ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ବାଲିଗୁଡା,୯ା୬(ଡି.ଏନ୍‌.ଏ.) -ବାଲିଗୁଡା ସ୍ଥିତ ଖଜୁରୀନାଳଠାରେ ଶୁକ୍ରବାର ରାତିରେ ପୋଲିସ ପାଟ୍ରୋଲିଂ କରୁଥିବାବେଳେ ଏକ କାରରୁ ଗଞ୍ଜେଇ ଜବତ କରିବା ସହ ଗାଡି ଚଲାଉଥିବା ମାଲିକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ସିନ୍ଦ୍ରିଗଁାର ରବୀନ୍ଦ୍ର ଦିଗାଳ।
ଯେ, ଶୁକ୍ରବାର ବାଲିଗୁଡା ପୋଲିସ ରାତି ପାଟ୍ରୋଲିଂ କରୁଥିବାବେଳେ ଖଜୁରିନାଳଠାରେ ଏକ କାର (ନଂ.ଓଆର୦୫ଏଇ-୩୮୦୦)କୁ ଅଟକାଇଥିଲା। ଯାଞ୍ଚବେଳେ କାର ଡିକିରେ ଗଞ୍ଜେଇ ଥିବା ଜଣାପଡିଥିଲା। କାର ସହ ରବୀନ୍ଦ୍ରଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ଏହି ଗଞ୍ଜେଇ ନୟାଗଡକୁ ଚାଲାଣ ହେଉଥିବା ସେ କହିଥିଲେ। କାରରୁ ୩୨କେଜି ୪୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏକ ଖବରଦାତା ସମ୍ମିଳନୀରେ ବାଲିଗୁଡା ଥାନା ଅଧିକାରି ପ୍ରଶାନ୍ତ କୁମାର ବେହେରା ଏହି ସୂଚନା ଦେଇଛଡ଼୍‌ତି। ଏନେଇ ନଂ.୮୦/୧୯ରେ ମାମଲା ରୁଜୁକରି ତଦନ୍ତ ଚାଲିଥିବାବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଏସଆଇ ଏ. ଖାଲକୋ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନଗଣନାରୁ ଫେରୁଥିଲେ, ଜନତା ଲେନ୍‌ରେ ସ୍କୁଟିକୁ ଧକ୍କା ଦେଲା କାର୍‌; ଛିଟିକି ପଡ଼ି ଶିକ୍ଷୟତ୍ରୀ…

ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଜନଗଣନାରୁ ଫେରୁଥିଲେ। ଶିକ୍ଷୟତ୍ରୀଙ୍କ ସ୍କୁଟିକୁ କାର୍‌ ଧକ୍କା ଦେବାରୁ ସେ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ଦିଗପହଣ୍ଡିରେ।…

ଶ୍ରମିକ ଦିବସ ପାଳନ କଲେ ଟାଟା ପାୱାର ସେକ୍ସନ କର୍ମଚାରୀ, ସମାନ କାମକୁ ସମାନ ଦରମା ଦାବି କରି…

ଭଞ୍ଜନଗର,୧।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭେଜିପୁଟ ଟାଟା ପାୱାର ସେକ୍ସନ କର୍ମଚାରୀ ଶୁକ୍ରବାର ଶ୍ରମିକ ଦିବସ ପାଳନ କରିଛନ୍ତି। ଲାଇନମ୍ୟାନ ବିନୋଦ କୁମାର ସାହୁ, ରାଜା…

ସାମ୍ପ୍ରତିକ ପରିସ୍ଥିତିରେ ଶ୍ରମିକଙ୍କ ଅବସ୍ଥା ନେଇ ଆଲୋଚନା

ଦିଗପହଣ୍ଡି,୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଏବଂ ସିଆଇଟିୟୁ ଅନୁବନ୍ଧିତ ଖେମୁଣ୍ଡି ବିଶକର୍ମା ରାଜମିସ୍ତ୍ରୀ ଓ କାରିଗର…

କାଳବୈଶାଖୀର ଭୀଷଣ ତାଣ୍ଡବ: ତପ୍ତପାଣିରେ ଘର ଉପରେ ପଡ଼ିଗଲା ଗଛ, ଭିତରେ ଶୋଇଥିଲେ ପରିବାର

ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଧୀନ ବିଭିନ୍ନ ଗ୍ରାମାଞ୍ଚଳରେ ଗୁରୁବାର ରାତି ପ୍ରାୟ ସାଢେ ୧୧ ଟାରୁ ଭୋର ୪…

୪ ସାଙ୍ଗ ମିଶି ଦୁଇ ବାଇକ୍‌ରେ ଯାଉଥିଲେ, ବାଟରେ ଛକିଥିଲା ଯମ, ଚାଲିଗଲା ୨ ଜୀବନ

ଭଞ୍ଜନଗର,୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର-ସୋରଡ଼ା ମୁଖ୍ୟ ରାସ୍ତାର କାଳିଆଗୁଡ଼ା ନିକଟରେ ଗୁରୁବାର ରାତିରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବାଇକ୍‌ରେ ଯାଉଥିବା ଦୁଇଜଣ ଯୁବକଙ୍କ…

ନାମଯଜ୍ଞରେ କମ୍ପୁଛି ଅଞ୍ଚଳ: ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ…

ଭଞ୍ଜନଗର,୧।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ନାଟେଙ୍ଗା ଶ୍ରୀ ତ୍ରିନାଥ ସ୍ବାମୀଙ୍କ ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଶୁକ୍ରବାରଠାରୁ ୨୪ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି। ଏହା ୪…

ବିଶ୍ୱ ଶାନ୍ତି ମହାଯଜ୍ଞ ଦର୍ଶନ କଲେ ବିଧାୟକ: ଅଞ୍ଚଳବାସୀଙ୍କୁ କଲେ ପ୍ରଶଂସା, କହିଲେ…

ଗଞ୍ଜାମ,୧।୫ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଠାରେ ନୃସିଂହ ମନ୍ଦିର ପ୍ରତିଷ୍ଠା ଦ୍ୱାଦଶ ବର୍ଷ ପୂର୍ତ୍ତ ଏବଂ ଗୋପୀନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା…

‘କର୍ମ  ହିଁ ମାନବ ଜୀବନର ମାନଦଣ୍ଡ’: ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସରକାଳୀନ…

ଦିଗପହଣ୍ଡି,୩୦|୪ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଚୁଡୁଙ୍ଗପୁର ଗ୍ରାମ ସ୍ଥିତ ପିଏମଶ୍ରୀ ସାନଖେମୁଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଗୁରୁବାର ସାନଖେମୁଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri