ଗମ୍ଭୀର ହେଉଛି ବନ୍ୟା ପରିସ୍ଥିତି

ବାଲେଶ୍ୱର ଅଫିସ/ବସ୍ତା, ୨୦।୮(ସ୍ବ.ପ୍ର.)-ଉତ୍ତରଓଡ଼ିଶାରେ ଗତ ୫ଦିନ ଧରି ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି। ସଦର ବ୍ଲକର ୨ ପଞ୍ଚାୟତ, ରେମୁଣା ବ୍ଲକର ୩ ପଞ୍ଚାୟତ ଓ ବସ୍ତା ବ୍ଲକର ୧୦ପଞ୍ଚାୟତର ଅଧୀନ ଗ୍ରାମ ସହ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ଜିଲା ଦେଇ ପ୍ରବାହିତ ହେଉଥିବା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସନ୍ଧ୍ୟା ୭ଟା ସୁଦ୍ଧା ବୁଢ଼ାବଳଙ୍ଗ ନଦୀର ବିପଦସଙ୍କେତ ୮.୧୩ ମିଟର ଥିବାବେଳେ ଜଳସ୍ତର ୬.୭୦ ମିଟର ରହିଛି ା ଜଳକା ନଦୀର ବିପଦ ସଙ୍କେତ ୫.୫ ମିଟର ଥିବାବେଳେ ଜଳସ୍ତର ୬.୪୬ ମିଟର, ସୁବର୍ଣ୍ଣରେଖା ନଦୀର ବିପଦସଙ୍କେତ ୧୦.୩୬ ମିଟର ଥିବାବେଳେ ଜଳସ୍ତର ୭.୩୮ ମିଟର ରହିଛି। ଏନେଇ ନଦୀ ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ା ପ୍ରଶାସନ ଏଥିପ୍ରତି ସଜାଗ ରହିଛି।
ଜଳକା ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବସ୍ତା ବ୍ଲକର ସଦାନନ୍ଦପୁର, ବାହାର୍ଦ୍ଦା, ମଥାନୀ, ପତ୍ରଝଡ଼ା, ମୁକୁଳୁସି ଓ ଦରୋଡ଼ା ପଞ୍ଚାୟତରେ ତଳିଅଞ୍ଚଳ ବନ୍ୟାଜଳ ପ୍ରବେଶ କରିଛି ା ଗତ ୨ଦିନ ହେଲା ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ରବିବାରଠାରୁ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି। ଅନିୟମିତ ବର୍ଷା ଯୋଗୁ ଚାଷ କାମ ବିଳମ୍ବ ହୋଇଥିଲା। ଚାଷଜମି ଏବେ ବନ୍ୟାଜଳରେ ବୁଡ଼ି ରହିଛି ା ଫଳରେ ଚାଷ ନଷ୍ଟ ହେବାର ଆଶଙ୍କା କରାଯାଇଛି। ପ୍ରଶାସନ ପକ୍ଷରୁ ବନ୍ୟାର ମୁକାବିଲା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଇଛି ା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଉପଜିଲାପାଳ ନୀଲୁ ମହାପାତ୍ର, ଆରଡ଼ି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନନ୍ଦଦୁଲାଲ ଘଡେଇ, ଇରିଗେଶନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ ମଲ୍ଲିକ, ସହକାରୀ ନିର୍ବାହୀଯନ୍ତ୍ରୀ ନିର୍ମଳକାନ୍ତି ଜେନା, ସହକାରୀ ଯନ୍ତ୍ରୀ ଜୟକୃଷ୍ଣ ବେହେରା, କ୍ଷୁଦ୍ର ଜଳସେଚନ ଏସ୍‌ଡ଼ିଓ ଅରୁଣ କୁମାର ଦେ, ବସ୍ତା ତହସିଲଦାର ନରେନ୍ଦ୍ର ଖମାରୀ, ବିଡ଼ିଓ କୁକୁମୀନା ଦାସ ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ସମୁଦ୍ର ଜୁଆରିଆ ଥିବାରୁ ବନ୍ୟାଜଳ ଧୀରେ ଧୀରେ ହ୍ରାସ ପାଉଛି। ବାହାର୍ଦ୍ଦା ପଞ୍ଚାୟତର ଶିବଗୋତିଆଠାରେ ନଦୀ ବନ୍ଧ ଅତଡ଼ା ଖାଉଥିବାରୁ ସେଠାରେ ବାଲି ବସ୍ତା ପକାଇବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତଳତାପଣ୍ଡା, ସାନଖୁଡି ଆଦି ଅଞ୍ଚଳ ଜଳମଗ୍ନ ହୋଇଛି ା ଶିବଗୋତିଆଠାରେ ଆରଡି ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ପୋଲର ଉଭୟ ପାର୍ଶ୍ୱ ଅତଡା ଖାଉଥିବାରୁ ସେଠାରେ ମଧ୍ୟ ବାଲି ବସ୍ତା ପକାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଡ଼ିଓ କୁକୁମୀନା ଦାସ କହିଛନ୍ତି, ବନ୍ୟା ପରିସ୍ଥିତି ଗମ୍ଭୀର ହୋଇନାହିଁ, ତଥାପି ସ୍ଥିତି ଉପରେ ପ୍ରଶାସନ ତୀକ୍ଷଣ ନଜର ରଖିଛି ା


Enter your email to get our daily news in your inbox.

