କାଳ ସାଜିଛି ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଂ:ଟୁଇନ୍‌ ସିଟିରେ ୨୦୦ ସ୍ଥାନ ଚିହ୍ନଟ, ୬୦ ଅତି ସମ୍ବେଦନଶୀଳ

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଂ ଯୋଗୁ ଅଧିକାଂଶ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଡିସେମ୍ବର ୧ରୁ ରାଜ୍ୟରେ ନୂଆ ମୋଟର ଯାନ ଆଇନକୁ କଡ଼ାକଡ଼ି କରାଯାଇଥିବାବେଳେ ୧୦ ଟ୍ରଫିକ ନିୟମ ଉଲ୍ଲଂଘନକାରୀ ଧରପଗଡ଼ ଚାଲିଛି। ତେବେ କଟକ ଓ ଭୁବନେଶ୍ୱର ଟୁଇନ୍‌ସିଟିରେ ହେଲ୍‌ମେଟ, ସିଟ୍‌ବେଲ୍ଟ, ବାଇକରେ ୩ଜଣ ବସିଯିବା ଓ ରଙ୍ଗ୍‌ ସାଇଡ୍‌ ଗାଡ଼ି ଚାଳନାକୁ ଗୁରୁତ୍ୱର ସହ ନେଇ ଯାଞ୍ଚ ଚାଲିଛି। ତେବେ କମିଶନରେଟ ପୋଲିସ ପାଇଁ ଏବେ ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଂ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଟୁଇନ୍‌ ସିଟିରେ ୨ଶହ ସ୍ଥାନ ଚିହ୍ନଟ କରାଯାଇଥିବାବେଳେ ୬୦ଟି ଅତି ସମ୍ବେଦନଶୀଳ ରହିଛି। ଏସବୁ ରଙ୍ଗ୍‌ସାଇଡ୍‌ ପଏଣ୍ଟ ଗୁଡିକରେ ଟ୍ରାଫିକ ଓ୍ବିଙ୍ଗ୍‌ ପକ୍ଷରୁ କର୍ମଚାରୀ ନିୟୋଜିତ କରାଯିବାକୁ ଯୋଜନା କରାଯାଉଛି ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି।
ମଙ୍ଗଳବାର ଟ୍ରାଫିକ ଡିସିପି ନାଥ ନିଜେ ବିଭିନ୍ନ ଛକରେ ରହି ରଙ୍ଗ୍‌ ସାଇଡ୍‌ ଗାଡ଼ି ଚାଳନା ଯାଞ୍ଚ କରିଥିଲେ। ଭୁବନେଶ୍ୱର ସିଟି ଓମେନ୍ସ କଲେଜ ଛକ ନିକଟରେ ରଙ୍ଗ୍‌ ସାଇଡ୍‌ରେ ଗାଡ଼ି ନେଇ ଆସୁଥିବା ଲୋକଙ୍କୁ ପାଠପଢ଼ାଇବା ସହ ଜରିମାନା କରିଥିଲେ। ନିଆରା ଢଙ୍ଗରେ ପୁଅ ଜରିଆରେ ଜଣେ ମା’କୁ ବୁଝାଇଲେ। ମା’ ଜଣକ ନିଜ ପୁଅକୁ ସ୍କୁଲ୍‌ରୁ ସ୍କୁଟିରେ ବସାଇ ରଙ୍ଗ୍‌ ସାଇଡ୍‌ରେ ଯାଉଥିବାବେଳେ ଟ୍ରାଫିକ ଡିସିପିଙ୍କ ହାବୁଡ଼ରେ ପଡିଯାଇଥିଲେ। ଡିସିପି ନାଥ ଉକ୍ତ ମା’ଙ୍କ ବଦଳରେ ପ୍ରଥମେ ତାଙ୍କ ୫ବର୍ଷର ପୁଅକୁ ବୁଝାଇଥିଲେ। ତୁମ ପାଇଁ ହେଲମେଟ୍‌ ଆଣିବା ସହ ରଙ୍ଗ୍‌ ସାଇଡ୍‌ରେ ଗାଡି ଚାଳନା ନ କରିବା ଲାଗି ମା’ଙ୍କୁ କହିବାକୁ କୁନି ପୁଅକୁ କହିଥିଲେ।
୩ ଦିନରେ ଧରାହେଲେଣି ୧୫ଶହ ଉଲ୍ଲଂଘନକାରୀ
