ଗଣବଳାତ୍କାରକୁ ତୀବ୍ର ବିରୋଧ:ବିକ୍ଷୋଭ, ଶୋଭାଯାତ୍ରାରେ କମ୍ପିଲା ପୁରୀ

ପୁରୀ ଅଫିସ, ୪ା୧୨:ପୁରୀରେ ନାବାଳିକା ଗଣବଳାତ୍କାର ଘଟଣା ଏବେ ରାଜ୍ୟବ୍ୟାପୀ ଚହଳ ସୃଷ୍ଟି କରିଛି। ଏ ନେଇ ସବୁଆଡ଼େ ପ୍ରତିବାଦର ସ୍ବର ତେଜିବାରେ ଲାଗିଛି। ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିଥିବାବେଳେ ବିଭିନ୍ନ ସଙ୍ଗଠନ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ଘଟଣାକୁ ସବୁସ୍ତରରେ ଦୃଢ ବିରୋଧ କରାଯିବା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି କରାଯାଉଛି। ବିଭିନ୍ନ ସଙ୍ଗଠନର ଶୋଭାଯାତ୍ରା ଓ ବିକ୍ଷୋଭରେ କମ୍ପୁଛି ପୁରୀ।
ଡିଆଇଜି, ଏସ୍‌ପିଙ୍କୁ ଭେଟିଲା କଂଗ୍ରେସ
ମଙ୍ଗଳବାର ପୂର୍ବାହ୍ନରେ କଂଗ୍ରେସ ପକ୍ଷରୁ ଜିଲା କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ଏସ୍‌ପିଙ୍କ ଅଫିସ୍‌ ସମ୍ମୁଖରେ ପହଞ୍ଚିଥିଲା। ବିନାୟକ ଦାସ ମହାପାତ୍ର, ଆଲୋକ ଦାଶ, ବୀରେନ୍ଦ୍ର ଭୂଷଣ ହୋତା, ଛବିନ୍ଦ୍ର ପଢିହାରୀ, ବିଦ୍ୟୁଲତା ଆଚାର୍ଯ୍ୟ, ନିରଞ୍ଜନ ରଥ, ନିରୁପମା ପାତ୍ର, ଦେବାଶିଷ ଦାସମହାପାତ୍ର ପ୍ରମୁଖ ଶୋଭାଯାତ୍ରାରେ ଯାଇ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ଏବଂ ଏସ୍‌ପି ଉମାଶଙ୍କର ଦାଶଙ୍କୁ ଭେଟିଥିଲେ। ପୁରୀ ଭଳି ପବିତ୍ର ସହରରେ ଯେଭଳି ଭାବେ ଅପରାଧ ବୃଦ୍ଧି ପାଉଛି ଏବଂ ଗଣବଳାତ୍କାର ଘଟଣା ଘଟିଲା ତାହା ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି ବୋଲି ସେମାନେ କହିଥିଲେ। ଉକ୍ତ ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଆଇଜି କହିଥିଲେ। ସହରରେ ଅପରାଧିକ କାର୍ଯ୍ୟକଳାପ କରୁଥିବା ଗୋଷ୍ଠୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଉଛି। ସେମାନଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଆଇଜି ପ୍ରତିଶ୍ରୁତି ଦେଇଥିଲେ। ଏହା ପୂର୍ବରୁ ପୁରୀ ଜିଲା ମହିଳା କଂଗ୍ରେସର ଏକ ଟିମ୍‌ କୁମ୍ଭାରପଡ଼ା ଥାନାକୁ ଯାଇ ମାମଲା ସମ୍ପର୍କରେ ପଚାରି ବୁଝିଥିଲେ।
ବଳାତ୍କାରୀଙ୍କୁ ଫାଶୀ ଦାବି କଲା ଭାଜପା
ଭାଜପା ପକ୍ଷରୁ ମଧ୍ୟ ଗଣବଳାତ୍କାର ଘଟଣାକୁ ତୀବ୍ର ବିରୋଧ କରାଯାଇଛି। ବଳାତ୍କାରୀଙ୍କୁ ଫାଶୀ ଦେବା ପାଇଁ ଦଳ ଦାବି କରିଛି। ଏହି ଘଟଣା ଜଣାପଡ଼ିିବା ପରେ ସୋମବାର ରାତିରେ ଭାଜପା କର୍ମୀମାନେ କୁମ୍ଭାରପଡ଼ା ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ମଙ୍ଗଳବାର ପୂର୍ବାହ୍ନରେ ଦଳୀୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ଏସ୍‌ପିଙ୍କ ଅଫିସ୍‌ ନିକଟରେ ପହଞ୍ଚତ୍ବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳୀୟ ନେତୃବୃନ୍ଦମାନେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ିି ପଡ଼ିଛି। ପୋଲିସ କ୍ବାର୍ଟର୍ସରେ ଗଣବଳାତ୍କାର ଘଟଣା ପୁରୀର ଜନସାଧାରଣଙ୍କୁ ଶକ୍ତ ଆଘାତ ଦେଇଛି। ଏହି ଘଟଣାର ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ସେମାନେ ଦାବି କରିଥିଲେ। ଭାଜପା ମହିଳା ଜିଲା ସଭାପତି ଜ୍ୟୋତି ମହାପାତ୍ର, ସାବିତ୍ରୀ ପୃଷ୍ଟି, ରାଜଶ୍ରୀ ଦୋରା, ଜିଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ଯୁବ ମୋର୍ଚ୍ଚା ଜିଲା ସଭାପତି ଜୟନ୍ତ କୁମାର ଦାଶ, ରବି ଦାସ ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ।
ନୀରବ ପ୍ରତିବାଦରେ ଦୃଢ ବିରୋଧ
ଝାଡ଼େଶ୍ୱର ଛକ ଟ୍ରାଫିକ ପୋଷ୍ଟ ନିକଟରେ ଅପରାହ୍ନ ସାଢେ ୧ଟାରେ ସଚେତନ ଛାତ୍ର ଯୁବ ମଞ୍ଚ ପକ୍ଷରୁ ନୀରବ ପ୍ରତିବାଦ କରାଯାଇଛି। ସ୍ମୃତିପ୍ରକାଶ ନାୟକ, ରୋଶନ ନାୟକ, ସୁଶାନ୍ତ କୁମାର ମହାପାତ୍ର, ସଂଗ୍ରାମ ଦଳାଇ, ଅଙ୍କିତା ମିଶ୍ର ପ୍ରମୁଖ ହାତରେ ପ୍ଲା କାର୍ଡ ଧରି ପୁରୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଘଟୁଥିବା ବଳାତ୍କାର ଓ ହତ୍ୟା ଘଟଣାର ଦୃଢ ବିରୋଧ କରିଥିଲେ। ବଳାତ୍କାର ବନ୍ଦ କରାଯାଉ, ଦୋଷୀଙ୍କୁ ଫାଶୀଦଣ୍ଡ ମିଳୁ, ପ୍ରଥମେ ଝିଅଙ୍କୁ ସୁରକ୍ଷା ଦିଆଯାଉ ଏବଂ ପରେ ବେଟି ବଚାଓ ବେଟି ପଢାଓ ଯୋଜନା କରାଯାଉ ବୋଲି ଲେଖାଥିବା ପ୍ଲାକାର୍ଡମାନ ଧରି ଏହି ଛାତ୍ରୀଛାତ୍ରମାନେ ପ୍ରତିବାଦ କରିଥିଲେ।
ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ଦାବି
ଗଣବଳାତ୍କାର ଘଟଣାକୁ ନିନ୍ଦା କରି ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ହରିହର ଛକଠାରୁ ଏକ ଶୋଭାଯାତ୍ରା ବାହାରି ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଯାଇଥିଲା। ଏଥିରେ ରାଜ୍ୟ ନେତ୍ରୀ ପୁଷ୍ପା ଦାଶ, ଜିଲା ସଭାନେତ୍ରୀ ହାରାମଣି ମହାପାତ୍ର, ସୁବାସିନୀ ସାହୁ, ମୀନା ପ୍ରଧାନ, ଲକ୍ଷ୍ମୀ ସାହୁ, ସଖୀଲତା ସ୍ବାଇଁ, ବାସନ୍ତି ପ୍ରଧାନ, ସରସ୍ବତୀ ଦେବନାଥ, ଭବାନୀ ପ୍ରଧାନ, ବାସନ୍ତୀ ସରକାର, ଗୀତା ହାଲ୍‌ଦାର, ବାସନ୍ତୀ ବେହେରା ପ୍ରମୁଖ ସାମିଲ ଥିଲେ। ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ସରକାରଙ୍କୁ ତୀବ୍ର ଭର୍ତ୍ସନା କରାଯାଇଥିଲା। ଏହି ଘଟଣା ମହିଳା ସୁରକ୍ଷା ନୀତି ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି। ଏଥିସହ ରାଜ୍ୟ ସରକାର ଛତୁ ଫୁଟିବା ଭଳି ମଦ ଦୋକାନ ଖୋଲିବା ନିଷ୍ପତ୍ତି ମହିଳା ବିରୋଧୀ ମାନସିକତାକୁ ସ୍ପଷ୍ଟ କରୁଛି ବୋଲି କହିଥିଲେ। ପୀଡ଼ିିତାଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଓ ସରକାରୀ ନିଯୁକ୍ତି ଦେବା ନିମନ୍ତେ ମଧ୍ୟ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ହତ୍ୟା ମାମଲା: ଦମ୍ପତିଙ୍କୁ ଆଜୀବନ କାରାଦଣ୍ଡ

