ଗଞ୍ଜାମକୁ ଅନ୍ୟ ରାଜ୍ୟରୁ ଫେରିଲେଣି ୨ ଲକ୍ଷ ପ୍ରବାସୀ, ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ: ଜିଲାପାଳ

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲାକୁ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ୨ ଲକ୍ଷ ପ୍ରବାସୀ ଫେରିଲେଣି। ଏଥିଲାଗି ଗଞ୍ଜାମରେ କରୋନା ପଜିଟିଭ୍‌ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ଉକ୍ତ ପଜିଟିଭମାନଙ୍କ ସଂସ୍ପର୍ଶରେ ଆସି କରୋନା ଯୋଦ୍ଧା ଓ ଅନ୍ୟମାନେ ସଂକ୍ରମିତ ହୋଇ ପଜିଟିଭ ହେଉଛନ୍ତି। ଜିଲାରେ କୋଭିଡ ହସ୍ପିଟାଲ, କୋଭିଡ କେୟାର ସେଣ୍ଟର ଓ କୋଭିଡ ହେଲ୍‌ଥ ସେଣ୍ଟରରେ ୩ ହଜାର ଶଯ୍ୟା ରହିଥିବା ସୂଚନା ଦିଆଯାଇଛି।
ଅପରପକ୍ଷେ ଜିଲାରେ ବହୁ ସଂଖ୍ୟାରେ ଦୋକାନୀମାନେ ମାସ୍କ ଓ ଗ୍ଲୋବ୍ସ ପିନ୍ଧୁ ନ ଥିବା ଏବଂ ସାମାଜିକ ଦୂରତା ରକ୍ଷା କରୁ ନ ଥିବା କ୍ଷେତ୍ର ପରିଦର୍ଶନ ବେଳେ ଦେଖିବାକୁ ମିଳିଛି ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ବୁଧବାର ଜଣାଇଛନ୍ତି। ଏପରି କରି ନିଜେ ଓ ନିଜ ପରିବାର ପ୍ରତି ଦୋକାନୀ ଓ ଗ୍ରାହକ ବିପଦ ଆଣୁଛନ୍ତି। ନିୟମ ପାଳନ କରନ୍ତୁ ନଚେତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସତର୍କ କରାଇଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନରସିଂହପୁରରେ ମେଣ୍ଢା ମଡ଼କ

କୁକୁଡାଖଣ୍ଡି,୩ା୧୨ (ଡି.ଏନ.ଏ.)- କୁକୁଡ଼ାଖଣ୍ଡି ବ୍ଲକ ମହୁଡା ପଞ୍ଚାୟତର ନରସିଂହପୁରରେ ଗତ କିଛିଦିନ ମଧ୍ୟରେ ୮୧ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ମେଣ୍ଢା ପ୍ରଥମେ ନିମୋନିଆରେ ଆକ୍ରାନ୍ତ ହେଉଛନ୍ତି।...

ପୁରାତନ ଛାତ୍ରୀଛାତ୍ରଙ୍କ ବନ୍ଧୁମିଳନ

ଶଙ୍କରାଖୋଲ,୫ା୧(ଡି.ଏନ୍‌.ଏ.)-ଚକାପାଦ ବ୍ଲକ ଶଙ୍କରାଖୋଲ ନିକଟ ଶାଳବଣଠାରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ୧୯୯୦ ମାଟ୍ରିକ ବ୍ୟାଚର ଛାତ୍ରୀଛତ୍ରଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।...

କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା ମାମଲା: ୨ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମେତ ୪ ଅଟକ

ପୁରୀ ଅଫିସ,୨୧।୩: ଶ୍ରୀମନ୍ଦିର ସେବାୟତ ତଥା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ (କାଳିଆ)ଙ୍କୁ ଗୁଳିକରି ହତ୍ୟା ମାମଲାରେ ରବିବାର ପୁରୀ ପୋଲିସ ୪ଜଣଙ୍କୁ...

ସଡକ ଦୁର୍ଘଟଣାରେ ୨ ଏନଟିପିସି କର୍ମଚାରୀଙ୍କ ଜୀବନ ଗଲା

ସୁନ୍ଦରଗଡ଼, ୩।୯(ଡି.ଏନ.ଏ.): ସୁନ୍ଦରଗଡ଼ ବାଲିଯୋରୀ ଛକରେ ମଙ୍ଗଳବାର ଏକ ସଡକ ଦୁର୍ଘଟଣାରେ ଦୁଇଜଣ ଏନଟିପିସି କର୍ମଚାରୀଙ୍କ ମୃତ ଘଟିଛି। ସେମାନେ ହେଲେ ସସ୍ମିତା କବିରାଜ ଓ...

ସୁପ୍ରିମ୍‌କୋର୍ଟରେ ଦାଖଲ ହେବ ରଥଯାତ୍ରା ରିପୋର୍ଟ: ପୋଲିସ, ଶ୍ରୀମନ୍ଦିର ପ୍ରଶାସନକୁ ତଥ୍ୟ ମଗାଗଲା

ପୁରୀ ଅଫିସ, ୨୦ା୭: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱ ଦେବତା। ସେ ଭାବର ଠାକୁର। ତାଙ୍କୁ ଯିଏ ଯେମିତି ଡାକିଛି ସେ ତା’ ଡାକ ସେମିତି...

ପିଲାଖେଳରୁ ଗଣ୍ଡଗୋଳ: ଆକ୍ରମଣରେ ଶିଶୁକନ୍ୟାର ଜୀବନ ଗଲା

ସମ୍ବଲପୁର,୯ା୧: ସମ୍ବଲପୁର ଜିଲା ବୁର୍ଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପିଲାଖେଳକୁ ନେଇ ଗଣ୍ଡଗୋଳ ଘଟିବାରୁ ଏଥିରେ ୬ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି।...

ଶ୍ୱଶୁରଙ୍କ ଆକ୍ରମଣରେ ଜ୍ୱାଇଁ ଗୁରୁତର

ପରଜଙ୍ଗ, ୫।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ମାଣିକମରା ଗ୍ରାମରେ ମଙ୍ଗଳବାର ରାତିରେ ଶ୍ୱଶୁର ଘର ଲୋକଙ୍କ ମରଣାନ୍ତକ ଆକ୍ରମଣରେ ଜ୍ୱାଇଁ...

ଭିଜିଲାନ୍ସ  ଜାଲରେ ସଂଯୋଜିକା: ଲାଞ୍ଚ ନେଇ ଗଲେ ଜେଲ

ବଲାଙ୍ଗୀର ୨୧।୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଡିସିପି  ଅଫିସର ସଂଯୋଜିକା ପୁଷ୍ପାଙ୍ଗିନୀ ଯୋଶୀ ଶୁକ୍ରବାର ଲାଞ୍ଚ ନେଇ ଧରାପଡିଛନ୍ତି।  ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ଠାରୁ...

Advertisement
Archives

Model This Week