Posted inଜାତୀୟ

ଗଗନୟାନ ଲାଗି ପ୍ରସ୍ତୁତି ଜୋର୍‌ଦାର

ବେଙ୍ଗାଲୁରୁ, ୭ା୯(ପି.ଟି.) : ଚନ୍ଦ୍ରୟାନ-୨ ପରେ ଗଗନୟାନ ଲାଗି ଭାରତର ପ୍ରସ୍ତୁତି ଜୋର୍‌ ଧରିବାରେ ଲାଗିଛି। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ଭାରତୀୟ ମହାକାଶଚାରୀଙ୍କ ଚୟନ ଶେଷ ହୋଇଥିବା ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି। ମହାକାଶକୁ ପ୍ରଥମ ମଣିଷ ପଠାଯିବା ଲାଗି ଗଗନୟାନର ସଫଳତା କାମନା କରାଯାଇଛି। ବଛାଯାଇଥିବା ପାଇଲଟ୍‌ଙ୍କ ବିଭିନ୍ନ ପରୀକ୍ଷା କରାଯାଇଥିବା ଭାରତୀୟ ବାୟୁସେନା ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି। ଚଳିତ ବର୍ଷ ମେ’ରେ ଭାରତୀୟ ବାୟୁସେନା ଇସ୍ରୋ ସହ ଏକ ଚୁକ୍ତି କରି ଗଗନୟାନ ମିଶନ ଲାଗି ମାନବ ଚୟନ ଓ ପ୍ରଶିକ୍ଷଣ ଦେବ ବୋଲି କହିଥିଲା। ୨୦୨୧ ଡିସେମ୍ବରରେ ଏହାକୁ ଲଞ୍ଚ କରାଯିବାକୁ ଥିବାବେଳେ ୩ ସଦସ୍ୟ ମହାକାଶରେ ଅତି କମ୍‌ରେ ୭ ଦିନ କଟାଇବେ ବୋଲି ଜଣାପଡ଼ିଛି। ଏଥିଲାଗି ଜିଏସ୍‌ଏଲ୍‌ଭି ମ୍ୟାକ୍‌-୩କୁ ବ୍ୟବହାର କରାଯିବ। ପ୍ରକାଶଥାଉ କି, ଗତବର୍ଷ ସ୍ବାଧୀନତା ଦିବସରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଗନୟାନ ସମ୍ପର୍କରେ ଘୋଷଣା କରିଥିଲେ। ଏହି ମିଶନରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଗତବର୍ଷ ଏହା କ୍ୟାବିନେଟର ଅନୁମୋଦନ ଲାଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଯୁଦ୍ଧରେ ଏକ ବର୍ଷ ମଧ୍ୟରେ ଭାରତକୁ ମିଳିଯିବ ପିଓକେ: ସତ୍ୟପାଲ୍‌ ମଲିକ୍‌

ଶ୍ରୀନଗର,୧୯।୯: ବିନା ଯୁଦ୍ଧରେ ଭାରତକୁ ଏକ ବର୍ଷ ମଧ୍ୟରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ମିଳିଯିବ। ଏନେଇ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ୍‌ ଏକ ଯୋଜନା ସମ୍ପର୍କରେ...

ଭାଜପା ଏମ୍‌ପିଙ୍କ ଘର ସମ୍ମୁଖରେ ବୋମା ବିସ୍ଫୋରଣ..

କୋଲକାତା,୮।୯: ପଶ୍ଚିମବଙ୍ଗରେ ଭାଜପା ଏମ୍‌ପି ଅର୍ଜୁନ ସିଂଙ୍କ ଘର ସମ୍ମୁଖରେ ବୋମା ବିସ୍ଫୋରଣ ଘଟିଛି। ବୁଧବାର ସକାଳେ ପ୍ରଚଣ୍ଡ ବିସ୍ଫୋରଣ ଘଟିବାରୁ ଆଖପାଖ ଲୋକେ ଆତଙ୍କିତ...

ବିଜୟଘାଟରେ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ୧୧୫ ତମ ଜୟନ୍ତୀ ଅବସରରେ ବିଜୟଘାଟରେ ବରିଷ୍ଠ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ,...

ଟ୍ରକ୍‌ ସହ ପିଟି ହେଲା କାର୍‌, ଗଲା ୫ ଜୀବନ

ନୂଆଦିଲ୍ଳୀ,୩।୩: ଦିଲ୍ଲୀ-ଜୟପୁର ହାଇଓ୍ବେ’ରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର୍‌-ଟ୍ରକ୍‌ ପିଟି ହୋଇଯାଇଥିଲା। ଫଳରେ କାର୍‌ରେ ଥିବା ୫ ଜଣଙ୍କ ମୃତ୍ୟୁ...

ବଦଳିଲା ଶାହଙ୍କ ଠିକଣା

ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁ ଦାୟିତ୍ୱ ବହନ କରିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠିକଣା ଏବେ ବଦଳି ଯିବ। ୧୧, ଆକବର...

ଅଣ-ଭାଜପା ସାମ୍ମୁଖ୍ୟ ଗଠନ ନେଇ ଚର୍ଚ୍ଚା: ରାହୁଲଙ୍କ ଭେଟିଲେ ଚନ୍ଦ୍ରାବାବୁ

ନୂଆଦିଲ୍ଲୀ,୧୮।୫: ନିର୍ବାଚନ ଫଳାଫଳ ମେ ୨୩ରେ ଘୋଷଣା ହେବ। ତେବେ ଏହା ପୂର୍ବରୁ କେନ୍ଦ୍ରରେ ଅଣ-ଭାଜପା ସାମ୍ମୁଖ୍ୟ ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ଅନୁମାନ...

ଅବସର ନେଲେ ଆଲାପନ ବନ୍ଦୋପାଧ୍ୟାୟ: ମିଳିଲା ନୂଆ ଦାୟିତ୍ୱ

କୋଲକାତା,୩୧।୫: ୩ ମାସ ବର୍ଦ୍ଧିତ କାର୍ଯ୍ୟକାଳ ସତ୍ତ୍ୱେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟ ସୋମବାର ଅବସର ନେଇଛନ୍ତି। ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ମମତା...

ଗର୍ଭବତୀ ରେଞ୍ଜରଙ୍କୁ ଗୋଇଠା ମାଡ଼

ମୁମ୍ବାଇ,୨୦।୧: ଜଣେ ଗର୍ଭବତୀ ଫରେଷ୍ଟ ରେଞ୍ଜରଙ୍କୁ ବାଳରୁ ଘୋଷାଡ଼ି ଗୋଇଠା ମାଡ଼ ଦେଇଛନ୍ତି ଜଣେ ପୂର୍ବତନ ସରପଞ୍ଚ ଓ ତାଙ୍କ ପତ୍ନୀ। ଏଭଳି ଘଟଣା ଘଟିଛି...

Advertisement
Archives

Model This Week