ଖୋଲିଲା ସବୁ ଦିନିଆ ଅଭିଯୋଗ ପ୍ରକୋଷ୍ଠ

ବାରିପଦା ଅଫିସ,୭।୮- ଆୟତନ ଦୃଷ୍ଟିରୁ ମୟୂରଭଞ୍ଜ ରାଜ୍ୟର ସର୍ବ ବୃହତ ଜିଲା। ଏହି ଜିଲାରେ ୨୬ଟି ବ୍ଲକ, ୨ଟି ମ୍ୟୁନିସିପାଲିଟି ଓ ୨ଟି ଏନଏସି ରହିଛି। ଆଦିବାସୀ ଅଧ୍ୟୁଷିତ ଜିଲା ହୋଇଥିବାରୁ ବିକାଶର ଚିହ୍ନ ଗ୍ରାମାଞ୍ଚଳରେ ପହଞ୍ଚି ପାରୁ ନ ଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଥାଏ। ତେବେ ଜିଲାସ୍ତରରେ ବାରିପଦା,ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁର ଆଦି ଜିଲାର ୪ଟି ଉପଖଣ୍ଡରେ ପର୍ଯ୍ୟାୟକ୍ରମେ ପ୍ରତି ସୋମବାର ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକ ମିଳିତ ଭାବେ ଜନ ଶୁଣାଣି କରି ଜନସାଧାରଣଙ୍କ ସମସ୍ୟା ସମାଧାନ କରିଥାନ୍ତି। ଜିଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ଲୋକେ ଏହି ଜନଶୁଣାଣି ଶିବିରରେ ପହଞ୍ଚି ପାରୁ ନ ଥିବା ଅଭିଯୋଗ ହୋଇଥାଏ। ଏପରିକି କିଛି ଲୋକ ବିଭିନ୍ନ ସମୟରେ ବାରିପଦା ଆସି ଜିଲାପାଳଙ୍କୁ ସିଧାସଳଖ ଅଭିଯୋଗ କରିଥାନ୍ତି। ମାତ୍ର ଜିଲାପାଳଙ୍କ କାର୍ଯ୍ୟବ୍ୟସ୍ତତା ଓ କ୍ଷେତ୍ର ଭ୍ରମଣ ସମୟରେ ଲୋକେ ତାଙ୍କୁ ନ ପାଇ ନିରାଶ ହୋଇ ଫେରି ଯାଉଥିବା ମଧ୍ୟ ଅଭିଯୋଗ ହୋଇଥାଏ। ତେବେ ଜନସାଧାରଣ କୌଣସି ସରକାରୀ ସୁବିଧାରୁ ବଞ୍ଚିତ ନ ହେବା ଉଦ୍ଦେଶ୍ୟ ନେଇ ଜିଲାପାଳ ବିନିତ ଭରଦ୍ୱାଜ ଉଦ୍ୟମ କରିଛନ୍ତି। ତାଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ଏକ ସ୍ବତନ୍ତ୍ର ଅଭିଯୋଗ ପ୍ରକୋଷ୍ଠର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯୋଗ ପ୍ରକୋଷ୍ଠ ସମସ୍ତ ସରକାରୀ ଦିବସ ଗୁଡିକରେ ସକାଳ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଠାରେ ଜନସାଧାରଣ ସେମାନଙ୍କ ବ୍ୟକ୍ତିଗତ ତଥା ସାମୂହିକ ଅଭିଯୋଗ ଦାଖଲ କରିପାରିବେ। ଏହି ଅଭିଯୋଗଗୁଡ଼ିକୁ ଅନୁଧ୍ୟାନ କରି ୨୦ ଦିନ ମଧ୍ୟରେ ସମାଧାନ କରାଯିବ। ଜିଲାର ପ୍ରତି ସରକାରୀ କାର୍ଯ୍ୟାଳୟରେ ଜଣେ ଜଣେ ନୋଡାଲ ଅଫିସର ରହିବେ ବୋଲି ଜିଲାପାଳ ଭରଦ୍ୱାଜ କହିଛନ୍ତି। ଏହା ସହ ସମସ୍ତ ଅଭିଯୋଗଗୁଡ଼ିକର ତଦନ୍ତ ବ୍ୟକ୍ତିଗତ ଭାବେ ସେ ସମୀକ୍ଷା ମଧ୍ୟ କରିବେ ବୋଲି କହିଛନ୍ତି। ଏଠାରେ ଲୋକେ ନିଜ ନିଜ ଅଭିଯୋଗ ଲିଖିତ ଆକାରରେ ଜଣାଇବେ। ଅଭିଯୋଗ ଦାଖଲ ପରେ ରସିଦ ନେବେ। ରସିଦରେ ସୂଚିତ କରାଯାଇଥିବା ନମ୍ବର ଜରିଆରେ ଅଭିଯୋଗର ତଦନ୍ତ କେଉଁ ସ୍ତରରେ ଅଛି ତାହା ମଧ୍ୟ ଅଭିଯୋଗକାରୀ ଜାଣିପାରିବେ। ଜନସାଧାରଣ ଅଭିଯୋଗ ପ୍ରକୋଷ୍ଠରେ ସେମାନଙ୍କ ଲିଖିତ ଅଭିଯୋଗ ଦାଖଲ କରିବା ପରେ ଏହା ଅନ୍‌ଲାଇନ ମାଧ୍ୟମରେ ରେଜିଷ୍ଟ୍ରେଶନ କରାଯିବ। ଯେଉଁ ବିଭାଗର ଏହା ହୋଇଥିବ ତାହା ସେହି ବିଭାଗକୁ ଅବଗତ କରାଯିବ। ଏହାପରେ ତୁରନ୍ତ ଏହାର ସମାଧାନ କରି ଲୋକଙ୍କୁ ନ୍ୟାୟ ପ୍ରଦାନ କରାଯିବ। କୌଣସି ବ୍ୟକ୍ତି ଯେପରି ସେମାନଙ୍କ ମୌଳିକ ଅଧିକାର ତଥା ସରକାରୀ ସୁବିଧାରୁ ଯେମିତି ବଞ୍ଚିତ ନ ହୁଅନ୍ତୁ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଜିଲାପାଳ ଭରଦ୍ୱାଜ କହିଛନ୍ତି। ଏହି ପ୍ରକୋଷ୍ଠର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳ, ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲା ଜରୁରୀ ଅଧିକାରୀ ସୁଜୟ କୁମାର ପତିଙ୍କ ସମେତ ଅନ୍ୟ ଜିଲାସ୍ତରୀୟ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାରେ ୩ ବର୍ଷ ପୂରଣ କରିଥିବା ଅଧିକାରୀଙ୍କ ତଥ୍ୟ ଦିଅ

