ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବାଲିଅନ୍ତା ବିଇଓ ଅଫିସ୍‌ ଗସ୍ତ: ଅନୁପସ୍ଥିତ କର୍ମଚାରୀଙ୍କ ଦିନକ ଦରମା ବନ୍ଦ

ଭୁବନେଶ୍ୱର(ବ୍ୟୁରୋ)/ବାଳକାଟୀ(ଡି.ଏନ.ଏ),୧୯।୯: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ବାଲିଅନ୍ତା ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ବାଳକାଟୀସ୍ଥିତ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ। ଏହି ଗସ୍ତବେଳେ ୧୦ଟା ୧୫ରୁ ୧୦ଟା ୪୦ ସୁଦ୍ଧା କାର୍ଯ୍ୟାଳୟରେ ଅପେକ୍ଷା କରିଥିଲେ। କିନ୍ତୁ ୧୨ଜଣ କର୍ମଚାରୀ ମଧ୍ୟରୁ ୨ଜଣଙ୍କ ବ୍ୟତୀତ ଅନ୍ୟ କର୍ମଚାରୀଙ୍କ ଦେଖା ନ ଥିଲା। ପରେ ମନ୍ତ୍ରୀ ବିରକ୍ତି ପ୍ରକାଶ କରି ଅନୁପସ୍ଥିତ କର୍ମଚାରୀଙ୍କ ଦିନକର ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ୍‌ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମନ୍ତ୍ରୀ ନୂଆପାଟଣା ପ୍ରାଥମିକ ସ୍କୁଲ ଓ ପ୍ରତାପ ଶାସନ ବାଳକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପ୍ରଧାନଶିକ୍ଷୟିତ୍ରୀ ଭାରତୀ ରଥଙ୍କ ସହ ଆଲୋଚନା ବେଳେ ସନ୍ତୋଷଜନକ ଉତ୍ତର ନ ମିଳିବାରୁ କାରଣ ଦର୍ଶାଅ ନୋଟିସ ଦେବା ପାଇଁ ବିଇଓ ମିଶ୍ରଙ୍କୁ ମନ୍ତ୍ରୀ ଦାଶ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଉକ୍ତ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ଅଧିକ ଶ୍ରେଣୀଗୃହର ଆବଶ୍ୟକତା ଦୃଷ୍ଟିରୁ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଚିଠି ଲେଖିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଏହାସହ ବନମାଳୀପୁର ହାଇସ୍କୁଲ, ଭାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାଜନଗରପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନିଆଳି ହାଇସ୍କୁଲ, କପିଳେଶ୍ବର ବିଦ୍ୟାପୀଠ, କୁରାଙ୍ଗ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲକ୍ଷେଶ୍ବର ନୋଡାଲ ହାଇସ୍କୁଲ, କାଚରାମାଳ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟ ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୯% ଅଧିକ ଧାନ ସଂଗ୍ରହ ହୋଇଛି

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ଚଳିତ ଖରିଫ ଧାନ ୬୦.୪୦ ଲକ୍ଷ ମେଟ୍ରିକ ଟନ୍‌ ସଂଗ୍ରହ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ ୧୯% ଅଧିକ। ଗତବର୍ଷ ୯.୧୭ ଲକ୍ଷ...

ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ

କଟକ ଅଫିସ,୧୨ା୮: ଗୋପଦ ଅଭିଯାନରେ ରବିବାର ସକାଳୁ ଜିଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର ନିଗମ(ସିଏମ୍‌ସି) କମିଶନର ଅନନ୍ୟା ଦାସଙ୍କ ସମେତ ସିଡିଏମଓ କଟକ...

କଟକରୁ ୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ମାଲଗୋଦାମ ଅଞ୍ଚଳରୁ ଅଛନ୍ତି ସର୍ବାଧିକ, ଜାଣନ୍ତୁ…

କଟକ ଅଫିସ,୪।୮: କଟକରେ ମାଡ଼ି ଚାଲିଛି କରୋନା। ମଙ୍ଗଳବାର ସହରରେ ୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକରେ ମୋଟ ସଂକ୍ରମିତଙ୍କ ସଂଖ୍ୟା...

ମଥୁରାରେ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା

ବ୍ରହ୍ମପୁର ଅଫିସ,୧୧।୬- ପୋଲସରା ବ୍ଲକ ମଥୁରା ଗ୍ରାମ ପାଇକ ସାହିରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ପରିବାରର ୬ ବଖରା ଘର...

୩ ମାସ ଗୁରୁତ୍ୱପୂର୍ଣ୍ଣ: ଡିଏମ୍‌ଇଟି

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଆରମ୍ଭ ହୋଇଛି ପାର୍ବଣ ଋତୁ। ୩ ମାସ ଦୋକାନ ବଜାରରେ ଲୋକଙ୍କ ଭିଡ଼ ଅଧିକ ହେବ। ତେଣୁ ଏହି ସମୟରେ ପୁଣିଥରେ ସଂକ୍ରମଣ ବଢ଼ିବ...

‘ଆଶୀର୍ବାଦ’ ଯୋଜନା ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ଶିଶୁ ଅଧିକାର ସପ୍ତାହ ପାଳନ ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବୁଧବାର ‘ଆଶୀର୍ବାଦ’ ଯୋଜନାର ସଫଳ ଅନ୍‌ଲାଇନ୍‌ ପରିଚାଳନା...

୪ ମାସର ପୁଅକୁ ବିକି ଆତ୍ମହତ୍ୟା

ମାଲକାନଗିରି,୯ା୧ (ସ୍ବ.ପ୍ର./ଡି.ଏନ୍‌.ଏ.): ମୂଲମଜୁରି ମିଳୁ ନ ଥିଲା। ତେଣୁ ୫ ସନ୍ତାନ ସହ ପରିବାରର ୭ଜଣଙ୍କ ପେଟ ପାଇଁ ଦାନା ଯୋଗାଡ଼ କଷ୍ଟକର ହେଉଥିଲା। ମୁଣ୍ଡ...

ଘଟଣା ପଛର ରହସ୍ୟ ଖୋଜୁଛି ପୋଲିସ

ଭୁବନେଶ୍ୱର,୮।୭ (ବ୍ୟୁରୋ): ଏୟାରଫିଲ୍ଡ ଥାନା ଭୀମଟାଙ୍ଗି ରିିଙ୍କି ଓରଫ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲାରେ କମିଶନରେଟ ପୋଲିସର ତଦନ୍ତ ଜାରି ରହିଛି। ପ୍ରେମରେ ବିଫଳ...

Advertisement
Archives

Model This Week