Posted inଖେଳ

ଗତ ୧୦ ବର୍ଷରେ କ୍ରିକେଟର ବାଦ୍‌ଶାହ ପାଲଟିଛନ୍ତି ‘ବିରାଟ କୋହଲି’

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଗତ ୧୦ ବର୍ଷ ଭିତରେ କ୍ରିକେଟର ବାଦ୍‌ଶାହ ପାଲଟିଯାଇଛନ୍ତି। ଏକଦିବସୀୟ ମ୍ୟାଚରେ ଶତକ ହାସଲ କରିବାରେ ସେ ଏବେ କେବଳ ସଚିନ ତେନ୍ଦୁଲକରଙ୍କଠାରୁ ପଛରେ ରହିଯାଇଛନ୍ତି। ୨୦୧୦ରୁ ୨୦୧୯ ମଧ୍ୟରେ ଏକଦିବସୀୟ କ୍ରିକେଟରେ ଅନେକ ରେକର୍ଡ ଭାଙ୍ଗିଛନ୍ତି ବିରାଟ। ଗତ ୧୦ ବର୍ଷ ମଧ୍ୟରେ ସେ ଏକଦିବସୀୟ କ୍ରିକେଟରେ ୧୧୧୨୫ ରନ୍‌ ସ୍କୋର କରିଛନ୍ତି। ଯାହାକି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ସର୍ବାଧିକ ସ୍କୋର। ଏହି ସମୟ ମଧ୍ୟରେ ବିରାଟ ୪୭ଟି ଶତକ ଲଗାଇବା ସହ ୫୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିପରି ୨୦୧୦ରୁ ୨୦୧୯ ମଧ୍ୟରେ ସେ ୧୦୩୮ ଚୌକା ଲଗାଇଛନ୍ତି। ୩୫ଥର ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଏବଂ ୭ଥର ମ୍ୟାନ୍‌ ଅଫ୍‌ ଦ ସିରିଜ୍‌ ପୁରସ୍କାର ପାଇଛନ୍ତି। ଫିଲ୍ଡିଂରେ ମଧ୍ୟ ବିରାଟ ୧୧୭ଟି କ୍ୟାଚ୍‌ ଧରିବାରେ ସକ୍ଷମ ହୋଇଛନ୍ତି। ୧୦ ଭିତରେ ବିଶ୍ୱର କୌଣସି ବ୍ୟାଟ୍ସମ୍ୟାନ୍‌ ଏହି ସମସ୍ତ ଉପଲବ୍ଧି ହାସଲ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ଚାପରେ ଦେଖିବା ଖୁସି ଦେଉଛି; ଏଣୁ ପୂର୍ବ ଖେଳାଳିଙ୍କ ସହ ପଡ଼ିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ: ଲାଙ୍ଗର

ମେଲବର୍ନ,୨୪।୧୨: ଭାରତ ବିପକ୍ଷରେ ଶନିବାର ଖେଲାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଗୁରୁବାର ଅଷ୍ଟ୍ରେଲିଆର ପ୍ରମୁଖ କୋଚ୍‌ ଜଷ୍ଟିନ ଲାଙ୍ଗର...

କ୍ରୁନାଲଙ୍କ ସଂସ୍ପର୍ଶରେ ଆସିଛନ୍ତି ଟିମ୍‌ ଇଣ୍ଡିଆର ୮ ଖେଳାଳି

ନୂଆଦିଲ୍ଲୀ,୨୭।୭: ଭାରତୀୟ ଦଳର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ମଙ୍ଗଳବାର ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦...

ଜାତୀୟସ୍ତରରେ ବଣ୍ଟିଙ୍କ କୃତିତ୍ୱ

ଜଗତ୍‌ସିଂହପୁର ଅଫିସ୍‌,୭।୨: ନିଷ୍ଠା, ଆତ୍ମବିଶ୍ୱାସ ଓ କଠୋର ପରିଶ୍ରମ ଆଗରେ ଦାରିଦ୍ର୍ୟତା ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ସ୍ଥାନୀୟ ଶିଶୁ ଆଶ୍ରମରେ। ଆଶ୍ରମର...

ବଟଲରଙ୍କୁ ଜରିମାନା

ଜୋହାନ୍ସବର୍ଗ, ୧୦ା୧ (ଏଏଫ୍‌ପି)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଇଂଲଣ୍ଡ ଉଇକେଟକିପର ଜୋସ୍‌ ବଟଲରଙ୍କୁ ତାଙ୍କ ମ୍ୟାଚ ଫି’ର ୧୫ ପ୍ରତିଶତ ଜରିମାନା କରିଛି। କେପ୍‌...

ରାୟଗଡ଼ାକୁ ୩ ସ୍ବର୍ଣ୍ଣ, ୧ ରୌପ୍ୟ

ରାୟଗଡା ଅଫିସ,୩୦ା୫: ପଶ୍ଚିମବଙ୍ଗର ହାୱଡାଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ରାୟଗଡ଼ାର ଶହୀଦ ଲକ୍ଷ୍ମଣ ନାୟକ ଜିମ୍‌ର ଲିପ୍‌ସା ଖୋସଲା(୧୩) ୫୩ ବର୍ଗରେ ଭାଗ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ହାଇଦ୍ରାବାଦ

ମୁମ୍ବାଇ,୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୋମବାର ୧୨ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବଦ ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ...

ମୁମ୍ବାଇର ଦ୍ୱିତୀୟ ବିଜୟ

ଆବୁଧାବି, ୨।୧୦:ଅଧିନାୟକ ରୋହିତ ଶର୍ମା, କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ସଫଳତା ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର...

ୟୁରୋପିଆନ୍‌ ଓପନ୍‌ ଚାମ୍ପିୟନ ମୁରେଙ୍କ ମାନ୍ୟତା ବୃଦ୍ଧି

ପ୍ୟାରିସ୍‌, ୨୨।୧୦(ଏଏଫ୍‌ପି)- ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଆଣ୍ଡି ମୁରେ ୟୁରୋପିଆନ୍‌ ଓପନ୍‌ ଟାଇଟଲ୍‌ ଜିତିଛନ୍ତି। ଫାଇନାଲରେ ମୁରେ ୩-୬, ୬-୪, ୬-୪ ସେଟ୍‌ରେ...

Advertisement
Archives

Model This Week