All Right Reserved By Dharitri.Com

୨୦ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା

କଟକ ଅଫିସ, ୧୨।୧୧:୨୦ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନା ବାବଦ ଟଙ୍କା ଯାଇଛି। ଏମାନଙ୍କୁ କିଏ ହିତାଧିକାରୀ ଚିହ୍ନଟ କଲା ଓ ଏହି...

ଅଜିତ ଦାସଙ୍କୁ ‘ଜୀବନବ୍ୟାପୀ ସାଧନା’ ପୁରସ୍କାର

ଭୁବନେଶ୍ୱର, ୨୮।୩ (ବ୍ୟୁରୋ): ଓଡ଼ିଶାର ଅଗ୍ରଣୀ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ହ୍ବାଇଟ୍‌ କାନ୍‌ଭାସ ପକ୍ଷରୁ ଶନିବାର ସ୍ଥାନୀୟ ଏକ ହୋଟେଲରେ ୧୦ମ ରୁଚି ଓଫା ଆଓ୍ବାଡର୍‌ସ ଉତ୍ସବ...

କମେଣ୍ଟ ମାରୁଥିବା ଯୁବକଙ୍କୁ କାବୁ କରି ପୋଲିସ ଜିମାଦେବା ଘଟଣା: ଶର୍ମିଷ୍ଠାଙ୍କୁ ସମ୍ମାନିତ କଲେ ଏସ୍‌ପି

ବଲାଙ୍ଗୀର ଅଫିସ, ୨ା୧୦-ହାଇସ୍କୁଲରେ ପଢୁଥିବା ଦୁଇ ସାନ ଭଉଣୀ ଓ ତାଙ୍କ ସହାପାଠିନୀଙ୍କୁ ବାରମ୍ବାର କମେଣ୍ଟ ମାରି ହଇରାଣ କରୁଥିବା ଜଣେ ଉଦ୍ଧତ ଯୁବକଙ୍କୁ ବିଚ୍‌...

କମ୍‌ ବର୍ଷା ଯୋଗୁ ଚିନ୍ତାରେ ଚାଷୀ

ଜଗତ୍‌ସିଂହପୁର ଅଫିସ,୨୦ା୬: କମ୍‌ ବର୍ଷା ଯୋଗୁ ଜଗତ୍‌ସିଂହପୁର ଜିଲାର ଚାଷୀ ଚିନ୍ତାରେ ପଡିଛନ୍ତି। କାରଣ ବର୍ଷା ହେଲେ ରଜ ପରେ ଚାଷୀ ବିଲରେ ବିହନ ବୁଣିବା...

ତଳିଆ ଅଞ୍ଚଳର ସ୍ଥିତି ସମୀକ୍ଷା କଲେ ବିଏମ୍‌ସି ମେୟର

ଭୁବନେଶ୍ବର,୧୧।୫(ବ୍ୟୁରୋ) : ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’। ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାରରୁ ବର୍ଷା ଲାଗି...

ଲାଞ୍ଚ ନେଇ ପୋଲିସ ଏଏସ୍‌ଆଇ ଗିରଫ

ବୌଦ୍ଧ, ୨୬ା୧୧(ସ୍ବ.ପ୍ର.): ଲାଞ୍ଚ ନେଇ ଗିରଫ ହେଲେ ପୋଲିସ ଏଏସ୍‌ଆଇ। ବୌଦ୍ଧ ଜିଲା ବୌଦ୍ଧ ଥାନା ଅଧୀନ ଜହ୍ନାପଙ୍କ ଫାଣ୍ଡି ଏଏସ୍‌ଆଇ ମଦନ ମୋହନ ପ୍ରଧାନ...

କଲରାପତରିଆ ବାଘ ଚମଡ଼ା ଜବତ, ୫ ଗିରଫ

ବାରିପଦା ଅଫିସ/ବିଶୋଇ, ୨୦।୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଟାର୍ଗେଟ କରିଛନ୍ତି ବାଘଛାଲ ବେପାରୀ। ଶିମିଳିପାଳ ପାଦଦେଶରେ ମଙ୍ଗଳବାର କଲରାପତରିଆ ବାଘଚମଡା ବିକ୍ରି ନିମନ୍ତେ ଡିଲ୍‌ ଚାଲିଥିବା...

ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ

ଭୁବନେଶ୍ୱର.୨୮।୬(ବ୍ୟୁରୋ): ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ୨୦୧୯-୨୦ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥିରେ ବ୍ୟୟ ବରାଦ ରହିଛି ୧ଲକ୍ଷ ୩୯ ହଜାର...

Advertisement
Archives

Model This Week