୩ ଦିନରେ କଟକ-ଭୁବନଶ୍ୱେରରେ ୧୫ଶହ ନିୟମ ଉଲ୍ଲଂଘନକାରୀ ଗାଡ଼ି ଚାଳକ ଧରାପଡିଛନ୍ତି। କେତେଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଥିବାବେଳେ ଯେଉଁମାନେ ଦେଇପାରି ନାହାନ୍ତି ସେମାନଙ୍କ ନିକଟକୁ ଚାଲାଣ ପଠାଯାଇଥିବା ଟ୍ରାଫିକ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି। ମଙ୍ଗଳବାର ମଧ୍ୟ ରାଜଧାନୀର ୨୩ ସ୍ଥାନରେ ଯାଞ୍ଚ କରାଯାଇଥିଲା। ଅନ୍ୟପକ୍ଷରେ କଟକରେ ଜଣେ କାର ଚାଳକଙ୍କୁ ହେଲମେଟ୍‌ ପିନ୍ଧି ନ ଥିବା ଦର୍ଶାଇ ଚାଲାଣ କଟାଯାଇଥିବା ନେଇ ହୋଇଥିବା ଅଭିଯୋଗର ଉତ୍ତର ରଖିଛନ୍ତି ଡିସିପି ନାଥ। ସେ କହିଛନ୍ତି, ଏହାକୁ ପୋଲିସର ଭୁଲ୍‌ ବୋଲି କୁହାଯାଇପାରିବ ନାହିଁ। କାରଣ ଯେଉଁ ବାଇକ୍‌ ଚାଳକ ଜଣକ ହେଲ୍‌ମେଟ୍‌ ପିନ୍ଧି ନ ଥିଲେ, ସେ ତାଙ୍କ ବାଇକ୍‌ରେ କାର୍‌ ନମ୍ବର ବ୍ୟବହାର କରିଥିବା ଜଣାପଡିଛି। ଉକ୍ତ ନମ୍ବର ଆଧାରରେ ଚାଲାଣ କଟାଯାଇଛି। ଏନେଇ ତଦନ୍ତ ଚାଲିଛି। ରିପୋର୍ଟ ମିଳିବା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ: ଚାମେଲୀ ଧରିଲେ ମଙ୍ଗ, ଦେଲେ ଗୁରୁମନ୍ତ୍ର…

ମହାକାଳପଡ଼ା, ୧୩।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚନକୁ ଆଉ ୪୮ ଘଣ୍ଟା…

୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି…

୪୦ ଦିନରେ କମିଗଲା ୧୫ କେଜି ଓଜନ: ଦୁଃଖ ବଖାଣିଲେ ‘ଦୃଶ୍ୟମ ୩’ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶିତା ଦତ୍ତା ନିଜର ଦ୍ୱିତୀୟ ଗର୍ଭଧାରଣ ସମୟର କଷ୍ଟଦାୟକ ଅନୁଭୂତି…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ସନ୍ଦେହଜନକ ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର; ଝୁଲନ୍ତା ଅବସ୍ଥାରେ ସ୍ତ୍ରୀ, ଖଟରେ ସ୍ବାମୀ…

ଖଡ଼ିଆଳ,୧୩।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖନତରାଇ ଗ୍ରାମନିବାସୀ ସ୍ୱାମୀ ସ୍ତ୍ରୀ ଦୀର୍ଘଦିନ ହେବ ଭିମାଖୋଲ ଛକରେ ରହୁଥିଲେ । ଦୁହେଁ ହସଖୁସିରେ…

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?