ଭୁବନେଶ୍ବର, ୨୯ା୫(ବ୍ୟୁରୋ): ଗୋଟିଏ ଜିଲାରେ ୩ ବର୍ଷ ଚାକିରିରେ ଥିବା ଅଧିକାରୀମାନଙ୍କୁ ଏବେ ବଦଳି କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଦେହଜୀବୀଙ୍କୁ ମିଳୁନି ସହାୟତା

ଭୁବନେଶ୍ୱର,୨୨।୯(ବ୍ୟୁରୋ): ସୁପ୍ରିମକୋର୍ଟ ଦେହଜୀବୀଙ୍କ ଦୁଃଖ ବୁଝି ଗତ ୧୪ତାରିଖରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହି...

ଗୁଣିଗାରେଡ଼ି ସନ୍ଦେହରେ ଦୁଇଜଣଙ୍କୁ ବାନ୍ଧି ବାଡ଼େଇଲେ ଗ୍ରାମବାସୀ, ଭାଙ୍ଗିଦେଲେ ଦାନ୍ତ

ଗଞ୍ଜାମ,୧୫ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ଗଡ଼ହୁମାରେ ରବିବାର ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମବାସୀ ଦୁଇଜଣଙ୍କୁ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗି ଦେବା...

ପୋଷା କୁକୁର ଯୋଗୁ ପରିବାର ଲୋକଙ୍କ ଜୀବନ ରକ୍ଷା ହେଲା

ଜଟଣୀ,୧।୨(ଡି.ଏନ.ଏ.): ପୋଷା କୁକୁର ନାଗ ସାପକୁ ଅଟକାଇବା ଦ୍ୱାରା ପରିବାର ଲୋକଙ୍କ ଜୀବନ ରକ୍ଷା ହୋଇଛି। ଏଭଳି ଦେଖିବାକୁ ମଳିଛି ଜଟଣୀ କୁଦିଆରୀ ଗ୍ରାମରେ ସରୋଜ...

ବିଏସ୍‌ସିଏଲ୍‌ ପାଇଲା ସାଣ୍ଡଭିକ୍‌ ଇଣ୍ଡିଆ ଜେଣ୍ଡର ଆଓ୍ବାର୍ଡ

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ(ବିଏସ୍‌ସିଏଲ୍‌)ର ସ୍ମାର୍ଟ ସାମାଜିକ ପ୍ରକଳ୍ପ ସାଣ୍ଡଭିକ୍‌ ଇଣ୍ଡିଆ ଜେଣ୍ଡର ଆଓ୍ବାର୍ଡ ୨୦୧୯ର ତୃତୀୟ ସଂସ୍କରଣର ବିଜେତା ହୋଇଛି। ଗତ ଶନିବାର...

ବଜ୍ରପାତରେ ଦମ୍ପତି ସମେତ ୩ ମୃତ, ଜଣେ ଗୁରୁତର

କେନ୍ଦୁଝର/ଢେଙ୍କିକୋଟ, ୧୬ା୭ (ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକର ବିଭିନ୍ନ ସ୍ଥାନରେ ବୁଧବାର ଅପରାହ୍ନରେ ବଜ୍ରପାତ ଘଟି ଏକ ଦମ୍ପତି ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ...

ଦାୟିତ୍ୱ ଗ୍ରହଣ କଲେ ପୋଲିସ କମିଶନର

ଭୁବନେଶ୍ୱର,୨୨ା୮(ବ୍ୟୁରୋ): କଟକ ଓ ଭୁବନେଶ୍ୱର ଦୈତ୍ୟନଗରୀର ନୂତନ ପୋଲିସ କମିଶନର ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍‌ ଅଫିସର ଡ. ସୁଧାଂଶୁ ଷଡଙ୍ଗୀ। ଭୁବନେଶ୍ୱରସ୍ଥିତ...

ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୭ା୮(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୨୩୨ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୧୩୧, ରାୟଗଡାରୁ ୧୧୨,...

Advertisement
Archives

Model This Week