ଗଁଦିଆରୁ ଆରମ୍ଭ ହେଲା ଗ୍ରୀନ କରିଡର

ଢେଙ୍କାନାଳ ଅଫିସ, ୭।୭ – ହାତୀ ଉପଦ୍ରୁତ ଢେଙ୍କାନାଳରେ ହସ୍ତୀଙ୍କୁ ସୁରକ୍ଷା ଦେବାକୁ ଆରମ୍ଭ ହୋଇଛି ‘ଗ୍ରୀନ କରିଡ଼ର’। ୭୦ତମ ବନ ମହୋତ୍ସବ ଅବସରରେ ଶନିବାର ଗଁଦିଆ ବ୍ଲକ କରମୂଳରୁ ଏହାର ଶୁଭାରମ୍ଭ କରାଯାଇଛି। ଜିଲା ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ର ନିମ୍ବ ଚାରାରୋପଣ କରି ଏହାର ଶୁଭାରମ୍ଭ କରିଛନ୍ତି। ହାତୀ ଉପଦ୍ରୁତ ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି ଏବଂ ହାତୀ ଖାଦ୍ୟ ଉପଯୋଗୀ ଚାରାରୋପଣ ଉପରେ ଏଥିରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି। ଏହି ଅବସରରେ ୧୧ଟି ହାତୀ ଖାଦ୍ୟ ଉପଯୋଗୀ ସମେତ ମୋଟ ୪୧ଟି ଚାରା ରୋପଣ କରାଯାଇଥିଲା। ‘ଐରା’ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ପ୍ରଦ୍ୟୁମ୍ନ କୁମାର ପଣ୍ଡା, ଗ୍ରୀନ୍‌ କରିଡର ଅଭିଯାନର ବିଜୟ କୁମାର ଦାସ ଅତିଥି ଭାବେ ଉପସ୍ଥିତ ଥିଲେ।
ଦେଶର ହାତୀ ଉପଦ୍ରୁତ ୮ ରାଜ୍ୟରେ ଗ୍ରୀନ୍‌ କରିଡର ଅଭିଯାନ ଆରମ୍ଭ ହୋଇଛି। ହାତୀ ଚଲାପଥ ସୁରକ୍ଷା, ହାତୀ ଚଲାପଥ ଅବରୋଧ ନ କରିବା ଏବଂ ହାତୀ ଆବାସସ୍ଥଳୀରେ ବ୍ୟାପକ ମାତ୍ରାରେ ବନୀକରଣ କରିବାକୁ ସଚେତନ କରାଯାଇଥିଲା। ଷଡ଼ଙ୍ଗୀ ରେଞ୍ଜର ଅଶୋକ ଭଞ୍ଜ, ଡେପୁଟି ରେଞ୍ଜର ଚନ୍ଦ୍ରମଣି ବେହେରା, ଫରେଷ୍ଟର ନିରଞ୍ଜନ ମଲ୍ଲିକ, ଫରେଷ୍ଟ ଗାର୍ଡ କଳ୍ପନା ବେହେରା, ରୀତା ସିଂ ପ୍ରମୁଖ ଚାରାରୋପଣ କରିଥିଲେ। ଏଥିରେ ସହାୟତା କରିଥିଲେ ହାତୀ ସ୍କ୍ବାଡ୍‌ ସଦସ୍ୟ।
ଏହି ଅବସରରେ ‘ଐରା’ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଆବାସିକ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଶିକ୍ଷକ ଦ୍ୱାରିକା ପ୍ରସାଦ ମହାନ୍ତି, କୈଳାସ ଚନ୍ଦ୍ର ନାୟକ, ଶଶିଭୂଷଣ ଶତପଥୀ, ରାମକୃଷ୍ଣ ମୁର୍ମୁ, ରମାକାନ୍ତ ପାଲିତ, ସଂଯୋଜକ ପ୍ରଦୀପ ଚନ୍ଦ୍ର ସାହୁ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri