ଖୋଲା ରହିବ ଜରୁରୀ ସାମଗ୍ରୀ ଦୋକାନ

ଭୁବନେଶ୍ୱର,୧୭।୩ (ବ୍ୟୁରୋ): ସୋମବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କରୋନା ମୁକାବିଲା ପାଇଁ ପୋଲିସ ସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ଏହି ବୈଠକରେ ଡିସିପି ଅନୁପ ସାହୁ, ଟ୍ରାଫିକ୍‌ ଡିସିପି ସାଗରିକା ନାଥ, ଅଭିଜ୍ଞ ଡାକ୍ତରୀ ଟିମ୍‌ ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ। କରୋନା ମୁକାବିଲା ପାଇଁ କିଭଳି ରଣନୀତି ପ୍ରସ୍ତୁତ ହେବ ସେନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା।
କଟକ, ଭୁବନେଶ୍ୱରରେ ଥିବା ସମସ୍ତ ମଲ ୩୧ ତାରିଖ ପଯର୍ର୍‌ୟନ୍ତ ବନ୍ଦ ରଖିବାକୁ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ଉପରେ କଟକଣା ଲଗାଯାଇନାହିଁ। ଓଡ଼ିଶା କୋଭିଡ୍‌-୧୯ ରେଗୁଲେଶନ ୨୦୨୦ ଅନୁଯାୟୀ କମିଶନରେଟ ପୋଲିସ ପକ୍ଷରୁ ଜନସାଧାରଣ ଏବଂ ବ୍ୟବସାୟିକ ସଂସ୍ଥା ଉପରେ କଟକଣା ଲାଗୁ କରାଯାଇଛି। ଲାଗିଥିବା କଟକଣା ଅନୁଯାୟୀ ଜନସାଧାରଣ କୌଣସି ସ୍ଥାନରେ ଏକତ୍ରିତ ନ ହେବା ପାଇଁ କୁହାଯାଇଛି। ପନିପରିବା, ଫଳମୂଳ, ଗ୍ରୋସରୀ, କ୍ଷୀର ଓ ମେଡିସିନ ସାନିଟାଇଜର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବା ଉପରେ କୌଣସି କଟକଣା ଲାଗୁ କରାଯାଇ ନାହିଁ।
ବ୍ୟବସାୟିକ ସଂସ୍ଥା ଏବଂ ସରକାରୀ ଅଫିସରେ ସଫା ସୁତରା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ଗ୍ରାହକ ଅବା ଅଫିସର କର୍ମଚାରୀ ଅତି କମ୍‌ରେ ପରସ୍ପରଠାରୁ ୬ ଫୁଟ ବ୍ୟବଧାନ ରଖିବାକୁ କହିଛନ୍ତି କମିଶନର ଷଡ଼ଙ୍ଗୀ। ଏଥିସହିତ କର୍ମଶାଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଯୋଗିତା, ସଭା ତଥା ଅନାବଶ୍ୟକ ବୈଠକ ନ କରିବାକୁ ନିର୍ଦ୍ଦେଶ ରହିଛି। ଏହାଛଡ଼ା ଥଣ୍ଡା, କାଶ, ଜ୍ୱରରେ ପୀଡିତ ଥିବା କର୍ମଚାରୀମାନଙ୍କୁ ଅଫିସ ଭିତରକୁ ନ ପୂରାଇବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି। ଏହି ନିର୍ଦ୍ଦେଶ ସୋମବାରଠାରୁ ଲାଗୁ କରାଯାଇଛି। ନିୟମ ଉଲ୍ଲଂଘନ କରିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କମିଶନରେଟ ପୋଲିିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭଗୃହରେ ପୂଜାର୍ଚ୍ଚନା ସମୟର ଫଟୋ ଭାଇରାଲ

ଭୁବନେଶ୍ୱର,୯।୮(ବ୍ୟୁରୋ):ଲିଙ୍ଗରାଜ ମନ୍ଦିରର ଗର୍ଭଗୃହରେ ଅମିତ୍‌ ଶାହା ପୂଜାର୍ଚ୍ଚନା କରୁଥିବା ସମୟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ ବ୍ୟକ୍ତିଙ୍କ ଫେସବୁକରେ ଏହି ଫଟୋ...

ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ

ରାଜନଗର,୯ା୯(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକା ଏବେ ଦେଶୀୟ ପକ୍ଷୀଙ୍କ କାକଳିରେ ଫାଟି ପଡୁଛି। ଦେଶରେ ମୌସୁମୀ ବାୟୁ ସକ୍ରିୟ ହେବା ପରଠାରୁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ...

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ବାରିପଦା ଅଫିସ, ୧୧ା୪-ମୟୂରଭଞ୍ଜ ଜିଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲାର ବିିଭିନ୍ନ ସ୍ଥାନରେ ଅସହାୟ ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ...

ଭାଜପାରେ ମିଶିଲେ କୃଷ୍ଣପ୍ରସାଦ ବ୍ଲକ ଚେୟାରମ୍ୟାନ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ଚେୟାରମ୍ୟାନ ସୌଦାମିନୀ ମାନସିଂହ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ...

ମିଳିଲାନି ଆଇସିୟୁ, ଚିକିତ୍ସାରେ ଅବହେଳା ଅଭିଯୋଗ; ମହିଳା କର୍ମଚାରୀଙ୍କ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର, ୧୧।୭(ବ୍ୟୁରୋ) କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ହସ୍ପିଟାଲରେ ଆଇସିୟୁ ବେଡ୍‌ ଫାଙ୍କା ନ ଥିବାରୁ ତାଙ୍କୁ ଓ୍ବାର୍ଡରେ ରଖି...

‘ନାରୀ ଚାହିଁଲେ ନୂତନ ଜଗତ ସୃଷ୍ଟି ହୋଇପାରିବ’

କଟକ ଅଫିସ,୨୫ା୧: ସାମ୍ପ୍ରତିକ ସମୟରେ ଯେଉଁ ଜଗତ ଦେଖୁଛନ୍ତି, ତାହା ପ୍ରକୃତ ଜଗତ ନୁହେଁ। ଅନ୍ୟ ଏକ ନୂତନ ଜଗତ ସୃଷ୍ଟି କରିବାକୁ ପଡିବ। ଏଥିପାଇଁ...

ମଧ୍ୟାହ୍ନଭୋଜନ ତରକାରୀରେ ପୋକ ବାହାରିବା ଘଟଣା : ତଦନ୍ତ ରିପୋର୍ଟ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ

ବଡ଼ସାହି,୧୭ା୯(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ଉଠାଣୀ ନୂଆଗାଁ ନୋଡାଲ ଉପ୍ରା ବିଦ୍ୟାଳୟର ମଧ୍ୟାହ୍ନଭୋଜନ ତରକାରୀରେ ପୋକ ବାହାରିବା ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି...

ଓଡିଶା ଜଙ୍ଗଲରେ ବିରଳ କଳା ବାଘ: କ୍ୟାମେରାରେ କଏଦ ହେଲା ଫଟୋ

ଭୁବନେଶ୍ୱର,୫।୧୧(ବ୍ୟୁରୋ)- ଓଡିଶା ଜଙ୍ଗଲରେ ଦେଖିବାକୁ ମିଳିଛି ଏକ ବିରଳ ବାଘ। ବାଘ ଶରୀରରେ କଳା କଳା ଦାଗ ରହିଥିବା କ୍ୟାମେରାରେ କଏଦ ହୋଇଛି। ବୈଜ୍ଞାନିକଙ୍କ କହିବାନୁଯାୟୀ,...

Advertisement
Archives

Model This Week