କ୍ରିସ୍‌ମାସ ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ

ନୂଆଦିଲ୍ଲୀ,୨୪।୧୨: ଆଉ କେଇଘଣ୍ଟା ପରେ ପାଳନ ହେବ ପ୍ରଭୁ ଯିଶୁଙ୍କ ଜନ୍ମଦିବସ କ୍ରିସ୍‌ମାସ। ଏବେଠାରୁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍‌। ମଙ୍ଗଳବାର ଠିକ୍‌ ରାତି ୧୨ଟାରେ ଏହି ପର୍ବକୁ ପାଳନ କରିବାକୁ ସମସ୍ତେ ଏକ ପ୍ରକାର ପ୍ରସ୍ତୁତି ଶେଷ କରି ସାରିଲେଣି। ଗାଁଠାରୁ ସହର ସବୁଠି ଉତ୍ସବର ମାହୋଲ। ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ଲୋକେ ସେମାନଙ୍କ ଘରକୁ ବିଭିନ୍ନ ଆଲୋକମାଳାରେ ସଜାଇ ସାରିଲେଣି। ଝଲସି ଉଠୁଛି ଚର୍ଚ୍ଚ। ରଙ୍ଗବେରଙ୍ଗର ଆଲୋକରେ ସଜେଇ ହେଲାଣି ଚର୍ଚ୍ଚ। ସାନ୍ତା କ୍ଲଜ, ଖ୍ରୀଷ୍ଟମାସ୍‌ ଟ୍ରୀ, ଗିପ୍ଟ ପ୍ୟାକେଟ, ଚକୋଲେଟ୍‌, କେକ୍‌ ଆଦି ପ୍ରସ୍ତୁତ। ଅପେକ୍ଷା ରାତି ୧୨ଟାକୁ। ପ୍ରଭୁ ଯିଶୁ ଧରାବତରଣ କରିବେ। ସମସ୍ତଙ୍କ ଜୀବନରେ ସୁଖଶାନ୍ତି ଭରିଦେବେ। କ୍ରିସମାସ ଅବସରରେ ବ୍ରିଟେନର ମହାରାଣୀ ଏଲିଜାବେଥ ୨ ମଧ୍ୟ ବିଶ୍ୱବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆସନ୍ତା ବର୍ଷ ସମସ୍ତଙ୍କ ପାଇଁ ଖୁସି ଆଣିଦେବା ସହ ସମସ୍ତ ବାଧାବନ୍ଧନ ଦୂରେଇ ଯାଉ ବୋଲି କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୧୩୧ କରୋନା ଯୋଦ୍ଧା ସଂକ୍ରମିତ

ମୁମ୍ବାଇ,୨୮।୫: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ସଙ୍ଗିନ ହେବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୧ ଜଣ ପୋଲିସ କରୋନାରେ ସଂକ୍ରମିତ...

ମୋବାଇଲରେ ଗେମ୍‌ ନ ଖେଳିପାରିବାରୁ ବିଷ ପିଇଲେ ନାବାଳିକା

ମୁମ୍ବାଇ,୧୩।୯: ମୋବାଇଲରେ ଗେମ୍‌ ଖେଳିବାକୁ ନେଇ ସାନ ଭାଇ ସହ ଝଗଡ଼ା କରିବା ପରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି ଜଣେ ୧୬...

ପୁଅ ମୋଦିଙ୍କ କ୍ୟାବିନେଟରେ ମନ୍ତ୍ରୀ, ମାତାପିତା କାମ କରନ୍ତି କ୍ଷେତରେ

ନୂଆଦିଲ୍ଲୀ,୧୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ସପ୍ତାହ ପୂର୍ବରୁ ତାଙ୍କ କ୍ୟାବିନେଟର ବିସ୍ତାର କରିଛନ୍ତି । ଏଥିରେ ୪୩ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ...

ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କଲେ ନିର୍ଭୟା ମାମଲାର ଦୋଷୀ

ନୂଆଦିଲ୍ଲୀ,୧୦।୧୨: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ଅକ୍ଷୟ କୁମାର ସିଂ ମଙ୍ଗଳବାର ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରିଛନ୍ତି। ଅନ୍ୟ ଦୋଷୀମାନଙ୍କ ଭଳି ଅକ୍ଷୟଙ୍କୁ ମଧ୍ୟ ଟ୍ରାଏଲ...

କ୍ଷମତାକୁ ନ ଫେରିବା ଯାଏ ବିଧାନସଭା ଆସିବେ ନାହଁ

ଅମରାବତୀ, ୧୯।୧୧: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁଦେଶମ୍‌ ପାର୍ଟି (ଟିଡିପି) ନେତା ଏନ୍‌. ଚନ୍ଦ୍ରାବାବୁ ନାଇଡୁ ଶୁକ୍ରବାର ରାଜ୍ୟ ବିଧାନସଭାରୁ କକ୍ଷତ୍ୟାଗ କରିବା ସମୟରେ...

ନାରଦା ଷ୍ଟିଙ୍ଗ୍‌ ଅପରେଶନ୍‌ ମାମଲା: ୪ଟିଏମ୍‌ସି ନେତାଙ୍କୁ ଅନ୍ତରୀଣ ଜାମିନ

କୋଲକାତା,୨୮।୫: ନାରଦା ଷ୍ଟିଙ୍ଗ୍‌ ଅପରେଶନ୍‌ ମାମଲାରେ ପଶ୍ଚିମବଙ୍ଗର ୪ଜଣ ଟିଏମ୍‌ସି ନେତାଙ୍କୁ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ହାଇକୋର୍ଟ ୪ଜଣ ଟିଏମ୍‌ସି ନେତାଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ...

ଚାକିରି ନେଲା ଆଣ୍ଟିଲିଆ ମାମଲା

ମୁମ୍ବାଇ,୧୨ା୫: ସଚିନ ଓ୍ବାଜେ ଏନ୍‌ଆଇଏ କୋର୍ଟରେ ପୂର୍ବରୁ ଏକ ଚିଠି ଦାଖଲ କରିଥିଲେ। ଅନିଲ ଦେଶମୁଖ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଥିବାବେଳେ ମାସକୁ ୧୦୦ କୋଟି ଟଙ୍କା...

ଅନ୍‌ଲାଇନ ପାଠପଢ଼ା ପାଇଁ ଛାତ୍ରୀ ଛାହୁଁଥିଲେ ସ୍ମାର୍ଟଫୋନ: ଏହି ଅଭିନେତ୍ରୀ ପଠାଇଲେ iPhone

ବେଙ୍ଗାଲୁରୁ,୩୧।୭: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ କିଏ ବା ନ ଜାଣେ। ତାଙ୍କର ସୌନ୍ଦର୍ଯ୍ୟ ଓ ଚତ୍ମକାରି ଅଭିନୟ ସବୁ ପ୍ରଶଂସକଙ୍କୁ ଏକ ସୂତ୍ରରେ ବାନ୍ଧି...

Advertisement
Archives

Model This Week