ଚମ୍ପୁଆ,୪।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଅତିରିକ୍ତ ଜିଲା ଦୌରାଜଜ ଦୋଳଗୋବିନ୍ଦ ବାରିକ ଏକ ହତ୍ୟା ମାମଲାର ବିଚାର କରି ଶନିବାର ଦୋଷୀ ଦମ୍ପତିଙ୍କୁ ଆଜୀବନ କାରାଦଣ୍ଡ...

ହତ୍ୟା ଉଦ୍ୟମ ମାମଲା: ଜେଲ୍‌ ଗଲେ ଦୁଇ ଭାଇ

ଦିଗପହଣ୍ଡି,୩୧ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ ବ୍ରାହ୍ମଣ ନୂଆପଡ଼ା ଗାଁର ଦୁଇ ଭାଇ ବି. ଶ୍ୟାମସୁନ୍ଦର ଏବଂ ବି. ଶ୍ରୀରାମୁଲୁଙ୍କୁ ରବିବାର ଗିରଫ...

ଟ୍ୟୁସନ ଯାଉଥିବା ଛାତ୍ରୀଙ୍କୁ ଟଣାଓଟରା ଅଭିଯୋଗ: ୨ ଗିରଫ

ଧାମନଗର ୩।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅନ୍ତର୍ଗତ ନସଲାପୁର ପ୍ରାଥମିକ ବିଦ୍ୟାଳୟ ନିକଟରେ ଟ୍ୟୁସନ ଯାଉଥିବା ଜଣେ ଛାତ୍ରୀଙ୍କୁ ଗତ ୧...

ପ୍ରତିଶ୍ରୁତି ଦେଇ ପ୍ରଶାସନ ପାର୍‌

ଅନୁଗୋଳ ଅଫିସ, ୪ା୧୦: ଅନୁଗୋଳରେ ଗାନ୍ଧୀଙ୍କ ସ୍ମୃତି ରକ୍ଷା ପାଇଁ ଜାଗା ଖଣ୍ଡେ ପାଉନି ଜିଲା ପ୍ରଶାସନ। ଗାନ୍ଧୀ ଜୟନ୍ତୀରେ ସତ୍ୟାଗ୍ରହରେ ବସିବା ପୂର୍ବରୁ ସର୍ବୋଦୟ ନେତ୍ରୀ...

ଓଡ଼ିଶା ମିଡ୍‌ ଡେ ମିଲ୍‌ ଓ୍ବାର୍କର୍ସ ୟୁନିୟନର ବିକ୍ଷୋଭ

କେନ୍ଦୁଝର,୧୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ମିଡ୍‌ ଡେ ମିଲ୍‌ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ଆଠ ଦଫା ଦାବିରେ ଏକ ରାଲି ଓ ବିକ୍ଷୋଭ ଜିଲା ମୁଖ୍ୟାଳୟରେ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନ ଗଲା

ବଡ଼ବିଲ,୧୦ା୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ସାଧୁସିଂହ ହଟିଂରେ ରବିବାର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ...

ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ ଦାୟିତ୍ୱ ନେଲେ ନୂଆ ଡାକ୍ତର

ଗଞ୍ଜାମ,୨୪ା୩(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର(ନୂତନ)ରେ ଡାକ୍ତର ଭାବେ ଜ୍ୟୋତିର୍ମୟୀ ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଏହି ପଦବୀ ଖାଲିପଡ଼ିଥିଲା।...

ଓଡ଼ିଶା-ଛତିଶଗଡ଼ ସମନ୍ବୟ ବୈଠକ: ବ୍ୟାଘ୍ର ପ୍ରକଳ୍ପ ପାଇଁ ସୁନାବେଡାରେ ଭିତ୍ତିଭୂମି ଅଛି

ନୂଆପଡା ଅଫିସ,୨୩ା୮ – ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନୂଆପଡା ଜିଲା ସୁନାବେଡା ଅଭୟାରଣ୍ୟରେ ବ୍ୟାଘ୍ର ଭଳି ମୂଲ୍ୟବାନ ଜନ୍ତୁମାନେ ସୁରକ୍ଷିତ ଭାବେ ରହିଥିବାବେଳେ ଏହାକୁ ବ୍ୟାଘ୍ର ପ୍ରକଳ୍ପ...

Advertisement
Archives

Model This Week