ସ୍ତ୍ରୀ ଗରମ ପାଣି...

ବିଜେଡି ସର୍ବଦା କୃଷକଙ୍କ ସହ ରହିଛି: ସସ୍ମିତ

ଭୁବନେଶ୍ୱର,୮।୧୨(ବ୍ୟୁରୋ): କୃଷକ ମାନଙ୍କର ମୁଖ୍ୟ ସମସ୍ୟା ଏବଂ ସେମାନଙ୍କର ଆଶଙ୍କା ଦୂର କରିବା ଆବଶ୍ୟକ। ଆସନ୍ତା ୯ ତାରିଖରେ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ...

ରାସ୍ତାରେ ଧାନତଳି ରୋଇଲେ ଗ୍ରାମବାସୀ

ବାହାନଗା, ୨୮ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ତଳକରଞ୍ଜାବିନ୍ଧା ଗ୍ରାମର ୨ ନମ୍ବର ୱାର୍ଡର ମୁଖ୍ୟ ରାସ୍ତାରେ ଏବେ ବର୍ଷା ପାଣି ଲହଡି ଖେଳୁଛି।...

ବ୍ୟବହାର ହୋଇପାରୁନି ସ୍କୁଲ ଶୌଚାଳୟ

ଗୋପାଳପୁର,୧୫।୨(ଡି.ଏନ.ଏ.):ରାଜ୍ୟ ସରକାର ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ପ୍ରତି ବିଦ୍ୟାଳୟରେ ଶୌଚାଳୟ କରାଯିବାକୁ ଗୁରୁତ୍ୱ ଦିଆଯାଇଛି। ତେବେ ଶିକ୍ଷୟିତ୍ରୀ...

ଚାଷଜମି, ଭିଟାମାଟି ଛାଡ଼ିବାକୁ ୩ ଗ୍ରାମବାସୀ ନାରାଜ

ଆର.ଉଦୟଗିରି,୧୮ା୧୦(ଡି.ଏନ.ଏ.): ୨୦୧୮ରେ ହୋଇଥିବା ତିତ୍‌ଲି ବାତ୍ୟାରେ ଆର.ଉଦୟଗିରି ବ୍ଲକ ଅନଗାଁ ପଞ୍ଚାୟତର କିମ୍ବସିଂ, ବଡିହର ଓ ଦଳେଇସାହି ଗାଁର କ୍ଷତିଗ୍ରସ୍ତ ହୋଇଥିଲା। ୩ ଖଣ୍ଡ ଗାଁରେ...

କାଳିଆ ଯୋଜନାରେ ଠକେଇ: ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖିଲେ ଅକ୍ଷୟ

ଭୁବନେଶ୍ୱର,୩ା୧(ବ୍ୟୁରୋ): ଚାଷୀଙ୍କ ଜୀବିକା ସୁରକ୍ଷା ସକାଶେ ରବି ଏବଂ ଖରିଫ ଋତୁରେ ସରକାର ବର୍ଷକୁ ୧୦ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସରକାର ଏହି...

ଇଞ୍ଜେକ୍ସନ ନେଇ ୨୦ ରୋଗୀ ଗୁରୁତର

ବ୍ରହ୍ମପୁର ଅଫିସ,୩୦ା୭: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ମେଡିସିନ ବିଭାଗର ୟୁନିଟ -୧ ଓ ୟୁନିଟ...

Advertisement
Archives

Model This Week